ଅରୁନ୍ଧତୀ ଜୁଏଲର୍ସର ‘ଡାଇମଣ୍ଡ ମହୋତ୍ସବ’

ଭୁବନେଶ୍ୱର,୧୪।୧୨: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ହୀରା ଗହଣାର ସ୍ବତନ୍ତ୍ର କଲେକ୍ସନ ଜିଭା ସହ ‘ଡାଇମଣ୍ଡ ମହୋତ୍ସବ’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ରତିଷ୍ଠାନର ସମସ୍ତ ଶାଖାରେ ଏହି ମହୋତ୍ସବ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ବିଶେଷକରି ଚଳିତ ଖ୍ରୀଷ୍ଟମାସ ଏବଂ ନବବର୍ଷକୁ ଆଖି ଆଗରେ ରଖି ଏକ ସୂକ୍ଷ୍ମ ଏବଂ ସ୍ବତନ୍ତ୍ର କାରୁକାର୍ଯ୍ୟ ଭରା ଗହଣାକୁ ନିୟମିତ ହୀରା ଗହଣାଠାରୁ ୩୦% କମ୍‌ ଦାମ୍‌ରେ ଉପଲବ୍ଧ କରାଉଛି। ସେହିଭଳି ବିସ୍ତୃତ ଡିଜାଇନ୍‌ ସହ ବଜାରର ସର୍ବୋତ୍ତମ ଡାଇମଣ୍ଡ ଅଫର ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହି ଅଫର ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅରୁନ୍ଧତୀ ଶାଖାରେ ଉପଲବ୍ଧ ହେବ। ଉକ୍ତ ଅଫର ଜରିଆରେ ଗ୍ରାହକମାନେ ହୀରା ଗହଣାର ପ୍ରତି କ୍ୟାରେଟ ଉପରେ ଫ୍ଲାଟ୍‌ ୧୫,୦୦୦ ଟଙ୍କାର ରିହାତି ସହ ପ୍ରତିଷ୍ଠାନର ପୁରୁଣା ହୀରା ଗହଣା ଏକ୍ସଚେଞ୍ଜ ଉପରେ ମଧ୍ୟ ୧୦୫% ଅତ୍ୟଧିକ ମୂଲ୍ୟ ପାଇପାରିବେ। ସେହିପରି ଜିଭା ଡାଇମଣ୍ଡ କଲେକ୍ସନର ନେକ୍‌ଲେସ ମାତ୍ର ୯୯,୯୯୯ ଟଙ୍କାରୁ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏପରିକି ଏହି କଲେକ୍ସନ ଅନ୍ତର୍ଗତ ଗହଣାଗୁଡ଼ିକର ମୂଲ୍ୟ ୧୯,୯୯୯ ଟଙ୍କାରୁ ଆରମ୍ଭ କରାଯାଇଛି।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିଦ୍ଦେର୍ଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଆମର ଏହି ଜିଭା କଲେକ୍ସନ ଆଜିର ନାରୀମାନଙ୍କର ପସନ୍ଦ ଓ ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ଉକତ୍ୃଷ୍ଟ କଳାକୃତିରେ ପ୍ରସ୍ତୁତ କରାଯାଇଛି। ଫ୍ୟାଶନ ସଚେତନ ମହିଳାମାନେ ଏହାକୁ ବିଭିନ୍ନ ସ୍ଥାନ ଓ ବିଭିନ୍ନ ପରିପେକ୍ଷୀରେ ମଧ୍ୟ ପରିଧାନ କରିପାରିବେ। ଆମେ ସର୍ବଦା ନିୟମିତ ବ୍ୟବଧାନରେ ନୂତନ ଡିଜାଇନ ସହ ସେବାରେ ଉନ୍ନତି ଆଣିବାକୁ ପ୍ରଚେଷ୍ଟା କରିଥାଉ। ଫଳରେ ଆମ ଗ୍ରାହକମାନେ ଅରୁନ୍ଧତୀ ଜୁଏଲର୍ସରେ ସର୍ବଦା କିଛି ନା କିଛି ନୂଆ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

୨୫ରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଛତ୍ରପୁର,୨୪।୯(ଦିଲ୍ଲୀପ ସାମଲ): ଭାରତୀୟ ପାଣିପାଗ ବିଭାଗ ଗଞ୍ଜାମ ଜିଲା ପାଇଁ ପୁଣି ଅରେଞ୍ଜ ଆଲର୍ଟ ଜାରି କରିଛି। ସେପ୍ଟେମ୍ବର ୨୫ ତାରିଖରେ ଜିଲାରେ ପ୍ରବଳରୁ ଅତି ପ୍ରବଳ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

୩ ଦିନ ହେଲା ବର୍ଷା ଜାରି , ମାଧବରୀଡ଼ାରେ ବିପଦ ସଂକେତ ଜଳସ୍ତର

ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ…

ବନ୍ୟାର ପ୍ରଖର ସ୍ରୋତରେ ନାଳ ପାରି ହେଲେ ଗର୍ଭବତୀ

ପାତ୍ରପୁର, ୨୪ା୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୀମାନ୍ତରେ ପ୍ରବାହିତ ଜାମୁଗଣ୍ଡ ନାଳରେ ବର୍ଷାଜଳ ବୃଦ୍ଧି ପାଇଛି। ଏଥିଯୋଗୁ କେତେକ ଆଦିବାସୀ ଗ୍ରାମ ବାହ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?