Posted inଜାତୀୟ

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ହାଇପ୍ରୋଫାଇଲ୍‌ ବିବାହ ଦିଲ୍ଲୀର କପୁରଥଲା ହାଉସରେ ଅନୁଷ୍ଠିତ ହୋଇଛି। ପୂର୍ବରୁ ୧୭ ଏପ୍ରିଲରେ ଦିଲ୍ଲୀର ଶାଙ୍ଗ୍ରି-ଲା ହୋଟେଲରେ ମେହେନ୍ଦୀ ଏବଂ ଅନ୍ୟାନ୍ୟ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏଥିରେ କେବଳ ସୀମିତ ଲୋକ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ ଉପସ୍ଥିତ ଥିଲେ।

ହର୍ଷିତା କେଜରିୱାଲ ଏବଂ ସମ୍ଭବ ଜୈନଙ୍କ ବିବାହ ପରେ, ଏବେ ରିସେପ୍ସନ କାର୍ଯ୍ୟକ୍ରମ ୨୦ ଏପ୍ରିଲରେ ଅନୁଷ୍ଠିତ ହେବ। ଦୁହେଁ ଆଇଆଇଟିରେ ଏକାଠି ପଢିଛନ୍ତି। ସମ୍ଭବ ଜୈନ ଏବଂ ହର୍ଷିତା କିଛି ମାସ ପୂର୍ବରୁ ଷ୍ଟାର୍ଟଅପ ଆରମ୍ଭ କରିଥିଲେ।

ବିବାହ ପୂର୍ବରୁ ହୋଟେଲରେ ମେହେନ୍ଦୀ ଏବଂ ଅନ୍ୟାନ୍ୟ ରୀତିନୀତି ସମୟରେ, ଅରବିନ୍ଦ କେଜରିୱାଲ ତାଙ୍କ ପତ୍ନୀ ସୁନୀତାଙ୍କ ସହ ନୃତ୍ୟ ମଧ୍ୟ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ତାଙ୍କ ସହ ତାଳ ଦେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ନୃତ୍ୟ କରିଥିବା ଦେଖାଯାଉଛି।

କହି ରଖୁଛୁ, କେଜରିୱାଲଙ୍କ ଦୁଇଟି ସନ୍ତାନ ଅଛନ୍ତି। ପୁଅଙ୍କ ନାମ ପୁଲକିତ ଏବଂ ଝିଅଙ୍କ ନାମ ହର୍ଷିତା। ହର୍ଷିତା ନୋଏଡାର ଦିଲ୍ଲୀ ପବ୍ଲିକ ସ୍କୁଲରୁ ପାଠପଢ଼ିଛନ୍ତି। ୨୦୧୪ ମସିହାରେ, ସେ IIT-JEE ଆଡଭାନ୍ସଡ ପରୀକ୍ଷାରେ ୩,୩୨୨ତମ ସ୍ଥାନ ହାସଲ କରିଥିଲେ ଏବଂ IIT ଦିଲ୍ଲୀରୁ କେମିକାଲ ଇଞ୍ଜିନିୟରିଂ ପଢିଥିଲେ। ଏଥିରେ ସେ ବିଭାଗରେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପାଠପଢ଼ା ସମୟରେ ତାଙ୍କୁ ଅନେକ କମ୍ପାନୀରୁ ଚାକିରିର ପ୍ରସ୍ତାବ ମିଳିଥିଲା।

ପାଠପଢ଼ା ସମାପ୍ତ କରିବା ପରେ, ହର୍ଷିତା ଗୁରୁଗ୍ରାମର ଏକ କମ୍ପାନୀରେ ସହଯୋଗୀ ପରାମର୍ଶଦାତା ଭାବରେ କାମ କରିଥିଲେ। ସେ Basil Health (ବାସିଲ ହେଲ୍ଥ) କମ୍ପାନୀର ସହ-ପ୍ରତିଷ୍ଠାତା। କାମ ସହିତ ହର୍ଷିତାଙ୍କୁ ରାଜନୀତିରେ ତାଙ୍କ ବାପାଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଚାଲିବାର ମଧ୍ୟ ଦେଖାଯାଇଛି। ସେ ଦଳର ନିର୍ବାଚନ ପ୍ରଚାରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସେ ୨୦୨୦ ବିଧାନସଭା ନିର୍ବାଚନରେ ତାଙ୍କ ବାପା ଏବଂ ଦଳ ପାଇଁ ପ୍ରଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri