ନଦୀ ଗର୍ଭରେ କୃତ୍ରିମ ରାସ୍ତା

ପାଟଣା,୧୦ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ତହସିଲ ଦେଇ ପ୍ରବାହିତ ବୈତରଣୀ, କଞ୍ଝାରି, ଦେଓ ନଦୀରେ ଥିବା ଲିଜ୍‌ ବାଲି ଉତ୍ସ ସହ ଘାଟ ଓ ବିଭିନ୍ନ ନାଳରୁ ବେଧଡ଼କ ଭାବେ ବାଲି ଉତ୍ତୋଲନ କରାଯାଉଛି। ଲଘୁ ଖଣିଜ ଆଇନକୁ ଉଲ୍ଲଂଘନ କରି ଚୋରା ଡମ୍ପ କରି ଜିଲାର ବିଭିନ୍ନ ଅଞ୍ଚଳକୁ ବାଲି ଚୋରାଚାଲାଣ ହେଉଛି। ଚୋରାଚାଲାଣକାରୀ ମାଲା ମାଲ ହେଉଥିବା ବେଳେ ସରକାରଙ୍କ ବିପୁଳ ରାଜସ୍ବହାନି ଘଟୁଛି। ବେଆଇନ ଭାବେ ମୋଟର ବୋଟ୍‌ ମାଧ୍ୟମରେ ବାଲି ଉତ୍ତୋଳନ ସହ ନଦୀ ମଝିରେ କୃତ୍ରିମ ମାଟି ରାସ୍ତା ନିର୍ମାଣ କରି ଭାରିଯାନରେ ବାଲିଚାଲାଣ ହେଉଛି। ଫଳରେ ନଦୀ ଶଯ୍ୟା ପୋତି ହୋଇପଡୁଛି।
ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ତୁରୁମୁଙ୍ଗାଠାରୁ ତଣ୍ଡ ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ବାଲି ଉତ୍ସରେ ବାଲିଚାଲାଣକାରୀଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ଏହି ତହସିଲ ଟାଙ୍ଗରପଡ଼ା ଆର୍‌ଆଇ ସର୍କଲ ଅନ୍ତର୍ଗତ କଞ୍ଝାରି ନଦୀର ଅଙ୍କୁରାଘାଟରେ ଗତ କିଛି ମାସ ହେବ ରାତି ସମୟରେ ବେଧଡ଼କ ବାଲି ଉତ୍ତୋଳନ ହେଉଛି। ଲିଜ୍‌ ନ ଥିବା ଅଙ୍କୁରାର ଏହି ଘାଟରେ ପୋକ୍‌ଲିନ ମେଶିନ ଲଗାଇ ଶହେରୁ ଊର୍ଦ୍ଧ୍ୱ ଟ୍ରିପ୍‌ ବାଲି ଉଠାଇ ଚୋରାଚାଲାଣ କରାଯାଉଛି। ବାଲିଚାଲାଣକାରୀ ନଦୀ ମଝିରେ ମେଶିନ ଓ ହାଇୱା ଚଳାଚଳ ପାଇଁ ମାଟି ପକାଇ ପ୍ରଶସ୍ତ କୃତ୍ରିମରାସ୍ତା ନିର୍ମାଣ କରିଛନ୍ତି। ଅନ୍ୟପକ୍ଷେ ଲିଜ୍‌ଧାରୀ ଲିଜ୍‌ ଘାଟରୁ ବାଲି ନ ଉଠାଉ ନଦୀ ଗର୍ଭକୁ ଯାଇ ଡଙ୍ଗା ଲଗାଇ ବାଲି ଉଠାଉଛନ୍ତି। ଫଳରେ ନଦୀ ପାଣି ପ୍ରଦୂଷିତ ହେବା ସହ ପ୍ରକୃତି ଓ ପରିବେଶ ଦୂଷିତ ହେଉଥିବା ପରିବେଶବିତ ଓ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ନଦୀ ମଧ୍ୟରେ ଛୋଟ ଛୋଟ ହ୍ରଦ ସୃଷ୍ଟି ହେଉଛି। ଏନେଇ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ କହିଛନ୍ତି, ଖବର ପାଇ ଅତିରିକ୍ତ ତହସିଲଦାର ସରଣ ଜେନା ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହ ଅଙ୍କୁରା ବାଲି ଘାଟରେ ଚଢ଼ାଉ କରିଥିଲେ। ବାଲି ଚୋରାଚାଲାଣକାରୀ ନଦୀର ବିପରୀତ ପାର୍ଶ୍ୱ ଦେଇ ଗାଡ଼ି ସହ ଫେରାର ହୋଇଯାଇଥିଲେ। ବିଭିନ୍ନ ସମୟରେ ପାଟଣା ତହସିଲ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବ୍ୟାପକ ଚଢ଼ାଉକରି ଜରିମାନା ଆଦାୟ କରୁଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri