ଅରୁନ୍ଧତୀ ଜୁଏଲର୍ସର ‘ଡାଇମଣ୍ଡ ମହୋତ୍ସବ’

ଭୁବନେଶ୍ୱର,୧୪।୧୨: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ହୀରା ଗହଣାର ସ୍ବତନ୍ତ୍ର କଲେକ୍ସନ ଜିଭା ସହ ‘ଡାଇମଣ୍ଡ ମହୋତ୍ସବ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରତିଷ୍ଠାନର ସମସ୍ତ ଶାଖାରେ ଏହି ମହୋତ୍ସବ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଚଳିତ ଖ୍ରୀଷ୍ଟମାସ ଏବଂ ନବବର୍ଷକୁ ଆଖି ଆଗରେ ରଖି ଏକ ସୂକ୍ଷ୍ମ ଏବଂ ସ୍ବତନ୍ତ୍ର କାରୁକାର୍ଯ୍ୟ ଭରା ଗହଣାକୁ ନିୟମିତ ହୀରା ଗହଣାଠାରୁ ୩୦% କମ୍‌ ଦାମ୍‌ରେ ଉପଲବ୍ଧ କରାଉଛି। ସେହିଭଳି ବିସ୍ତୃତ ଡିଜାଇନ୍‌ ସହ ବଜାରର ସର୍ବୋତ୍ତମ ଡାଇମଣ୍ଡ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅରୁନ୍ଧତୀ ଶାଖାରେ ଉପଲବ୍ଧ ହେବ। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ହୀରା ଗହଣାର ପ୍ରତି କ୍ୟାରେଟ ଉପରେ ଫ୍ଲାଟ୍‌ ୧୫,୦୦୦ ଟଙ୍କାର ରିହାତି ସହ ପ୍ରତିଷ୍ଠାନର ପୁରୁଣା ହୀରା ଗହଣା ଏକ୍ସଚେଞ୍ଜ ଉପରେ ମଧ୍ୟ ୧୦୫% ଅତ୍ୟଧିକ ମୂଲ୍ୟ ପାଇପାରିବେ। ସେହିପରି ଜିଭା ଡାଇମଣ୍ଡ କଲେକ୍ସନର ନେକ୍‌ଲେସ ମାତ୍ର ୯୯,୯୯୯ ଟଙ୍କାରୁ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏପରିକି ଏହି କଲେକ୍ସନ ଅନ୍ତର୍ଗତ ଗହଣାଗୁଡ଼ିକର ମୂଲ୍ୟ ୧୯,୯୯୯ ଟଙ୍କାରୁ ଆରମ୍ଭ କରାଯାଇଛି।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଦେର୍ଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଆମର ଏହି ଜିଭା କଲେକ୍ସନ ଆଜିର ନାରୀମାନଙ୍କର ପସନ୍ଦ ଓ ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ଉକତ୍ୃଷ୍ଟ କଳାକୃତିରେ ପ୍ରସ୍ତୁତ କରାଯାଇଛି। ଫ୍ୟାଶନ ସଚେତନ ମହିଳାମାନେ ଏହାକୁ ବିଭିନ୍ନ ସ୍ଥାନ ଓ ବିଭିନ୍ନ ପରିପେକ୍ଷୀରେ ମଧ୍ୟ ପରିଧାନ କରିପାରିବେ। ଆମେ ସର୍ବଦା ନିୟମିତ ବ୍ୟବଧାନରେ ନୂତନ ଡିଜାଇନ ସହ ସେବାରେ ଉନ୍ନତି ଆଣିବାକୁ ପ୍ରଚେଷ୍ଟା କରିଥାଉ। ଫଳରେ ଆମ ଗ୍ରାହକମାନେ ଅରୁନ୍ଧତୀ ଜୁଏଲର୍ସରେ ସର୍ବଦା କିଛି ନା କିଛି ନୂଆ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri