ଫାଇଟର ପରେ ଆର୍ଟିକଲ ୩୭୦

ଫେବୃଆରୀ ୨୩ରେ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ତଥା ୟାମୀ ଗୌତମଙ୍କ ଅଭିନୀତ ଆର୍ଟିକଲ ୩୭୦ ସିନେମା ରିଲିଜ ହୋଇଯାଇଛି। ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ସିନେମାରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହି ଚଳଚ୍ଚିତ୍ର ଭାରତରେ ଭଲ ବ୍ୟବସାୟ କରୁଥିବାବେଳେ କେତେକ ମଧ୍ୟପ୍ରାଚ୍ୟ ଦେଶ ଏହାକୁ ରିଲିଜ କରିବାକୁ ନ ଦେଇ ସାର୍ଟିଫିକେଶନ ଅପେକ୍ଷାରେ ରହିଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଗତ ସପ୍ତାହରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫାଇଟର ସିନେମାକୁ ୟୁଏଇକୁ ଛାଡ଼ି ଅନ୍ୟ ସବୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ନିଷେଧ କରାଯିବା ପରେ ଏବେ ଆର୍ଟିକଲ ୩୭୦ ଉପରେ ପ୍ରଶ୍ନ ଉଠିଛି। ଭାରତ-ପାକିସ୍ତାନ ସୀମା ସଂଘର୍ଷ, ବିଶେଷକରି ୨୦୧୯ର ପୁଲଓ୍ବାମା ଉଗ୍ରବାଦୀ ଆକ୍ରମଣ ଓ ବାଲାକୋଟ ଏୟାର୍‌ଷ୍ଟାଇକ ଫାଇଟର ସିନେମାର ମୂଳ କାହାଣୀ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୨୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ସେହି ରାଜ୍ୟକୁ ବିଭାଜନ କରି ଜମ୍ମୁକଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନଗୁଡ଼ିକର ଶୁଣାଣି କରି ଗତବର୍ଷ କୋର୍ଟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରିବା ସହ ଜମ୍ମୁକଶ୍ମୀର ରାଜ୍ୟ ମାନ୍ୟତା ପୁନଃ ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆର୍ଟିକଲ ୩୭୦ ଚଳଚ୍ଚିତ୍ରର କାହାଣୀ ସପକ୍ଷରେ ଶାସକ ନେତାମାନେ ଯୁକ୍ତି କରୁଥିବାବେଳେ ଆଉ ଏକ ଗୋଷ୍ଠୀ ଏହାକୁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ବିଦେଶରେ ଏଭଳି ଭାରତୀୟ ସିନେମାକୁ ବିରୋଧ କରାଯିବା ଘଟଣା ନୂଆ ନୁହେଁ। ନବେ ଦଶକର କଶ୍ମୀର ପଣ୍ଡିତଙ୍କ ନିର୍ଯାତନା ଓ ସେମାନଙ୍କ ସଂଘର୍ଷକୁ ନେଇ ୩ ଦଶନ୍ଧି ପରେ ଏହା ଉପରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରକୁ ବିରୋଧ କରାଯାଇଥିଲା ଓ ସଂଖ୍ୟାଲଘୁଙ୍କ ପ୍ରତି ବିଦ୍ୱେଷ ଭାବ ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ଉଠିଥିଲା। ସିଙ୍ଗାପୁରରେ ଏହାକୁ ନିଷେଧ କରାଯାଇଥିଲା । ଏପରି କି ୨୦୨୨ରେ ଆୟୋଜିତ ଗୋଆ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରି ଚେୟାରମ୍ୟାନ ତଥା ଇସ୍ରାଏଲୀ ଚଳଚ୍ଚିତ୍ର ନିର୍ମାତା ନାଦାଭ ଲାପିଡ ଏହାକୁ ଅଶ୍ଳୀଳ ଓ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଥିଲେ। ଏଥିରେ ଅନ୍ୟ ଜୁରି ସଦସ୍ୟମାନେ ଏକମତ ହୋଇଥିବାବେଳେ କେବଳ ଜୁରିରେ ଏକ ମାତ୍ର ଭାରତୀୟ ସଦସ୍ୟ ଚଳଚ୍ଚିତ୍ର ନିର୍ମାତା ସୁଦୀପ୍ତୋ ସେନ ତାହା ନାଭାଦଙ୍କ ବ୍ୟକ୍ତିଗତ ମତ ବୋଲି ପ୍ରକାଶ କରିିଥିଲେ। ଉଲ୍ଲେଖଯୋଗ୍ୟ ଯେ ପରବର୍ତ୍ତୀ ସମୟରେ ସୁଦୀପ୍ତୋ ସେନ୍‌ଙ୍କ ନିର୍ଦ୍ଦେଶନାରେ ଓ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ଦି କେରଲା ଷ୍ଟୋରି ସିନେମା ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ଟ୍ରେଲର ରିଲିଜ ପୂର୍ବରୁ ଦେଶରେ ଝଡ଼ ଉଠିଥିଲା। କଂଗ୍ରେସ, ସିପିଏମ୍‌ ଓ ଅନ୍ୟ କେତେକ ଆଞ୍ଚଳିକ ଦଳ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏହା ଉପରେ ନିଷେଧାଦେଶ ଜାରି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ଏବଂ କୋର୍ଟ ଏହାର ବିଚାର କରି ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। ଏହି ସିନେମାରେ କେରଳରୁ ୩୨,୦୦୦ ଝିଅ ନିଖୋଜ ହୋଇଯିବା ଏବଂ ସେମାନେ ପରେ ଆଇଏସ୍‌ଆଇଏସ୍‌ରେ ଯୋଗଦେବା ବିଷୟ ଦର୍ଶାଯାଇଥିଲା। କିନ୍ତୁ ସେହି ତଥ୍ୟ ପରବର୍ତ୍ତୀ ସମୟରେ ଅସତ୍ୟ ବୋଲି ପ୍ରମାଣିତ ହୋଇଥିଲା।
ଦି କଶ୍ମୀର ଫାଇଲ୍ସ, ଦି କେରଲା ଷ୍ଟୋରି ସିନେମାଗୁଡ଼ିକରେ ସଂଖ୍ୟାଲଘୁଙ୍କ ପ୍ରତି କିଛି ବିରୋଧାମତ୍କ ବିଷୟ ରହିଥିବାର ଅଭିଯୋଗ ଉଠିଥିଲା। ଏବେ ଫାଇଟର ଓ ଆର୍ଟିକଲ ୩୭୦ ସିନେମାରେ ସମାନ ପ୍ରକାର ଅଭିଯୋଗ କରାଯାଇଛି। ବିଗତ ବର୍ଷଗୁଡ଼ିକରେ ରିଲିଜ ହୋଇଥିବା ଏହିସବୁ ଚଳଚ୍ଚିତ୍ର ପ୍ରଚାରଧର୍ମୀ ବୋଲି ଅଭିଯୋଗ ହୋଇ ଆସିଛି। ହିନ୍ଦୀ ସିନେମା କେବଳ ମଧ୍ୟପ୍ରାଚ୍ୟ ନୁହେଁ ଉତ୍ତର ଆଫ୍ରିକା, ଇଣ୍ଡୋନେସିଆ, ମାଲେସିଆ ଏବଂ କେନ୍ଦ୍ରୀୟ ଏସିଆରେ ବହୁଳ ଭାବେ ଲୋକପ୍ରିୟତା ହାସଲ କରିପାରିଛି। ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।

ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri