ପ୍ରସ୍ଫୁଟିତ ହେଉନି ଚିତ୍ରକଳା ପ୍ରତିଭା

ଆଠମଲ୍ଲିକ,୪ା୧୧ (ଉଦୀପ୍ତ ପୁରୋହିତ): ଚିତ୍ରକଳାରେ ଚମତ୍କାରିତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସହ ଆଠମଲ୍ଲିକକୁ ଗୌରବାନ୍ବିତ କରିଛନ୍ତି ସୁନାମଧନ୍ୟ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ହେଲେ ସେହି ଆଠମଲ୍ଲିକ ମାଟିରେ ଆଉ ଚିତ୍ରକଳାକୁ ମିଳୁନି ଉପଯୁକ୍ତ ପ୍ରୋତ୍ସାହନ। ପ୍ରସ୍ଫୁଟିତ ହେଉନି ପିଲାଙ୍କ ମଧ୍ୟରେ ଥିବା ଏହି ପ୍ରତିଭା। କାରଣ ଦୀର୍ଘବର୍ଷ ହେଲା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର କୌଣସି ସ୍କୁଲରେ ନାହାନ୍ତି ଡ୍ରଇଂ ଶିକ୍ଷକ। ଉଚ୍ଚପ୍ରାଥମିକ ଓ ହାଇସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଡ୍ରଇଂ କ୍ଲାସ ରଖାଯାଉଥିଲେ ମଧ୍ୟ ଏହି ଶିକ୍ଷା ଦେବାକୁ ନାହାନ୍ତି ଶିକ୍ଷକ। ଏ ନେଇ ଅଭିଭାବକ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ରହିଛି ମୋଟ୍‌ ୨୧୫ ସ୍କୁଲ। ସେଥିରୁ ୧୧ଟି ସରକାରୀ ଓ ୧୫ଟି ବ୍ଲକ ଗ୍ରାଣ୍ଟ ଉଚ୍ଚ ବିଦ୍ୟାଳୟ। ସେହିପରି ୮୦ଟି ଉଚ୍ଚ ପ୍ରାଥମିକ ସହ ୧୦୯ ପ୍ରାଥମିକ ସ୍କୁଲ ଅଛି। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ହଜାର ୬୩୪ ଛାତ୍ରୀଛାତ୍ର ଓ ନବମରୁ ଦଶମ ଶ୍ରେଣୀରେ ୩୯୬୯ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରୀ ବ୍ୟବସ୍ଥା ଅନୁଯାୟୀ ହାଇସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ଡ୍ରଇଂ ଶିକ୍ଷକ ନିଯୁକ୍ତି ଦିଆଯିବା କଥା। ମାତ୍ର ବ୍ଲକର କୌଣସି ଗୋଟିଏ ହେଲେ ବି ସ୍କୁଲରେ ଏହି ଶିକ୍ଷା ଦେବାକୁ ଶିକ୍ଷକ ନାହାନ୍ତି। କେବଳ ଠାକୁରଗଡ ଉଚ୍ଚ ପ୍ରାଥମିକ ସ୍କୁଲରେ ଜଣେ ପାର୍ଟ ଟାଇମ୍‌ ଇନ୍‌ଷ୍ଟ୍ରକ୍ଟର ଅଛନ୍ତି। ଏ ନେଇ ବାରମ୍ବାର ଅଭିଭାବକ ମହଲରେ ଦାବି ହେଉଥିଲେ ମଧ୍ୟ ସରକାର ଯେପରି ଡ୍ରଇଂ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥାକୁ ପାସୋରି ଦେଇଛନ୍ତି। ଅଭିଭାବକ ଓ ଶିକ୍ଷାବିତ୍‌ମାନେ କହିଛନ୍ତି, ସ୍କୁଲରେ ଚିତ୍ରକଳା ଶିକ୍ଷା ଦେବା ନେଇ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ଥିବା ଭଳି ଆଉ ମନେହେଉନାହିଁ। ଦୀର୍ଘବର୍ଷ ହେଲା ଏ ଦିଗରେ ନା’ ତତ୍ପରତା ଅଛି ନା’ କିଛି ପଦକ୍ଷେପ ନିଆଯାଉଛି। ସ୍କୁଲରେ ପିଲାଙ୍କ ପାଇଁ ଡ୍ରଇଂ କ୍ଲାସ ରଖାଯାଉଥିବା ବେଳେ ଶିକ୍ଷକ ନିଯୁକ୍ତ କରା ନ ଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ବିନା ଶିକ୍ଷକରେ ଏହି ଶିକ୍ଷା କିପରି ପିଲା ପାଇବେ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁ ଛାତ୍ରୀଛାତ୍ରଙ୍କ ଭିତରେ ଏହି ପ୍ରତିଭା ରହିଛି, ତାହାର ପରିପ୍ରକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉ ନାହିଁ। ଫଳରେ ସ୍କୁଲଗୁଡ଼ିକରେ ଡ୍ରଇଂ କ୍ଲାସ ପ୍ରାୟତଃ ବନ୍ଦ ହେବା ଉପରେ। ଶିକ୍ଷାନୁଷ୍ଠାନରେ ଚିତ୍ରକଳା ଶିକ୍ଷା ପ୍ରତି ସରକାର ଏପରି ବିମୁଖ ଭାବ ଦେଖାଉଥିବାବେଳେ ଶିଶୁ ମହୋତ୍ସବ ’ସୁରଭି’ କାର୍ଯ୍ୟକ୍ରମରେ ଚିତ୍ରକଳା ପ୍ରତିଯୋଗିତା ଓ ପୁରସ୍କାର ବ୍ୟବସ୍ଥା ରଖାଯିବା ସହ ବଡ଼ ବଡ଼ ଭାଷଣ ଦିଆଯାଉଛି। ଓଡ଼ିଶାର କଳା, ଭାସ୍କର୍ଯ୍ୟ ଓ ପରମ୍ପରାକୁ ଉଚ୍ଚ ପ୍ରଶଂସା କରାଯିବା ସହ ଏହାକୁ ଆଗାମୀ ଦିନରେ ଅକ୍ଷୁଣ୍ଣ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦିଆଯାଉଛି। ହେଲେ ବିନା ଗୁରୁ ଓ ପ୍ରୋତ୍ସାହନରେ ଏହି ଶିକ୍ଷା କିପରି ଛାତ୍ରୀଛାତ୍ରମାନେ ପାଇପାରିବେ ତାହା ଚକିତ କରୁଛି। ତୁରନ୍ତ ରାଜ୍ୟ ସରକାର ଆଠମଲ୍ଲିକର ସମସ୍ତ ଶିକ୍ଷାନୁଷ୍ଠାନରେ ଡ୍ରଇଂ ଶିକ୍ଷକ ନିଯୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri