ନଦୀ ଗର୍ଭରେ କୃତ୍ରିମ ରାସ୍ତା

ପାଟଣା,୧୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ତହସିଲ ଦେଇ ପ୍ରବାହିତ ବୈତରଣୀ, କଞ୍ଝାରି, ଦେଓ ନଦୀରେ ଥିବା ଲିଜ୍‌ ବାଲି ଉତ୍ସ ସହ ଘାଟ ଓ ବିଭିନ୍ନ ନାଳରୁ ବେଧଡ଼କ ଭାବେ ବାଲି ଉତ୍ତୋଲନ କରାଯାଉଛି। ଲଘୁ ଖଣିଜ ଆଇନକୁ ଉଲ୍ଲଂଘନ କରି ଚୋରା ଡମ୍ପ କରି ଜିଲାର ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ ହେଉଛି। ଚୋରାଚାଲାଣକାରୀ ମାଲା ମାଲ ହେଉଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ବହାନି ଘଟୁଛି। ବେଆଇନ ଭାବେ ମୋଟର ବୋଟ୍‌ ମାଧ୍ୟମରେ ବାଲି ଉତ୍ତୋଳନ ସହ ନଦୀ ମଝିରେ କୃତ୍ରିମ ମାଟି ରାସ୍ତା ନିର୍ମାଣ କରି ଭାରିଯାନରେ ବାଲିଚାଲାଣ ହେଉଛି। ଫଳରେ ନଦୀ ଶଯ୍ୟା ପୋତି ହୋଇପଡୁଛି।
ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ତୁରୁମୁଙ୍ଗାଠାରୁ ତଣ୍ଡ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବାଲି ଉତ୍ସରେ ବାଲିଚାଲାଣକାରୀଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ଏହି ତହସିଲ ଟାଙ୍ଗରପଡ଼ା ଆର୍‌ଆଇ ସର୍କଲ ଅନ୍ତର୍ଗତ କଞ୍ଝାରି ନଦୀର ଅଙ୍କୁରାଘାଟରେ ଗତ କିଛି ମାସ ହେବ ରାତି ସମୟରେ ବେଧଡ଼କ ବାଲି ଉତ୍ତୋଳନ ହେଉଛି। ଲିଜ୍‌ ନ ଥିବା ଅଙ୍କୁରାର ଏହି ଘାଟରେ ପୋକ୍‌ଲିନ ମେଶିନ ଲଗାଇ ଶହେରୁ ଊର୍ଦ୍ଧ୍ୱ ଟ୍ରିପ୍‌ ବାଲି ଉଠାଇ ଚୋରାଚାଲାଣ କରାଯାଉଛି। ବାଲିଚାଲାଣକାରୀ ନଦୀ ମଝିରେ ମେଶିନ ଓ ହାଇୱା ଚଳାଚଳ ପାଇଁ ମାଟି ପକାଇ ପ୍ରଶସ୍ତ କୃତ୍ରିମରାସ୍ତା ନିର୍ମାଣ କରିଛନ୍ତି। ଅନ୍ୟପକ୍ଷେ ଲିଜ୍‌ଧାରୀ ଲିଜ୍‌ ଘାଟରୁ ବାଲି ନ ଉଠାଉ ନଦୀ ଗର୍ଭକୁ ଯାଇ ଡଙ୍ଗା ଲଗାଇ ବାଲି ଉଠାଉଛନ୍ତି। ଫଳରେ ନଦୀ ପାଣି ପ୍ରଦୂଷିତ ହେବା ସହ ପ୍ରକୃତି ଓ ପରିବେଶ ଦୂଷିତ ହେଉଥିବା ପରିବେଶବିତ ଓ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ନଦୀ ମଧ୍ୟରେ ଛୋଟ ଛୋଟ ହ୍ରଦ ସୃଷ୍ଟି ହେଉଛି। ଏନେଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ କହିଛନ୍ତି, ଖବର ପାଇ ଅତିରିକ୍ତ ତହସିଲଦାର ସରଣ ଜେନା ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଅଙ୍କୁରା ବାଲି ଘାଟରେ ଚଢ଼ାଉ କରିଥିଲେ। ବାଲି ଚୋରାଚାଲାଣକାରୀ ନଦୀର ବିପରୀତ ପାର୍ଶ୍ୱ ଦେଇ ଗାଡ଼ି ସହ ଫେରାର ହୋଇଯାଇଥିଲେ। ବିଭିନ୍ନ ସମୟରେ ପାଟଣା ତହସିଲ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବ୍ୟାପକ ଚଢ଼ାଉକରି ଜରିମାନା ଆଦାୟ କରୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri