Posted inଫୁରସତ

ପ୍ରାଚୁର୍ଯ୍ୟର କଳା: ସସ୍ମିତା କମିଳା

କଳା ତାଙ୍କ ପ୍ରାଣ ପ୍ରାଚୁର୍ଯ୍ୟର ପ୍ରତିଫଳନ। ତାହା ପୁଣି ବହୁମୁଖୀ, ବହୁପ୍ରସ୍ଥି । କଳାର ବ୍ୟବହାରକୁ ଦୈନନ୍ଦିନ ଜୀବନ ସ୍ତରକୁ ନେଇ ଆସିବା ତାଙ୍କର ଏକ ବିଶେଷ ସ୍ବପ୍ନ । କଳା ଜୀବନର ଅନ୍ତର୍ଜଗତ ନିଃସୃତ ଅମୃତ । ହଳାହଳମୟ ଜୀବନରେ କଳା ସାଧାରଣ ମଣିଷକୁ ଆଶ୍ୱାସନା ଦିଏ, ଆନନ୍ଦ ମୁଖର କରେ ।

ସୁତରାଂ କଳାକୁ ବ୍ୟବହାରିକ ଏବଂ ସମସାମୟିକ କରି ସାଧାରଣ ଜୀବନର ଏକ ଅଂଶ କରେଇ ପାରୁଥିବା ଏହି ପ୍ରତିଭାମୟୀ ଚିତ୍ରଶିଳ୍ପୀ ହେଉଛନ୍ତି ଡ. ସସ୍ମିତା କମିଳା । କଳାକୁ ଆଭିଜାତ୍ୟର ପସରାରେ ନ ସଜେଇ ସମୟ ଦାବି କରୁଥିବା ଆବଶ୍ୟକ ସାଜସରଞ୍ଜାମରେ କଳାର ଯଥାର୍ଥ ନିଦର୍ଶନ କରନ୍ତି ସସ୍ମିତା । ପର୍ଦ୍ଦା, କୁସନ କଭର, ବେଡଶିଟ୍‌, ଗାଲିଚା, ଘରର କାନ୍ଥ, ଚଟାଣ, ଖାଇବା ପିଇବା ପାଇଁ ଉଦ୍ଦିଷ୍ଟ ପାତ୍ର, ଫୁଲଦାନି ଆଦିରେ ସଜେଇ ପାରନ୍ତି ସେ ତାଙ୍କ ଅଙ୍କିତ ଜ୍ଞାନର ସୂକ୍ଷ୍ମ କାରିଗରି । ଉଭୟ ଚିତ୍ରକଳା ଓ ବ୍ୟବହାରିକ କଳାରେ ପାରଦର୍ଶିତା ଲାଭ କରିଥିବା ସସ୍ମିତାଙ୍କ ଜନ୍ମ ୧୦ ମେ ୧୯୮୦ ମସିହା ଚୋରମରା ଗ୍ରାମ, ବାଲେଶ୍ୱରରେ ।

ବାପା ଅରୁଣ କୁମାର କମିଳା, ମା’ ସୁଜାତା କମିଳାଙ୍କ ସୁକନ୍ୟା ସସ୍ମିତା ସଂଯୋଗକ୍ରମେ ବିବାହ କରନ୍ତି ଅନ୍ୟତମ ଚିତ୍ରଶିଳ୍ପୀ ସଞ୍ଜୟ କୁମାର ପରିଡାଙ୍କୁ । ପ୍ରାରମ୍ଭିକ ସ୍ତରରେ ମା’ଙ୍କ ଉଲ୍‌, କ୍ରୁସ୍‌, ଏମ୍ବ୍ରୋଡରି କାମରେ ମୁଗ୍ଧ ହେଉଥିବା କୁନି ସସ୍ମିତା ଜୀବନସାଥୀ ସାଜିଥିବା ସଞ୍ଜୟଙ୍କ ପ୍ରେରଣାରେ ଆନୁଷ୍ଠାନିକ କଳା ଶିକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିନେଇଥିଲେ । ସେଥିସକାଶେ ବିକେ ଚାରୁ ଓ କାରୁକଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଆନିମେସନ ଓ ଗ୍ରାଫିକ ଡିଜାଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଅଦ୍ୟାବଧି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପିକା ଭାବରେ କାର୍ଯ୍ୟରତ ସସ୍ମିତା ୨୦୨୧ରେ ସେହି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି । ଚିତ୍ର କଳା ଓ ବ୍ୟବହାରିକ କଳା ଉଭୟରେ ସେ ଦକ୍ଷ। ତାଙ୍କ କଳା ମଣିଷ ଜୀବନର ସମସ୍ୟା ଭିତରେ ଆନନ୍ଦ ଖୋଜେ । ଦୁଃଖକୁ ଅତିକ୍ରମ କରି ଉଲ୍ଲାସର ସନ୍ଧାନ କରିବା ତାଙ୍କର ବିଶେଷତ୍ୱ । କଳାକାର ଭାବେ ରଙ୍ଗ ଓ ରେଖାର ବ୍ୟାକରଣ ଅତିକ୍ରମ କରି ସେ କାଳାତୀତ ସ୍ପନ୍ଦନ ଦିଅନ୍ତି ।

କଳାର ବଜାରୀକରଣ ହୋଇପାରିଲେ କଳାକୁ ଜୀବିକା କରି ଜିଉଥିବା କଳାକାର ଓ ସାଧାରଣ ମଣିଷ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶାପୋଷଣ କରନ୍ତି ସସ୍ମିତା। ନିଜର କଳାର ଧାରା ସମ୍ପର୍କରେ ସସ୍ମିତା କୁହନ୍ତି , ରଙ୍ଗ ପ୍ରୟୋଗରେ ମୁଁ ମୋ ନିଜର ରୁଚି ଏବଂ ଅଭିନବତ୍ୱ ଦେଖେଇବାକୁ ଚେଷ୍ଟା କରେ । କିନ୍ତୁ ବିଷୟ ଦିଗରୁ ମୋ କଳାର ବିଷୟ ସ୍ବତନ୍ତ୍ର । ନୂଆ କୌଶଳ ଯଥା ଡିଜିଟାଲ ପଦ୍ଧତିରେ କାମକୁ ରୁଚି ମୁତାବକ ସଜେଇ ତାକୁ ବଜାରକୁ ଛାଡିବା ଏବଂ ବଜାରରେ ତା’ର ଚାହିଦା ବୃଦ୍ଧି କରିବାରେ ସେ ଏବଂ ତାଙ୍କ ଶିକ୍ଷାର୍ଥୀମାନେ ଅବିରତ ଚେଷ୍ଟାରେ ଥାଆନ୍ତି ।

ଅର୍ଦ୍ଧଶତକରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚିତ୍ର ପ୍ରଦର୍ଶନୀ, କର୍ମଶାଳା ଓ ଆଲୋଚନାଚକ୍ରରେ ଭାଗ ନେଇଥିବା ସସ୍ମିତା ବିଭିନ୍ନ ସଂସ୍ଥା ଦ୍ୱାରା ନିମନ୍ତ୍ରିତ ହୋଇ କଳାର ବିଚାରକ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । ଲଳିତ କଳା ଏକାଡେମୀ, ବିଭିନ୍ନ କଳା ସଂସ୍ଥା, ପାଠ ପଢିଥିବା ବିକେ ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟ, ପାଠ ପଢ଼ାଉଥିବା ଧଉଳି ଆର୍ଟ କଲେଜ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ପ୍ରସିଦ୍ଧି ହାସଲ କରିଥିବା ଅନେକ ଅନ୍‌ ଲାଇନ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତା ଓ ପ୍ରଦର୍ଶନୀରେ ସସ୍ମିତା କେବଳ ଅଂଶଗ୍ରହଣ କରିନାହାନ୍ତି ଅଧିକନ୍ତୁ ତାଙ୍କ କଳାକାର୍ଯ୍ୟ ପାଇଁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।
-ମାନମୟୀ ରଥ
ଅଧ୍ୟକ୍ଷା, ସେଣ୍ଟ ଜାଭିଅର କିଡ୍ସ , ବାଲିପୁଟ, ପୁରୀ
ମୋ:୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri