ଟୁଇନ୍‌ ସିଟିରେ ୧୪୪ ଧାରା

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ଗୁରୁବାର ରାତିରୁ ରାଜ୍ୟ ସରକାର ନାଇଟ୍‌ କଫ୍ୟୁ ଜାରି କରିଥିବାବେଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ-ଭୁବନେଶ୍ୱରରେ ୧୪୪ ଧାରା ଜାରି ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି। ଜିରୋ ନାଇଟ୍‌ ଭିଡ଼ ଏଡ଼ାଇବାକୁ ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୁରୁବାର ରାତି ୯ଟାରୁ ସମସ୍ତେ ନିଜ ନିଜ ଘରକୁ ଫେରିଯିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।

ଏତଦ୍‌ବ୍ୟତୀତ କଟକ, ଭୁବନେଶ୍ୱରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟରେ ମଧ୍ୟ ଭଡ଼ାଟିଆମାନେ ଭୋଜି ନ କରିବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି। ଅଫିସରେ ମଧ୍ୟ ଏକାଠି ନ ହେବାକୁ ଅନୁରୋଧ କରାଯାଇଛି। ରାତିରେ ବିଭିନ୍ନ ଛକସ୍ଥାନରେ ନାକା ଲଗାଯିବ। ଟୁଇନ୍‌ ସିଟିରେ ୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ। ଯଦି କାହାକୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ଥାଏ ତେବେ ଘରେ ରହି ଫୋନ୍‌ ମାଧ୍ୟମରେ ଜଣାନ୍ତୁ। ପରିବାର ସହ ଘରେ ରହି ସମୟ ବିତାନ୍ତୁ। କେହି ଅମାନିଆ ଏହି ନିୟମ ନ ମାନିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିଶା ହସ୍ପିଟାଲ ବିଏସ୍‌କଓ୍ବୋଇ ତାଲିକାରୁ ନିଲମ୍ବିତ

ଭୁବନେଶ୍ୱର, ୧୫ା୭(ବନ୍ଦନା ସେଠୀ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଟକର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅଧିନ ତାଲିକାରୁ...

ପୁଅ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ବାପା

ନୀଳଗିରି,୧୫ା୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଚିନ୍ତାରେ ଗୋଟିଏ ପରିବାରର...

ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ ପାଇଁ ଗଠନ ହେଲା ଟାସ୍କଫୋର୍ସ

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ରାଜ୍ୟର ମହାନଗର ନିଗମ ଏବଂ ଜିଲାଗୁଡ଼ିକ ଅଧୀନରେ ଥିବା ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏ ନେଇ ସ୍ବାସ୍ଥ୍ୟ...

ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ...

ରତ୍ନଭଣ୍ଡାର ଚାବିକୁ ନେଇ ହଟିନି ଦ୍ୱନ୍ଦ୍ୱ

ପୁରୀ,୧୫ା୭(ଅଜିତ ମହାନ୍ତି): ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଟ୍ରେଜେରିରେ ପୂର୍ବରୁ ରହିଥିବା ୩ଟି ଚାବିକୁ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧିକୃତ...

ତ୍ରିଶା ନର୍ସିଂହୋମ୍‌ ଅଗ୍ନିକାଣ୍ଡ: ମୃତ ଶିଶୁକନ୍ୟାର ବାପା ଆଣିଲେ ଗୁରୁତର ଅଭିଯୋଗ

କଟକ,୧୫ା୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ପୁରୀଘାଟସ୍ଥିତ ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଶନିବାର ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନିଆଁ ଲାଗିବା...

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଏହିସବୁ ଜିଲା ପାଇଁ ୟେଲୋଓ୍ବାର୍ନିଂ

ଭୁବନେଶ୍ୱର,୧୫ା୭(ଅନିଲ ଦାସ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି...

ଆଜି ବାହୁଡ଼ିବେ ମହାବାହୁ

ପୁରୀ,୧୫ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri