ସୋନୁ ସୁଦ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର,୩୧।୭: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କୋଭିଡ୍‌ ପରଠାରୁ କୋଟି କୋଟି ଲୋକଙ୍କ ଚିହ୍ନାମୁହଁ ପାଲଟିଯାଇଛନ୍ତି। ଜଣେ ଅଭିନେତା ଭାବେ ଯାହା କିଛି ନାମ ଅର୍ଜନ କରି ନ ଥିଲେ ତା’ଠାରୁ ବେଶି ସେବା ମାଧ୍ୟମରେ ପାଇଛନ୍ତି । ଲୋକଙ୍କ ସେବା କରି ସେ ଯେଉଁ ଆତ୍ମ ସନ୍ତୋଷ ପାଇଛନ୍ତି ତାଙ୍କ ପାଇଁ ସେସବୁ ବଡ ଉପହାର ବୋଲି ସୁଦ୍‌ ତାଙ୍କ ଟୁଇଟରରେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ଏହି ମହାନ ଅଭିନେତାଙ୍କ ୪୮ ତମ ଜନ୍ମ ଦିନରେ ଭୁୁବନେଶ୍ୱରର ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ୪୮ଟି ଭିନ୍ନ ଭିନ୍ନ ଚିତ୍ରରେ ଜନ୍ମଦିବସର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଶୁଖିଲା ପତ୍ରଠାରୁ ଆରମ୍ଭକରି ଅଜଳା ଦୀପ ପର୍ଯ୍ୟନ୍ତ ସବୁଥିରେ ସେ ସୋନୁଙ୍କ ସୁନ୍ଦର ଚିତ୍ରକୁ ଏକ ଭିନ୍ନ ଚିନ୍ତାଧାରାରେ ଚିତ୍ରଣ କରିଛନ୍ତି। ସାହାଣୀ ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର । ହେଲେ କରୋନା ସମୟରେ ଚିତ୍ର ଆଙ୍କିବା ନିଶାରେ ପଡ଼ି ସମୟ ଅତିବାହିତ ସହ ଜଣେ ଯୁବ ଚିତ୍ରଶିଳ୍ପୀ ଭାବେ ଅନେକ ସୁନାମ ଓ ପ୍ରଶାଂସପତ୍ର ହାସଲ କରିପାରିଛନ୍ତି। ସେହିଭଳି ସୋନୁଙ୍କୁ ଭଲ ପାଉଥିବା ଲୋକମାନେ ମଧ୍ୟ ନିଜ ନିଜ ଚିନ୍ତାଧାରାରେ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗୁଳିରେ ଦୁଇ କଳାକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ଶିବାସନା ମଧ୍ୟରେ ବିବାଦ ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି । ଏବେ ଶିବସେନା...

ଡିଅର ୨୦୧୯: ହସାଇ ନାକେଦମ୍‌ କଲେ

ଭୁବନେଶ୍ୱର, ୩୦।୧୨ (ବ୍ୟୁରୋ) ରସଗୋଲା ପଶ୍ଚିମବଙ୍ଗର, ତାଙ୍କୁ ଦେଇ ଦିଅ। ରସଗୋଲା ପରି ବେଙ୍ଗଲୀ ଲୋକ ମଧ୍ୟ ଧଳା ଓ ନରମ। ସେ ଦୃଷ୍ଟିରୁ ରସଗୋଲା ତାଙ୍କର...

ତେଲେଙ୍ଗାନାରୁ କାର୍ଗୋ ବିମାନରେ ଭୁବନେଶ୍ୱର ପହଞ୍ଚିଲା ଖାଲି ଟ୍ୟାଙ୍କର

ଭୁବନେଶ୍ୱର,୨୩।୪: ତେଲେଙ୍ଗାନାରୁ ଏୟାରଫୋର୍ସର କାର୍ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଶୁକ୍ରବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଓଡ଼ିଶାରୁ ଖାଲି ଟ୍ୟାଙ୍କରରେ ଅକ୍ସିଜେନ...

୪୦୦୦ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ରାଜ କୁନ୍ଦ୍ରା! ପ୍ରାଇଭେଟ୍‌ ଜେଟ୍‌ଠାରୁ ଆରମ୍ଭ କରି ବୁର୍ଜ ଖଲିଫାରେ ଫ୍ଲାଟ ଯାଏ…

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତି ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଏବେ ବିବାଦରେ...

‘ମୋ ଜଙ୍ଗଲ’ ଆପ୍‌ ଲୋକାର୍ପିତ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ରାଜ୍ୟରେ ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ କରିବାକୁ କାର୍ଯ୍ୟକାରୀ ହୋଇଛି ‘ମୋ ଜଙ୍ଗଲ’ (Mo Jungle: My Odisha Forest)...

୨୭ରେ ହେବ ଯୁକ୍ତ୨ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଆସନ୍ତା ୨୭ ତାରିଖରେ ଯୁକ୍ତ୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା...

ଅଭିଷେକଙ୍କୁ ‘ବେରୋଜଗାର’ କହିଲେ ଟ୍ରୋଲର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଭଳି ସେତେଟା ସଫଳତା ପାଇନାହାନ୍ତି ପୁଅ ଅଭିଷେକ ବଚ୍ଚନ। ଫଳରେ ଅନେକ ସମୟରେ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥାଏ।...

କରୋନା ପ୍ରଭାବ: ସବୁ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ...

Advertisement
Archives

Model This Week