ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଦେଲେ ବଡ଼ ବୟାନ…

ପୁରୀ,୧୪।୭: ବହୁ ବର୍ଷ ଅପେକ୍ଷାର ହେବ ଅନ୍ତ। ରବିବାର ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାକୁ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବ, ପୂଜା ଚାଲିଛି। ସକାଳୁ ମା’ ବିମଳାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି।

ଏହାଛଡ଼ା ଭଣ୍ଡାର ଖୋଲିବା ନେଇ ପ୍ରଥମେ ହାଇପାଓ୍ବାର କମିଟି ସହ ବୈଠକ ହେବ। ସରକାରଙ୍କ ଏସ୍‌ଓପି ସମସ୍ତ ସଦସ୍ୟଙ୍କୁ ଜଣାଇ ଦିଆଯିବ। ଆଜି ଅଳଙ୍କାରର ଗଣତି ଓ ମଣତି ହେବ ନାହିଁ। ରତ୍ନଭଣ୍ଡାରର ଚାବି ଖୋଲିବା ଉପରେ ଗୁରୁତ୍ୱ ଦିଆଯିବ। ତା’ ପରେ ମହାପ୍ରଭୁଙ୍କ ଯାହା ଆଶୀର୍ବାଦ ଥିବ ହେବ ବୋଲି ସେ କହିଛନ୍ତି।

ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍‌(ଏସ୍‌ଓପି) ଜାରି କରାଯାଇଥିଲା। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍‌ଓପି ପ୍ରଦାନ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍‌ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍‌ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?