ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ବୁଧବାର ଏନ୍‌ଏସି ନିର୍ବାଚନ ଲାଗି ଭୋଟ ଗଣତି ଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଭଦ୍ରକ ଉପଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ଧାମନଗର କଲ୍ୟାଣ ମଣ୍ଡପରେ ଭୋଟ ଗଣତି କେନ୍ଦ୍ର କରାଯାଇଥିବା ବେଳେ ତା’ନିକଟକୁ କୌଣସି ୪ ଚକିଆ ଯାନ ଯାଇପାରିବ ନାହିଁ ବୋଲି ଉପଜଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମଙ୍ଗଳବାର ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇ ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବୁଧବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା ନେଇ ଭଦ୍ରକ ଉପଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri