ଫାଇଟର ପରେ ଆର୍ଟିକଲ ୩୭୦

ଫେବୃଆରୀ ୨୩ରେ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ତଥା ୟାମୀ ଗୌତମଙ୍କ ଅଭିନୀତ ଆର୍ଟିକଲ ୩୭୦ ସିନେମା ରିଲିଜ ହୋଇଯାଇଛି। ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ସିନେମାରେ ରାଜନୈତିକ ଉଦ୍ଦେଶ୍ୟ ଥିବା କୁହାଯାଉଛି। ଏହି ଚଳଚ୍ଚିତ୍ର ଭାରତରେ ଭଲ ବ୍ୟବସାୟ କରୁଥିବାବେଳେ କେତେକ ମଧ୍ୟପ୍ରାଚ୍ୟ ଦେଶ ଏହାକୁ ରିଲିଜ କରିବାକୁ ନ ଦେଇ ସାର୍ଟିଫିକେଶନ ଅପେକ୍ଷାରେ ରହିଛନ୍ତି। ଆଶ୍ଚର୍ଯ୍ୟକର ବିଷୟ ହେଉଛି, ଗତ ସପ୍ତାହରେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫାଇଟର ସିନେମାକୁ ୟୁଏଇକୁ ଛାଡ଼ି ଅନ୍ୟ ସବୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ନିଷେଧ କରାଯିବା ପରେ ଏବେ ଆର୍ଟିକଲ ୩୭୦ ଉପରେ ପ୍ରଶ୍ନ ଉଠିଛି। ଭାରତ-ପାକିସ୍ତାନ ସୀମା ସଂଘର୍ଷ, ବିଶେଷକରି ୨୦୧୯ର ପୁଲଓ୍ବାମା ଉଗ୍ରବାଦୀ ଆକ୍ରମଣ ଓ ବାଲାକୋଟ ଏୟାର୍‌ଷ୍ଟାଇକ ଫାଇଟର ସିନେମାର ମୂଳ କାହାଣୀ। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୨୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ସେହି ରାଜ୍ୟକୁ ବିଭାଜନ କରି ଜମ୍ମୁକଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିଶନଗୁଡ଼ିକର ଶୁଣାଣି କରି ଗତବର୍ଷ କୋର୍ଟ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବୈଧ ଘୋଷଣା କରିବା ସହ ଜମ୍ମୁକଶ୍ମୀର ରାଜ୍ୟ ମାନ୍ୟତା ପୁନଃ ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆର୍ଟିକଲ ୩୭୦ ଚଳଚ୍ଚିତ୍ରର କାହାଣୀ ସପକ୍ଷରେ ଶାସକ ନେତାମାନେ ଯୁକ୍ତି କରୁଥିବାବେଳେ ଆଉ ଏକ ଗୋଷ୍ଠୀ ଏହାକୁ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଦେଖିବାକୁ ଗଲେ ବିଦେଶରେ ଏଭଳି ଭାରତୀୟ ସିନେମାକୁ ବିରୋଧ କରାଯିବା ଘଟଣା ନୂଆ ନୁହେଁ। ନବେ ଦଶକର କଶ୍ମୀର ପଣ୍ଡିତଙ୍କ ନିର୍ଯାତନା ଓ ସେମାନଙ୍କ ସଂଘର୍ଷକୁ ନେଇ ୩ ଦଶନ୍ଧି ପରେ ଏହା ଉପରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରକୁ ବିରୋଧ କରାଯାଇଥିଲା ଓ ସଂଖ୍ୟାଲଘୁଙ୍କ ପ୍ରତି ବିଦ୍ୱେଷ ଭାବ ସୃଷ୍ଟି କରାଯାଇଛି ବୋଲି ଅଭିଯୋଗ ଉଠିଥିଲା। ସିଙ୍ଗାପୁରରେ ଏହାକୁ ନିଷେଧ କରାଯାଇଥିଲା । ଏପରି କି ୨୦୨୨ରେ ଆୟୋଜିତ ଗୋଆ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରି ଚେୟାରମ୍ୟାନ ତଥା ଇସ୍ରାଏଲୀ ଚଳଚ୍ଚିତ୍ର ନିର୍ମାତା ନାଦାଭ ଲାପିଡ ଏହାକୁ ଅଶ୍ଳୀଳ ଓ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଥିଲେ। ଏଥିରେ ଅନ୍ୟ ଜୁରି ସଦସ୍ୟମାନେ ଏକମତ ହୋଇଥିବାବେଳେ କେବଳ ଜୁରିରେ ଏକ ମାତ୍ର ଭାରତୀୟ ସଦସ୍ୟ ଚଳଚ୍ଚିତ୍ର ନିର୍ମାତା ସୁଦୀପ୍ତୋ ସେନ ତାହା ନାଭାଦଙ୍କ ବ୍ୟକ୍ତିଗତ ମତ ବୋଲି ପ୍ରକାଶ କରିିଥିଲେ। ଉଲ୍ଲେଖଯୋଗ୍ୟ ଯେ ପରବର୍ତ୍ତୀ ସମୟରେ ସୁଦୀପ୍ତୋ ସେନ୍‌ଙ୍କ ନିର୍ଦ୍ଦେଶନାରେ ଓ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ଦି କେରଲା ଷ୍ଟୋରି ସିନେମା ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ଟ୍ରେଲର ରିଲିଜ ପୂର୍ବରୁ ଦେଶରେ ଝଡ଼ ଉଠିଥିଲା। କଂଗ୍ରେସ, ସିପିଏମ୍‌ ଓ ଅନ୍ୟ କେତେକ ଆଞ୍ଚଳିକ ଦଳ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଏହା ଉପରେ ନିଷେଧାଦେଶ ଜାରି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ଏବଂ କୋର୍ଟ ଏହାର ବିଚାର କରି ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। ଏହି ସିନେମାରେ କେରଳରୁ ୩୨,୦୦୦ ଝିଅ ନିଖୋଜ ହୋଇଯିବା ଏବଂ ସେମାନେ ପରେ ଆଇଏସ୍‌ଆଇଏସ୍‌ରେ ଯୋଗଦେବା ବିଷୟ ଦର୍ଶାଯାଇଥିଲା। କିନ୍ତୁ ସେହି ତଥ୍ୟ ପରବର୍ତ୍ତୀ ସମୟରେ ଅସତ୍ୟ ବୋଲି ପ୍ରମାଣିତ ହୋଇଥିଲା।
ଦି କଶ୍ମୀର ଫାଇଲ୍ସ, ଦି କେରଲା ଷ୍ଟୋରି ସିନେମାଗୁଡ଼ିକରେ ସଂଖ୍ୟାଲଘୁଙ୍କ ପ୍ରତି କିଛି ବିରୋଧାମତ୍କ ବିଷୟ ରହିଥିବାର ଅଭିଯୋଗ ଉଠିଥିଲା। ଏବେ ଫାଇଟର ଓ ଆର୍ଟିକଲ ୩୭୦ ସିନେମାରେ ସମାନ ପ୍ରକାର ଅଭିଯୋଗ କରାଯାଇଛି। ବିଗତ ବର୍ଷଗୁଡ଼ିକରେ ରିଲିଜ ହୋଇଥିବା ଏହିସବୁ ଚଳଚ୍ଚିତ୍ର ପ୍ରଚାରଧର୍ମୀ ବୋଲି ଅଭିଯୋଗ ହୋଇ ଆସିଛି। ହିନ୍ଦୀ ସିନେମା କେବଳ ମଧ୍ୟପ୍ରାଚ୍ୟ ନୁହେଁ ଉତ୍ତର ଆଫ୍ରିକା, ଇଣ୍ଡୋନେସିଆ, ମାଲେସିଆ ଏବଂ କେନ୍ଦ୍ରୀୟ ଏସିଆରେ ବହୁଳ ଭାବେ ଲୋକପ୍ରିୟତା ହାସଲ କରିପାରିଛି। ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।

ଦେଖିବାକୁ ଗଲେ ହିନ୍ଦୀ ସିନେମା ହେଉଛି ଭାରତୀୟ କାଳ୍ପନିକ ସମାଜର ବାର୍ତ୍ତାବାହକ ବା ଦୂତ ବା ଆମ୍ବାସାଡର। ସେଭଳି ଏକ ଉଚ୍ଚସ୍ଥାନରୁ ବମ୍ବେ ସିନେମାକୁ ଦେଶ ଭିତରେ ନୂ୍ୟନ କରି ଦେଖାଇଲେ ତାହା ଏହି ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଅଙ୍ଗକୁ କ୍ଷତି ପହଞ୍ଚାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସେବା ଓ ସେବକ

ସେବା ଯେ କରେ ସେ ସେବାକାରୀ। ସେ ସେବକ। ସେବା ପୁଣି ନିଃସ୍ବାର୍ଥପର ନିରଳସ ଥିଲେ ସେଇ ସେବା ବାସେ ମହମହ। ସେଇ ସେବାର ମହମହ...

ମଦ୍ୟପାନର ସାମାଜିକ ପ୍ରଭାବ

ମଦ୍ୟପାନର ଇତିହାସ ଯେତିକି ପୁରାତନ, ତା’ର ଭୟାବହ ନକାରାମତ୍କ ପରିଣାମ ସହିତ ଆମର ପରିଚିତି ମଧ୍ୟ ସେତିକି ଆଦିମ। ତେବେ ବଡ଼ ବିସ୍ମୟର କଥା ଯେ...

ପ୍ରତିରକ୍ଷାର ଅଦୃଶ୍ୟ ରେଖା

କିଛିଦିନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ପ୍ରଶମିତ ହେବା ସହ ଉତ୍ତେଜନା ଥମିଯାଇଛି। କିନ୍ତୁ ତୁମର ପଡ଼ୋଶୀ ଯଦି ସୀମା ଟପି ଗୋଳାବାରୁଦ...

କ୍ଷମତା ଓ ବାଣିଜ୍ୟରେ ଘୋଡ଼ା

ଶହେ ବର୍ଷ ପୂର୍ବେ ପେଟ୍ରୋଲ ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ସେତେବେଳେ ଆମ ପାଖରେ ଯେଉଁ ଗାଡ଼ି ଥିଲା ତାହା ପଶୁ ଦ୍ୱାରା ନୁହେଁ,...

ଏଇ ଭାରତରେ

ଏବେ ଜୈବ ଚମଡ଼ା(ବାୟୋ ଲେଦର) ବ୍ୟବହାର କରିପାରିବେ। ବିଶେଷକରି ଟମାଟୋ ବର୍ଜ୍ୟରୁ ଏହା ତିଆରି କରାଯାଉଛି। ୨୬ ବର୍ଷ ବୟସ୍କ ପ୍ରୀତିଶ୍‌ ମିସ୍ତ୍ରି ଦି ବାୟୋ...

ଚିରସ୍ରୋତା ନଦୀ ପ୍ରତି ବିପଦ

ଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ହିମାଳୟର ହିନ୍ଦୁକୁଶ ରେଜିୟନ (ଏଚ୍‌କେଏଚ୍‌)ରୁ ଉପର ନଦୀଗୁଡ଼ିକର ଜଳ ଧାରା ପ୍ରତି ଏବେ ବିପଦ ଦେଖାଦେଇଛି। ହିନ୍ଦୁକୁଶ ଅଞ୍ଚଳରୁ ବାହାରିଥିବା...

ଜାତୀୟ ଆବଶ୍ୟକତା: ଭାରତୀୟଙ୍କ ସାଧୁତା

ଆଜି ବିଶ୍ୱରେ ଭାରତର ଜାତୀୟ ଚରିତ୍ର ଏକ ଦୋ’ଛକିରେ। ନୀତିନୈତିକତା ଓ ଆଧ୍ୟାତ୍ମିକ ପରମ୍ପରାରେ ସମୃଦ୍ଧ ଭାରତର ସାଂସ୍କୃତିକ ଜୀବନ ବିଡ଼ମ୍ବିତ। ଆଦର୍ଶ କମ୍‌ ଆଡ଼ମ୍ବର...

ବିଷାକ୍ତ ସ୍ପର୍ଶ

ଭାରତରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହେବା ଖବର ନିୟମିତ ଶୁଣିବାକୁ ମିଳେ। ଅଧିକାଂଶ କ୍ଷେତ୍ରରେ ଦେଶୀ ମଦ ଅପମିଶ୍ରଣ ମୁଖ୍ୟ କାରଣ ହୋଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri