ଏମ୍ସରେ କୃତ୍ରିମ ମୂତ୍ରାଶୟ ପ୍ରତିରୋପଣ

ଭୁବନେଶ୍ୱର,୧୮।୪(ଅସମାପିକା ସାହୁ)ଏମ୍ସ ଭୁବନେଶ୍ୱର ଏହାର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ରାଜ୍ୟରେ ପ୍ରଥମ କରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ ଏହି ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଥିଲେ। ଏହି ଅଭିନବ ସେବା ଗୁରୁତର ମୂତ୍ର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ନୂତନ ଆଶା ଏବଂ ଉନ୍ନତମାନର ଜୀବନ ପ୍ରଦାନ କରିବାରେ ସହାୟକ ହେବ। ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା। ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ୱରରେ ଉପଲବ୍ଧ ହୋଇପାରିଛି।

ପ୍ରୋଷ୍ଟ୍ରେଟ ସର୍ଜରି, ମେରୁଦଣ୍ଡରେ ଆଘାତ କିମ୍ବା ମୂତ୍ର ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି, ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରକ୍ରିୟାକୁ ବେଶ ପ୍ରଭାବିତ କରିଥାଏ। ଏୟୁଏସ୍‌ ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୂତ୍ରବାହି ନଳୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ, ଯାହାକି ଅନିୟନ୍ତ୍ରିତ ପରିସ୍ରାରୁ ମୁକ୍ତି ଦେବା ସହିତ ସାଧାରଣ ଜୀବନଯାପନକୁ ସ୍ବାଭାବିକ କରିଥାଏ। ଅସ୍ବାଭାବିକ ମୂତ୍ର ଅସନ୍ତୋଷ ଅନୁଭବ କରୁଥିବା ରୋଗୀଙ୍କ ପାଇଁ ଏହି ସେବା ବିଶେଷ ଭାବରେ ପ୍ରସ୍ତୁତ ହୋଇଛି। ଏହା ଅତ୍ୟନ୍ତ ପ୍ରଭାବଶାଳୀ ଓ ଫଳପ୍ରଦ ବୋଲି ଜଣାପଡ଼ିଛି। ଏମ୍ସ ଭୁବନେଶ୍ୱରରେ ଏହି ପ୍ରତିରୋପଣ କାର୍ଯ୍ୟକ୍ରମ ଦକ୍ଷ, ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଜ୍ଞ ୟୁରୋଲୋଜିଷ୍ଟ ଏବଂ କୁଶଳୀ ସର୍ଜନଙ୍କ ଏକ ଦଳ ଦ୍ୱାରା ପରିଚାଳିତ ହେବ। ରୋଗୀମାନଙ୍କୁ ପ୍ରତିରୋପଣ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟାରେ ସହାୟତା କରିବା ପାଇଁ ଡାକ୍ତରଖାନା ପକ୍ଷରୁ ନିୟମିତ ଯାଞ୍ଚ ଏବଂ ସହାୟତା ପ୍ରଦାନ ନିମନ୍ତେ ବନ୍ଦୋବସ୍ତ କରାଯାଇଛି। ଏୟୁଏସ୍‌ ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା କିମ୍ବା ଏନେଇ ପରାମର୍ଶ କରିବାକୁ ଚାହୁଁଥିବା ରୋଗୀମାନେ ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଏହି ଅତ୍ୟାଧୁନିକ ଏୟୁଏସ୍‌ ପ୍ରତିରୋପଣ ସେବା ଆରମ୍ଭରେ ଖୁସି ବ୍ୟକ୍ତ କରିବା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ସେବା ପାଇଁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପଡ଼ୁଥିଲା। ବର୍ତ୍ତମାନ ଏମ୍ସରେ ଏହା ଆରମ୍ଭ ହେବା ଦ୍ୱାରା ରାଜ୍ୟ ତଥା ପୂର୍ବ ଭାରତର ଲୋକମାନେ ଏହି ସେବା ପାଇପାରିବେ ବୋଲି ଡା. ବିଶ୍ୱାସ ପ୍ରକାଶ କରିଛନ୍ତି। ଏମ୍ସ ମେଡିକାଲ ଅଧୀକ୍ଷକ ଡା. ଦିଲ୍ଲୀପ କୁମାର ପରିଡ଼ା ଏହି ଅବସରରେ ୟୁରୋଲୋଜି ବିଭାଗର ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ବଡ଼ ଯନ୍ତ୍ରଣା ଲୁଚାଇ ରଖିଥିଲେ ଭାରତୀୟ କ୍ରିକେଟର, ଟି-୨୦ ବିଶ୍ୱକପ୍ ପୂର୍ବରୁ ହୋଇଥିଲା ବାପାଙ୍କ ମୃତ୍ୟୁ

ମୁମ୍ବାଇ,୧୧।୩: ଭାରତୀୟ ଷ୍ଟାର ୱିକେଟକିପର ବ୍ୟାଟର ଜୀତେଶ ଶର୍ମା ନିକଟରେ ନିଜ ଜୀବନର ଏକ ବଡ଼ ଦୁଃଖଦ ଖବର ସେୟାର କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ତାଙ୍କୁ…

ଇରାନ ସପକ୍ଷରେ ବାହାରିଲା ତୁର୍କୀ: ଏର୍ଡୋଗାନ କହିଲେ ‘ନା ଶିଆ, ନା ସୁନ୍ନି…ଆମେ ସମସ୍ତେ ମୁସଲମାନ; ଯଦି…

ଅଙ୍କାରା, ୧୧।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ସଂଘର୍ଷ ମଧ୍ୟରେ ତୁର୍କୀ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଟୁଇନ୍ ସିଟି ପୋଲିସ କମିଶନର ଦେବଦତ୍ତ ସିଂହ

ଭୁବନେଶ୍ବର,୧୧।୩: ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ…

ଭାରତରେ ଚିତା ସଂଖ୍ୟା ୫୦ ପାର୍, କୁନୋରେ ୫ ନୂଆ ଶାବକଙ୍କ ଜନ୍ମ

ମଧ୍ୟପ୍ରଦେଶ,୧୧।୩: ଭାରତର ‘ପ୍ରୋଜେକ୍ଟ ଚିତା’ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ନାମିବ୍ୟାରୁ ଆସିଥିବା ମାଦା ଚିତା ‘ଜ୍ଵାଳା’ ୫ଟି ଶାବକଙ୍କୁ…

ରିପୋର୍ଟରେ ‘ଧର୍ମ ପରିବର୍ତ୍ତନ’ ଉଲ୍ଲେଖ କରିଥିଲେ, ନନ୍ଦପୁରରେ RIଙ୍କୁ ସର୍ବସମ୍ମୁଖରେ ମାଡ଼; ଥାନାରେ…

ନନ୍ଦପୁର,୧୧।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜାତିଗତ ପ୍ରମାଣପତ୍ର ଆବେଦନର ତଦନ୍ତ ବେଳେ…

୬୩୧ କଇଁଛ ଜବତ, ଧରାପଡ଼ିଲେ ୭ ବ୍ୟବସାୟୀ

ଏମ୍‌ଭି- ୭୯, ୧୧।୩ (ଆଶିଷ କୁମାର ବାଇନ): ଆନ୍ଧ୍ରରୁ ମାଲକାନଗିରିକୁ ଏକ ବୋଲେରୋ ପିକ୍‌ଅପ୍‌ ଯୋଗେ କଇଁଛ ଚୋରା ଚାଲାଣ ବେଳେ ମୋଟୁ ବନ ବିଭାଗ ବୁଧବାର…

IPL 2026 ପାଇଁ ବିରାଟ କୋହଲିଙ୍କ ଆଗରେ ରଖିଲା ବଡ଼ ସର୍ତ୍ତ ରଖିଲା BCCI

ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri