ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର। ତେବେ ସ୍ଥଳ ବିଶେଷରେ ବିଭିନ୍ନ ସ୍ଥାନର କଳାକୃତୀ ଭିନ୍ନ ଭିନ୍ନ ହୋଇଥାଏ। ଆଉ ସେହି କଳାକୃତୀଗୁଡିକ ସେହି ସ୍ଥାନର ପରିଚୟ ବି ବହନ କରିଥାଏ। ଏହି କ୍ରମରେ ଦେଖିଲେ ଓଡ଼ିଶାର କଳାକୃତିରେ ସ୍ବତନ୍ତ୍ରତା ବାରି ହୋଇପଡ଼େ। ଏଠାକାର କଳା କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। କଞ୍ଚା ଲାଉରେ ସାଧାରଣତଃ ସ୍ବାଦିଷ୍ଟ ତରକାରୀ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଶୁଖିଲା ଲାଉ କିନ୍ତୁ ସାଧାରଣରେ ବେଶି କାମରେ ଆସେନା। ହେଲେ ଏହି ସୁଖିଲା ଲାଉକୁ ନେଇ କାରିଗରମାନେ ଏବେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଳାକୃତୀ। ଯାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଆଗରୁ ଏହି ସୁଖିଲା ଲାଉ ଖୋଳକୁ ଗାଁଗହଳିରେ କେହି କେହି କେନ୍ଦରା ବାଦ୍ୟଯନ୍ତ୍ର ତିଆରି ପାଇଁ ବ୍ୟବହାର କରୁଥିଲେ। ତାସହ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଅଧିକାଂଶ ମହିଳା ଲାଉତୁମ୍ବାକୁ ପାତ୍ର ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହା ଲୋପ ପାଇବାକୁ ଲାଗିଲା। ମାତ୍ର ଏବେ ଏହାକୁ ନେଇ କରାଯାଉଛି ବିଭିନ୍ନ କଳାକୃତି l ଏଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଘରସଜ୍ଜା ସାମଗ୍ରୀ ବି ପ୍ରସ୍ତୁତ ରହିଛି। ତାସହ ମହିଳାମାନଙ୍କ ଅଳଙ୍କାର, ଆଦିବାସୀ ମାନଙ୍କର ଯାଉ ରଖିବା ପାତ୍ର, ଘର ସାଜସଜ୍ଜା ସାମଗ୍ରୀ ଇତ୍ୟାଦି ବି ତିଆରି କରାଯାଉଛି। ଏହା ହାଇଜିନିକ ଏବଂ ଏକ ପ୍ରାକୃତିକ ଦ୍ରବ୍ୟରୁ ନିର୍ମିତ ବୋଲି ଲୋକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ହେଲେ ଏହାର ବଜାରୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ହିମାଂଶୁ ଶେଖର ପାଣ୍ଡିଆନ କହନ୍ତି, ରାଜ୍ୟ, ଦେଶ ବିଦେଶ ଓ ୱେବ ସାଇଟ୍ରୁ ଏବେ ଅନେକ ଅର୍ଡର ଆସୁଛି। ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଲୋକେ ଜାଣିପାରନ୍ତି ନାହିଁ l
ପୂର୍ବରୁ ଲାଉରେ ଘରେ ରୋଷେଇ କରିବା ଜାଣିଥିଲୁ। ହେଲେ ଏତେ କାରୁକାର୍ଯ୍ୟ ଚିତ୍ର କଳା ହେବ ଜାଣି ନଥିଲୁ। ରାୟଗଡ଼ାର ବଡ଼ କୁସୁପାଡ଼ିର ପ୍ରତିମା ମଣ୍ଡାଙ୍ଗି କୁହନ୍ତି, ‘ତାଲିମ ନେବା ପରେ ନିଜେ ସ୍ବାବଲମ୍ବୀ ହେବା ସହ ଏପରି ହସ୍ତଶିଳ୍ପ କଳା କାରିଗରିରେ ଖୁସି ଅଛୁ।’ ସେହିପରି ଜଣେ ଲାଉ ବିକାଳି ସିଲଟିଗୁଡା ଗ୍ରାମର ହେମା କର କରିଆ କହିଛନ୍ତି, ପୂର୍ବରୁ ଆମେ ଲାଉକୁ ଶୁଖିଯାଇଛି କହି ଫୋପାଡ଼ି ଦେଉଥିଲୁ। ମାତ୍ର ଆଜିକାଲି ଟ୍ରେନିଂ ଯାଇ ଲାଉର ବିଭିନ୍ନ ଉପକାରିତା ଥିବା ଜାଣି ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକ୍ରି କରି କିଛି ଟଙ୍କା ମଧ୍ୟ ପାଉଛୁ। ଶୁଖିଲା ଲାଉଖୋଳରୁ ଯେ ସୁନ୍ଦର ସୁନ୍ଦର କଳାକୃତି ତିଆରି ହୋଇପାରୁଛି, ଏହା ଆମ କଳା କାରିଗରିରେ ଆଉ ଏକ ନିଆରା ପରିଚୟ ସୃଷ୍ଟି କରିଛି।
– ଭାଗ୍ୟଶ୍ରୀ ମିଶ୍ର
Posted inHome Left, ଜୀବନଚର୍ଯ୍ୟା View All
ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ
ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…
ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ
ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…
ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି
ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…
ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…
ଭୁବନେଶ୍ୱର, ୧।୪(ସୁନିତ୍ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…
ଶେଷରେ ନଇଁଲେ ଟ୍ରମ୍ପ୍! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’
ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…
କୁଏଟ୍ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…
ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍
ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…
କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…
ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍ଫେୟାର କର୍ପୋରେଶନ (ଓପିଏଚ୍ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…
Archives

