ଆଜି ବିଶ୍ୱ ସନ୍ଧିପ୍ରଦାହ ଦିବସ: ଗଣ୍ଠିର ହେପାଜତ

ଆଜି ଅର୍ଥାତ୍‌ ଅକ୍ଟୋବର ୧୨ ହେଉଛି ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ (ବିଶ୍ୱ ସନ୍ଧିପ୍ରଦାହ ଦିବସ)। ସେ ବିଷୟରେ ଉପସ୍ଥାପନା…

ଗଣ୍ଠିରୋଗ ବିଷୟରେ ଡାକ୍ତରମାନେ ବହୁ ସମୟରେ ଦୁଇଟି ଡାକ୍ତରୀ ଶବ୍ଦ-ଆର୍ଥ୍ରାଇଟିସ୍‌ ଓ ରିଉମାଟିଜ୍‌ମ ଉଚ୍ଚାରଣ କରିଥାଆନ୍ତି। ଗ୍ରୀକ୍‌ ଶବ୍ଦ ‘ଆର୍ଥ୍ରନ’ର ଅର୍ଥ ସନ୍ଧି ବା ଗଣ୍ଠି। ‘ଆଇଟିସ୍‌’ର ଅର୍ଥ ପ୍ରଦାହ। ତେଣୁ ‘ଆର୍ଥ୍ରାଇଟିସ୍‌’କୁ ଓଡ଼ିଆ ଭାଷାରେ ସନ୍ଧି ପ୍ରଦାହ ବା ଗଣ୍ଠି ପ୍ରଦାହ ବୋଲି କହିଥାଉ। ଆମ ଶରୀରରେ ରହିଛି ୬୮ଟି ଗଣ୍ଠି। ପ୍ରତ୍ୟେକ ଗଣ୍ଠି ଆର୍ଥ୍ରାଇଟିସ୍‌ରେ ଆକ୍ରାନ୍ତ ହୋଇପାରେ। ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧୨କୁ ବିଶ୍ୱ ସନ୍ଧିପ୍ରଦାହ ଦିବସ ବା ଓ୍ବାଲର୍‌ଡ ଆର୍ଥ୍ରାଇଟିସ୍‌ ଡେ’ ଭାବରେ ପାଳନ କରାଯାଇଥାଏ। ଏହି ଅବସରରେ ଚଳିତବର୍ଷର ଥିମ୍‌ ରହିଛି ‘ଟାଇମ୍‌ ଟୁ ଓ୍ବାର୍କ’ ବା କାମ କରିବାକୁ ସମୟ ଆସିଛି।
ଆର୍ଥ୍ରାଇଟିସ୍‌ ହେଉ ଅବା ରିଉମାଟିଜମ-ଏହି ଉଭୟ ବ୍ୟାଧିର ଲକ୍ଷଣଗୁଡିକ ମୋଟାମୋଟି ସମାନ। ସାଧାରଣ ଲକ୍ଷଣମାନ ହେଲା-ଗଣ୍ଠିରେ ଯନ୍ତ୍ରଣା ହେବା, ଗଣ୍ଠି ଫୁଲିଯିବା ଓ ବେଳେବେଳେ ଲାଲ୍‌ ଦେଖାଯିବା, ଗଣ୍ଠି ଟାଣ ତଥା ଅନମନୀୟ ହେବା ଯୋଗୁଁ ଗଣ୍ଠିର ଚଳନ ବାଧାପ୍ରାପ୍ତ ହେବା ଇତ୍ୟାଦି। ଏହି ରୋଗ ଏକାଧିକ ଗଣ୍ଠିକୁ ଆକ୍ରାନ୍ତ କରିଥାଏ। ଏହା ଶତାଧିକ ପ୍ରକାରର ଓ ସେଗୁଡ଼ିକର କାରଣ ଏବଂ ଚିକିତ୍ସା ପଦ୍ଧତି ଭିନ୍ନ ଭିନ୍ନ। ମାତ୍ର ସେଗୁଡିକ ମଧ୍ୟରୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ବା ଅସ୍ଥି ସନ୍ଧି ପ୍ରଦାହ ଏବଂ ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ବା ଆମବାତର ସନ୍ଧିପ୍ରଦାହ ପ୍ରଧାନ। ବୟସ ବଢ଼ିଲେ ଏହି ରୋଗର ପ୍ରାଦୁର୍ଭାବ ବଢ଼ି ବଢ଼ି ଯାଏ। ୭୦ବର୍ଷ ବୟସରେ ପହଞ୍ଚତ୍ଲା ବେଳକୁ ନାରୀ ଓ ପୁରୁଷ ଉଭୟ ଗୋଷ୍ଠୀର ୯୦ ପ୍ରତିଶତ ବ୍ୟକ୍ତି ଗଣ୍ଠି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ମହିଳାମାନେ ଏଥିପ୍ରତି ବେଶି ସମ୍ବେଦନଶୀଳ।
ଅଷ୍ଟିଓଆର୍ଥ୍ରାଇଟିସ୍‌ ଧୀରେ ଧୀରେ ପ୍ରକାଶ ପାଇଥାଏ। ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ମଧ୍ୟ ଏକ ଦୀର୍ଘକାଳୀନ ଗଣ୍ଠି ରୋଗ। ମାତ୍ର ଏହାଦ୍ୱାରା କେବଳ ଗଣ୍ଠି ଆକ୍ରାନ୍ତ ନ ହୋଇ ଚର୍ମ, ମାଂସପେଶୀ ଏପରି କି ହାର୍ଟ ବା ହୃତପିଣ୍ଡ ମଧ୍ୟ ରୋଗାକ୍ରାନ୍ତ ହୋଇପାରେ। ରୋଗୀଠାରୁ ଲକ୍ଷଣମାନ ଶୁଣି ଓ ଆକ୍ରାନ୍ତ ଗଣ୍ଠିକୁ ପରୀକ୍ଷା କରି ଡାକ୍ତରମାନେ ପ୍ରାଥମିକ ଭାବରେ ରୋଗ ନିର୍ଣ୍ଣୟ କରିଥାଆନ୍ତି। ରୋଗୀର ରକ୍ତ ପରୀକ୍ଷା, ଇ.ଏସ.ଆର୍‌., ଜି.ପି.ଟି., କ୍ରିଏଟିନିନ୍‌, ସି.ଆର୍‌.ପି., ରିଉମାଟଏଡ୍‌ ଫ୍ୟାକ୍ଟର, ଆଣ୍ଟିନ୍ୟୁକ୍ଲିୟାର ଆଣ୍ଟିବଡି ଇତ୍ୟାଦି ପରୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଏକ୍ସ-ରେ, ଏମଆରଆଇ ଏବଂ ସିଟି ସ୍କାନ୍‌ ମଧ୍ୟ କରିବାକୁ ପଡ଼ିଥାଏ।
ଜୀବାଣୁ ଆକ୍ରମଣ ଯୋଗୁଁ ଆର୍ଥ୍ରାଇଟିସ୍‌ ହୋଇଥିଲେ କି ଆଘାତପ୍ରାପ୍ତି ଯୋଗୁ ହୋଇଥିଲେ ଆରୋଗ୍ୟ ସମ୍ଭବ। କିନ୍ତୁ ଅଷ୍ଟିଓଆର୍ଥ୍ରାଇଟିସ୍‌ ଓ ରିଉମାଟଏଡ୍‌ ଆର୍ଥ୍ରାଇଟିସ୍‌ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ। ଚିକିତ୍ସା ବ୍ୟତୀତ ରୋଗୀକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ଓଜନକୁ ସବୁବେଳେ ସନ୍ତୁଳିତ ରଖନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ତଟକା ଫଳମୂଳ, ଶାଗ, ପନିପରିବା, ଆଲମଣ୍ଡ, କାଜୁ, ଅରଖୋଟ ଓ ମାଛ ଖାଆନ୍ତୁ। ତେଲଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍‌, ଜଙ୍କ୍‌ ଫୁଡ୍‌ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ପାଇଁ ଆଦୌ ଅନୁକୂଳ ନୁହେଁ।
ଗୋଟିଏ କଥା ମନେରଖନ୍ତୁ। ବେଳ ହୁଁ ରୋଗ ନିର୍ଣ୍ଣୟ କରି ଅର୍ଥୋପେଡିକ ସର୍ଜନ ଓ ରିଉମାଟୋଲୋଜି ବିଶେଷଜ୍ଞଙ୍କ ଚିକିତ୍ସାରେ ରହିଲେ ରୋଗର ସହଜ ନିୟନ୍ତ୍ରଣ ସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri