Posted inଜାତୀୟ

୨୦୨୫ ସୁଦ୍ଧା ସଫା ହୋଇଯିବ ଯମୁନା: କେଜରିୱାଲ

ନୂଆଦିଲ୍ଲୀ,୧୮ ।୧୧: ଯାହା ମଇଳା ହେବାକୁ ୭୦ ବର୍ଷ ଲାଗିଛି ତାହା ୨ ବର୍ଷରେ ସଫା ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯମୁନାର ମଇଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେଜରିୱାଲ । ତେବେ ୨୦୨୫ ସୁଦ୍ଧା ଯମୁନାକ୍‌ୁ ସଫା କରି ଦିଆଯିବ ବୋଲି କେଜରିୱାଲ କହିଛନ୍ତି । ଯମୁନାକୁ ସଫା କରିବାକୁ ଓଖଲା, ରିଠାଲା ସମେତ କିଛି ସ୍ଥାନରେ ନୂଆ ସିୱର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବା କଥା ସେ କହିଛନ୍ତି । ଦିଲ୍ଲୀ ନିର୍ବାଚନରେ ମୁଁ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲି କି ଆଗାମୀ ନିର୍ବାଚନ ମଧ୍ୟରେ ଯମୁନା ସଫା ହୋଇଯିବ । ସେଥିପାଇଁ ଆମେ ଯୁଦ୍ଧକାଳିନ ଭିତ୍ତିରେ କାମ କରୁଛୁ । ଏହା ଉପରେ ଆମର ୬ଟି ଆକ୍ସନ ପଏଣ୍ଟ ରହିଛି । ଆଉ ଏହାକୁ ମୁଁ ବ୍ୟକ୍ତିଗତ ଭାବେ ମନିଟରିଂ କରୁଛି । ଏଥିରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଉଛି, ପୂର୍ବରୁ ଥିବା ପୁରୁଣା ପ୍ଲାଣ୍ଟର କ୍ଷମତା ବୃଦ୍ଧି କରାଯାଉଛି । ପୁରୁଣା ଟ୍ରିଟମେଣ୍ଟ ପ୍ଲାଣ୍ଟର ଟେକନିକରେ ପରିବର୍ତ୍ତନ କରାଯାଉଛି ଇତ୍ୟାଦି । ତେଣୁ ଯୁଦ୍ଧକାଳିନ ଭିତ୍ତିରେ କାମ କରି ୨୦୨୫ ସୁଦ୍ଧା ଯମୁନାକୁ ପରିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏକ ଖବରଦାତା ସମ୍ମିଳନିରେ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସୂଚନାଯୋଗ୍ୟ, ରାଜଧାନୀରେ ବଢି ଚାଲିଥିବା ପ୍ରଦୂଷଣ ଗୋଟିଏ ପଟେ ଲୋକଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏପଟେ ଅପରିଷ୍କାର ଯମୁନା ନଦୀ ବି ଲୋକମାନଙ୍କ ପାଇଁ ରୋଗର କାରଣ ପାଲଟିଛି । ତେଣୁ ଉଭୟକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧଦିବସରେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାର୍ଷ୍ଟପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ...

ଦେଶବାସୀଙ୍କୁ ଯନ୍ତ୍ରଣା କହିବିନି ତ କ‘ଣ କହିବି, ପ୍ରଧାନମନ୍ତ୍ରୀ ବଖାଣିଲେ ମନର ବ୍ୟଥା, ନାରୀ ଶକ୍ତିଙ୍କ ସମ୍ମାନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୧୫।୮ : ଲାଲ୍‌ କିଲ୍ଲାରୁ ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଇଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମହିଳା...

ମୁମ୍ବାଇ-ଅହମଦାବାଦ୍‌-ଜୟପୁର-ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ

ନୂଆଦିଲ୍ଲୀ, ୨୧।୬: ମୁମ୍ବାଇ, ଅହମଦାବାଦ୍‌, ଜୟପୁର ଏବଂ ଜମ୍ମୁରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟା ୧ରେ ମୁମ୍ବାଇର ପୁଣେରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥିବାବେଳେ ଅହମଦାବାଦରେ...

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି କଲେ ରୁପା ଗାଙ୍ଗୁଲି

ମୁମ୍ବାଇ,୨୪।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ୍‌ରେ ନେପୋଟିଜମ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିସହ ତାଙ୍କୁ ନ୍ୟାୟ ଦେବା ପାଇଁ...

ଲଭ୍‌ ଜିହାଦ୍‌ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୬।୧: ଲଭ୍‌ ଜିହାଦ୍‌ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା...

ସିଦ୍ଧୁଙ୍କ ଗୁଗ୍‌ଲୀ

ଚଣ୍ଡିଗଡ,୧୩।୭: ପଞ୍ଜାବ କଂଗ୍ରେସରେ ବିବାଦର କାରଣ ହୋଇଥିବା ନବଜୋତ ସିଦ୍ଧୁ ମଙ୍ଗଳବାର ଆମ ଆଦମୀ ପାର୍ଟିର ପ୍ରଶଂସା କରିଛନ୍ତି। ସିଦ୍ଧୁ ଟୁଇଟ୍‌ ଯୋଗେ କହିଛନ୍ତି ଯେ,...

ଭାଜପା ମୁଖ୍ୟାଳୟରେ ବନ୍ଦ ହେଲା ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର

ନୂଆଦିଲ୍ଲୀ,୨।୯: ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟରେ ପ୍ଲାଷ୍ଟିକ ବୋତଲର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଦଳର ସମସ୍ତ ନେତା ପାଣି ପିଇବା ପାଇଁ ତାଙ୍କ ରୁମ୍‌ରେ...

କରୋନା ଯୋଗୁ ତୁଟିଲା ବାପ-ପୁଅ ସମ୍ପର୍କ

ଲକ୍ଷ୍ନୌ,୩୧।୫: କରୋନା ସମୟରେ ଅନେକ ଲୋକ ବିଭିନ୍ନ ସ୍ଥିତି ଦେଇ ଗତି କରୁଛନ୍ତି। କେହି ନିଜ ଆତ୍ମୀୟଙ୍କୁ ହରାଇଥିବା ବେଳେ ଆଉ କେହି ନିଜର ଚାକିରି...

Advertisement
Archives

Model This Week