Posted inଜାତୀୟ

କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍‌ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କେଜ୍‌ରିଓ୍ବାଲ ଭାଗବତଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।

ଚିଠିରେ କେଜରିଓ୍ବାଲ କହିଛନ୍ତି, ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଉଛି ଯେ ଆର୍‌ଏସ୍‌ଏସ୍‌ ଦିଲ୍ଲୀରେ ଭାଜପା ଲାଗି ଭୋଟ ମାଗିବ? ଏହା ପୂର୍ବରୁ ଲୋକ ଆପଣଙ୍କଠାରୁ ଜାଣିବାକୁ ଚାହାନ୍ତି ଯେ ଗତ କିଛିଦିନରେ ଭାଜପା ଯେଉଁ ଭୁଲ କାମ କରିଛି, କ’ଣ ସଂଘ ସେସବୁର ସମର୍ଥନ କରୁଛି?

କେଜରିଓ୍ବାଲ ପଚାରିଛନ୍ତି ଯେ, ଭାଜପାର ନେତା ଖୋଲାଖୋଲି ଟଙ୍କା ବାଣ୍ଟି ଭୋଟ କିଣୁଛନ୍ତି, କ’ଣ ଆର୍‌ଏସ୍‌ଏସ୍‌ ଭୋଟ କିଣିବାକୁ ସମର୍ଥନ କରୁଛି?କେଜ୍‌ରିଓ୍ବାଲ କହିଛନ୍ତି ଯେ ଗରିବ, ଦଳିତ, ପୂର୍ବାଞ୍ଚଳ ଏବଂ ବସ୍ତିରେ ରହୁଥିବା ଲୋକଙ୍କ ଭୋଟ କାଟିବାକୁ ଯୋଜନା କରାଯାଉଛି। ହେଲେ ଏହି ଲୋକମାନେ ବର୍ଷ ବର୍ଷ ଧରି ଦିଲ୍ଲୀରେ ରହୁଛନ୍ତି, ଏମିତିରେ କ’ଣ ଆର୍‌ଏସ୍‌ଏସ୍‌କୁ ଲାଗୁଛି ଯେ ଏଭଳି କରିବା ଭାରତର ଗଣତନ୍ତ୍ର ଲାଗି ଶୁଭଙ୍କର? କ’ଣ ଏଭଳି କରି ଭାଜପା ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ମନେ ହେଉ ନାହିଁ କି ବୋଲି ଶେଷରେ ସେ ପଚାରିଛନ୍ତି।

ସୋମବାର ଆପ୍‌ର ମୁଖପାତ୍ର ପ୍ରିୟଙ୍କା କକ୍କଡ ଭାଜପା ଉପରେ ଅଭିଯୋଗ କରିଛନ୍ତି ଯେ ଶାହାଦରା ବିଧାନସଭା ଅଞ୍ଚଳରୁ ଭାଜପା ନେତା ବିଶାଳ ଭରଦ୍ୱାଜ ମତଦାତାମାନଙ୍କ ନାମ ହଟାଇବାକୁ ଚେଷ୍ଟା କରୁଛନ୍ତି। ଭାଜପାର ପୂର୍ବତନ ଏମ୍‌ପି ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଅଞ୍ଚଳରେ ଭୋଟ ଲାଗି ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri