ଜୀବିକା ହରାଇ ଦୁର୍ଦ୍ଦିନରେ କଳାକାର

କଟକ ଅଫିସ, ୨୭ା୬- କରୋନା ମହାମାରୀ ପ୍ରଭାବରେ ସମାଜର ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି କଳାକାର। କଳାକାରଟିଏ ଯେତେ ଦୁଃଖକଷ୍ଟରେ ଥିଲେ ମଧ୍ୟ ନିଜର କଳା ମାଧ୍ୟମରେ ସବୁବେଳେ ଦର୍ଶକଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରିଥାଏ। ହେଲେ ଏବେ କରୋନା ଏହି ହସ ଛଡାଇ ନେଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଚଳଚ୍ଚିତ୍ର ଓ ଧାରାବାହିକ ଶୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଷ୍ଟୁଡିଓ ବନ୍ଦ ରହିଥିବାବେଳେ ଶୁଟିଂସେଟ୍‌ ଶୂନଶାନ୍‌ ରହିଛି। ଫଳରେ କଳାଜଗତ ସହ ସଂଶ୍ଳିଷ୍ଟ ଥିବା ଅଭିନେତାଙ୍କଠାରୁ ଆରମ୍ଭ କରି ଟେକ୍ନିସିଆନ, ଗୀତିକାର, ସଙ୍ଗୀତ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ପ୍ରଯୋଜକମାନେ ହାତବାନ୍ଧି ବସିଛନ୍ତି। କିଛି କଳାକାର ପୂର୍ବରୁ ଯାହା ସଞ୍ଚିତ କରି ରଖିଥିଲେ ସେଥିରେ ସେମାନଙ୍କ ସଂସାର ଚଳୁଛି। ହେଲେ ଅନ୍ୟମାନଙ୍କ ନିକଟରେ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ନ ଥିବାରୁ ଦୁର୍ଦ୍ଦିନରେ ଦିନ କାଟିବାକୁ ପଡୁଛି। ଏପରି କେତେଜଣ କଳାକାର ଅଛନ୍ତି ଯେଉଁମାନେ ନିଜର ବାଦ୍ୟଯନ୍ତ୍ର ବିକ୍ରି କରି ପରିବାର ପ୍ରତିପୋଷଣ କରିବାକୁ ବାଧ୍ୟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳିନାହିଁ। ତୁରନ୍ତ ସରକାର ଏ ଦିଗରେ କିଛି ପଦକ୍ଷେପ ନେଇ ସହାୟତା ଯୋଗାଇ ଦେବାକୁ କଳାକାରମାନେ ଦାବି କରିଛନ୍ତି।

ଏମାନେ କ’ଣ କୁହନ୍ତି…

ସମସ୍ତ ସଂଘ ସରକାରଙ୍କୁ ଦୁଃଖ ଜଣାଉ
ସରକାର ଯଦି କୋଭିଡ୍‌ ନିୟମ ମାନି ଶୁଟିଂ ପାଇଁ ଅନୁମତି ପ୍ରଦାନ କରନ୍ତି, ଆମେ ନିଶ୍ଚିତ ଭାବରେ ତାହା ପାଳନ କରିବୁ। ତେବେ ଚଳଚ୍ଚିତ୍ର ଜଗତରେ ବିଭିନ୍ନ ବର୍ଗଙ୍କର ସଂଘ ରହିଛି। ସମସ୍ତ ସଂଘ ଯଦି ମିଳିତ ଭାବରେ ଦୁଃଖ ସରକାରଙ୍କୁ ଜଣାନ୍ତି, ତା’ହେଲେ ସରକାର ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।
-କୁନା ତ୍ରିପାଠୀ, ଅଧ୍ୟକ୍ଷ, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ

ଅଧାରେ ରହିଛି ଚଳଚ୍ଚିତ୍ର ପ୍ରସ୍ତୁତି
ପ୍ରଯୋଜନା ସଂସ୍ଥାଗୁଡ଼ିକ ଟଙ୍କା ଖର୍ଚ୍ଚ କରି ସେଟ୍‌ ନିର୍ମାଣ କରିଛନ୍ତି। କରୋନା ମହାମାରୀ ଯୋଗୁ ଶୁଟିଂ ବନ୍ଦ ରହିଥିବାରୁ ୨ ମାସ ହେବ ଘରେ ବସିଛୁ। ଫଳରେ ଅନେକ ଚଳଚ୍ଚିତ୍ର ପ୍ରସ୍ତୁତି ଅଧାରେ ରହିଛି।
-ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା ତଥା ଚଳଚ୍ଚିତ୍ର ପ୍ରଯୋଜକ

କଳାକାରଙ୍କୁ ସାହାଯ୍ୟ କରିବ ଓମାୱା
କଳାକାରମାନେ ବିଭିନ୍ନ ଉପାୟରେ ସରକାରଙ୍କୁ ଦୁଃଖ ଜଣାଇଛନ୍ତି। ହେଲେ ସରକାର ସେମାନଙ୍କ କଥା ଶୁଣିନାହାନ୍ତି। ସେଥିପାଇଁ ସେମାନେ ମିଶି ଓଡ଼ିଶା ମ୍ୟୁଜିକ୍‌ ଆର୍ଟିଷ୍ଟ ଆଣ୍ଡ ଓ୍ବେଲ୍‌ଫେୟାର ଆସୋସିଏଶନ(ଓମାୱା) ନାମରେ ଏକ ଅନୁଷ୍ଠାନ କରିଛନ୍ତି। ଓଡ଼ିଶାରେ ଯେଉଁ କଳାକାର ଅସୁବିଧାରେ ପଡିବେ ଏହି ଅନୁଷ୍ଠାନ ମାଧ୍ୟମରେ ଚାନ୍ଦା ଆଦାୟ କରାଯାଇ ତାଙ୍କୁ ସାହାଯ୍ୟ କରାଯିବ।
– ଅଭିଜିତ୍‌ ମଜୁମ୍‌ଦାର, ସଙ୍ଗୀତ ନିର୍ଦ୍ଦେଶକ

ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଳାକାର
ଶୁଟିଂସେଟ୍‌ରେ କରୋନାର ପ୍ରଭାବ ବିଶେଷ ନ ଥିଲା। ସମସ୍ତେ ସରକାରଙ୍କ ଗାଇଡ୍‌ଲାଇନ ମାନି କାମ କରୁଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ଶୁଟିଂ ସମ୍ପୂର୍ଣ୍ଣ ବନ୍ଦ ହେବା ଦ୍ୱାରା ଜୁନିୟର କଳାକାର, କ୍ୟାମେରାମ୍ୟାନ, ଲାଇଟ୍‌ମ୍ୟାନ ଓ ଟେକ୍ନିସିଆନମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।
-ଶ୍ରୀତମ ଦାସ, ଅଭିନେତା

ସରକାର ଦୃଷ୍ଟି ଦିଅନ୍ତୁ
କଳାକାର ହେଉଛି ସାଧାରଣ ମଣିଷ। ସେ କଳାକୁ ନିଜର ବୃତ୍ତି କରି ଗୁଜୁରାଣ ମେଣ୍ଟାଇଥାଏ। ସାଧାରଣ ଲୋକଙ୍କ ପ୍ରତି ସରକାର ଯେଉଁଭଳି ଭାବେ ଦୃଷ୍ଟି ଦେଉଛନ୍ତି, କଳାକାରମାନଙ୍କ ପ୍ରତି ମଧ୍ୟ ସମାନ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦିଅନ୍ତୁ, ଯାହାଦ୍ୱାରା ସେମାନେ ଉପକୃତ ହୋଇପାରିବେ।
– ଇରା ମହାନ୍ତି, କଣ୍ଠଶିଳ୍ପୀ

ସ୍ବତନ୍ତ୍ର କଳାକାର ଯୋଜନା କରାଯାଉ
କଳାକାରମାନେ ସର୍ବଦା ଲୋକଙ୍କ ମନୋରଞ୍ଜନ କରିଥାନ୍ତି। ସରକାର ସେମାନଙ୍କ ପ୍ରତି ଉଦାସୀନ ମନୋଭାବ ରଖିବା ଉଚିତ ନୁହେଁ। ତୁରନ୍ତ ସେମାନଙ୍କ ପାଇଁ ସ୍ବତନ୍ତ୍ର କଳାକାର ଯୋଜନା କରିବା ଦରକାର।
-ବାପୁ ଗୋସ୍ବାମୀ, ଗୀତିକାର

ଧୈର୍ଯ୍ୟ ସହ ଅପେକ୍ଷା କରିବାକୁ ପଡ଼ିବ
ସରକାରଙ୍କ ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଏହି ସମୟରେ ଶୁଟିଂ କରାଗଲେ ସଂକ୍ରମଣ ହାର ବଢିବା ଆଶଙ୍କା ରହିଛି। କରୋନାର ପ୍ରକୋପ କମିଲେ ସିନେମା କାମ ହୋଇପାରିବ। ସେଥିପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ତେଣୁ ସରକାରଙ୍କ ଏହି ଲକ୍‌ଡାଉନ, ଶଟ୍‌ଡାଉନ ନିଷ୍ପତ୍ତି ସହିତ ମୁଁ ଏକମତ।
-ସୁଧାଂଶୁ ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ

କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ
କରୋନାରେ କଳାକାରମାନେ ଜୀବିକା ହରାଇଛନ୍ତି। ଏପରି କି କେତେଜଣ କଳାକାରଙ୍କ ମଧ୍ୟ ମୃତ୍ୟୁ ଘଟିଛି। କଳାକାର ଜଣେ ଦିନମଜୁରିଆ ପରି। ପ୍ରତିଦିନ କାମ କଲେ ପରିବାର ପ୍ରତିପୋଷଣ ହୋଇଥାଏ। ଏବେ କରୋନା ମହାମାରୀ ଯୋଗୁ ସେମାନେ ହାତବାନ୍ଧି ବସିଛନ୍ତି। ଏଭଳି ପରିସ୍ଥିତିରେ ସରକାର କଳାକାରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ।
– ନିର୍ମଳ ନାୟକ, ଗୀତିକାର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri