କଳାକାର ସଂଘକୁ ମଜଭୁତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧(ଅନିଲ ଦାସ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ଲୋକକଳାକାରମାନଙ୍କ ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) କାର୍ଯ୍ୟକ୍ରମ ଚାଲିବ। ଲୋକମାନେ ପାଇବେ ବିକାଶ ଓ ରୂପାନ୍ତରିତ ଓଡ଼ିଶାର ବାର୍ତ୍ତା। ଜନସାଧାରଣ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜାଣିବା ସହିତ ବିକାଶ କାର୍ଯ୍ୟକ୍ରମରେ ସହଭାଗୀ ହୋଇପାରିବେ। ଏହି ଅଭିଯାନରେ ୧ ମାସ ଧରି ରାଜ୍ୟର ସମସ୍ତ ୫୧,୧୬୮ ଗଁାରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ସାରା ରାଜ୍ୟରେ ୨୨ ହଜାର ଲୋକକଳାକାର ଦଳ ପଞ୍ଜୀକୃତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକକଳାକାରମାନଙ୍କର ପ୍ରଶଂସାକରି କହିଛନ୍ତି ଯେ ଆମର ଲୋକକଳାକାରମାନେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବାର୍ତ୍ତା ଲୋକଙ୍କୁ ଦେଉଛନ୍ତି। ଏହାଦ୍ୱାରା ଲୋକକଳାର ଆଦର ବଢୁଛି। କଳାକାରମାନେ ମଧ୍ୟ ରୋଜଗାର ପାଉଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ଲୋକକଳାକାରମାନେ ସଶକ୍ତ କରୁଛନ୍ତି। ରାଜ୍ୟ ସରକାର କଳା ଓ କଳାକାରଙ୍କ ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆମ କଳା ଓ କଳାକାରଙ୍କ ବିକାଶ ପାଇଁ ରାଜ୍ୟ ସରକାର ୨୦୧୦ରୁ କଳାକାର ସଂଘ ଗଠନ କରିଛନ୍ତି। ଏହି ଉପକ୍ରମ ପ୍ରଥମେ ଗଞ୍ଜାମ ଜିଲାରେ ଆରମ୍ଭ ହୋଇଥିଲା। ଏବେ ଏହା ସବୁ ଜିଲା ଓ ସବୁ ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି। ଆମ ରାଜ୍ୟର କଳାକାର ସଂଘ ସାରା ବିଶ୍ୱରେ ଅନନ୍ୟ। କଳାକାରମାନଙ୍କ ସହଯୋଗରେ ଆଜି ଏହି ସଂଘ ଆଗକୁ ବଢୁଛି। ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କଳାକାର ସାମିଲ ହେଉଥିବା ଜାଣି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ମିଶନ ଶକ୍ତି ପରି ସବୁ କଳାକାର ସଂଘକୁ ଆହୁରି ମଜଭୁତ କରାଯିବ ବୋଲି କହିଛନ୍ତି। ସାରା ରାଜ୍ୟରେ ୨ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ସମସ୍ତ ଲୋକକଳାକାରଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି। କଳାକାରମାନଙ୍କ ସହିତ ଆଲୋଚନା କରି ସେ କହିଛନ୍ତି ଯେ କଳାକାରମାନେ ମୋ ପରିବାରର ସଦସ୍ୟ ଭଳି। ଭଲ କାମ ଜାରି ରଖନ୍ତୁ, ମୁଁ ଓ ରାଜ୍ୟ ସରକାର ସବୁବେଳେ ସହଯୋଗ ଯୋଗାଇ ଦେବୁ। କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି ଯେ ଓଡ଼ିଶା ହେଉଛି ପାରମ୍ପରିକ କଳାର ଗନ୍ତାଘର। ରାଜ୍ୟ ସରକାର କଳାକାରମାନଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି।
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁଇଟି ବିଷୟ ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ପ୍ରଥମ କଥା ହେଲା କଳାକାରମାନଙ୍କ ସମ୍ମାନ। ସେମାନଙ୍କୁ ସମ୍ମାନ ଦେଇ ଜିଲା ପ୍ରଶାସନ ସେମାନଙ୍କ ସମସ୍ତ ଦେୟ ତୁରନ୍ତ ପ୍ରଦାନ କରିବା ଉଚିତ। ଦ୍ୱିତୀୟ କଥା ହେଉଛି ମିଶନ ଶକ୍ତି ଯେପରି ସୁଦୃଢ଼ ହୋଇଛି କଳାକାର ସଂଘଗୁଡ଼ିକ ମଧ୍ୟ ସେହିପରି ସୁଦୃଢ଼ ହେବା ଆବଶ୍ୟକ। ଏଥିପାଇଁ ଜିଲାପାଳ, ବିଡିଓ ଓ ସମ୍ପୂର୍ଣ୍ଣ ଜିଲା ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ଆମେ କାମ, ରୋଜଗାର ପାଉଛୁ ଓ ସମ୍ମାନ ମଧ୍ୟ ପାଉଛୁ। ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆମେ ଏକ ସ୍ବତନ୍ତ୍ର ପରିଚୟ ପାଇଛୁ ବୋଲି କଳାକାର ସଂଘ କହିଛି। ସ୍ବାଗତ ଭାଷଣ ଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ କହିଛନ୍ତି ଯେ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ୨୦୦୯-୧୦ରୁ ରାଜ୍ୟ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଏକ ମେଗା ଆଇସି କ୍ୟାମ୍ପେନରେ ପରିଣତ ହୋଇଛି। ଏଥିରେ ୧୦ ବିଭାଗର ୧୫ଟି ଯୋଜନାର ପ୍ରଚାର ପ୍ରସାର କରାଯିବ। ଏହା ମାଧ୍ୟମରେ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ଲୋକଙ୍କ ପାଖରେ ସହଜରେ ଓ ସୁବିଧାରେ ପହଞ୍ଚି ପାରୁଛି। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ଲୋକକଳାକାରମାନେ ସେମାନଙ୍କ କଳାଚାତୁରୀ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ପାରମ୍ପରିକ ଦଣ୍ଡନାଚ, ରାସ, କରମା ସାନି ପାଲା, ଦାସକାଠିଆ, ସଂକୀର୍ତ୍ତନ, ଛଉନୃତ୍ୟ, ଘୋଡ଼ାନାଚ, ମୋଗଲ ତାମସା, ପ୍ରହଲ୍ଲାଦ ନାଟକ, ସୁଆଙ୍ଗ, ରାମଲୀଳା, ଖଞ୍ଜଣି ଭଜନ, କେନ୍ଦରା ଗୀତ, ଚକୁଳିଆ ପଣ୍ଡା, ଭାରତଲୀଳା, ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଢାପ ନୃତ୍ୟ, ବଣ୍ଡା, କୋୟା, ସାନ୍ତାଳୀ, ପରଜା, ଢେମସା ଆଦି ବିଭିନ୍ନ ପ୍ରକାର ଲୋକଗୀତ, ଲୋକନୃତ୍ୟ ଓ ଲୋକ ନାଟକରେ କଳାକାରମାନେ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ସରକାରଙ୍କ ଲୋକହିତକର ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ପ୍ରଚାର ପ୍ରସାର କରି ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୂଳଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମୃତଦେହ କାହାର? ତଦନ୍ତ ଆରମ୍ଭ

ସୋରଡା,୨୨ା୪(ରଜନି ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ବାଲପଙ୍କା ଗାଁରେ ଅଭାବନୀୟ ଘଟଣା । ରାସିପଙ୍କାଳ ଶଙ୍ଖ ନିକଟରେ ପଡ଼ିରହିଛି ଅଜଣା ବ୍ୟକ୍ତିର ମୃତଦେହ ।ମୃତଦେହ…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ନୂଆ ଷ୍ଟାଇଲ୍‌ରେ ପ୍ରେମିକଙ୍କୁ ପ୍ରପୋଜ କରିବା ବାହାନାରେ ଏମିତି କାଣ୍ଡ କଲେ ପ୍ରେମିକା, ହାତଗୋଡ଼ ବାନ୍ଧିଲେ, ପରେ…

ବେଙ୍ଗାଲୁରୁ,୨୨ା୪: କର୍ନାଟକର ରାଜଧାନୀ ତଥା ଦେଶର ଆଇଟି ହବ୍‌ ବେଙ୍ଗାଲୁରୁରୁ ଏକ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହା ସମଗ୍ର ସହରକୁ ଥରାଇ…

ଚାଞ୍ଚଲ୍ୟ… ଦିଲ୍ଲୀରେ IRS ଅଧିକାରୀଙ୍କ ଝିଅକୁ ବଳାତ୍କାର ପରେ ହତ୍ୟା, ମୋବାଇଲ ଚାର୍ଜରରେ କାଟିଦେଲେ ଗଳା

ନୂଆଦିଲ୍ଲୀ,୨୨ା୪: ଦିଲ୍ଲୀର ଅମର କଲୋନି ଅଞ୍ଚଳରେ ଜଣେ ଯୁବତୀଙ୍କ ବଳାତ୍କାର ଏବଂ ପରେ ହତ୍ୟା ସହିତ ଜଡିତ ଏକ ମାମଲା ସାମ୍ନାକୁ ଆସିଛି । ମୃତକ ଜଣକ…

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ, ୧୦ରୁ ଅଧିକ…

ବଞ୍ଚୋ,୨୨ା୪(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍‌, ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଝାରସୁଗୁଡା,୨୨।୪(ଆଶିଷ ରଞ୍ଜନ ଦାଶ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର୍‌। ଜିଏନଏମ ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ବିଭିନ୍ନ ପିଏଚସି…

ଜେଲ ପାଚେରୀ ଡେଇଁ କଏଦୀ ଫେରାର

ଭବାନୀପାଟଣା,୨୨।୪: କଳାହାଣ୍ଡି ଜେଲ ପାଚେରୀ ଡେଇଁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଫେରାର…

ମହିଳା ବିଲ୍‌ ଆଣିବା ପଛରେ ରହିଥିଲା ଛଳନା: ଜୟଦେବ ଜେନା

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲା କଂଗ୍ରେସ ପକ୍ଷରୁ ମହିଳା ବିଲ ଓ ସୀମା ନିର୍ଦ୍ଧାରଣ ବିଲ୍‌କୁ ନେଇ ଏକ ପ୍ରେସ୍‌ମିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri