ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି ମ୍ୟାନ୍‌ମାର। ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିଥିବା ସେନା ବିରୋଧରେ ଦେଶବାସୀ ବିକ୍ଷୋଭ କରୁଥିବାବେଳେ ସୈନ୍ୟ ଓ ପୋଲିସ ବଳ ଆଖିବୁଜା ଗୁଳି ଚଳାଇବାରେ ଲାଗିଛନ୍ତି। ଶନିବାର ସେନା ପକ୍ଷରୁ ସଶସ୍ତ୍ର ବାହିନୀ ଦିବସ ପାଳନ କରାଯାଉଥିବାବେଳେ ୪୦ ସହରରେ ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଛନ୍ତି। ସେନାର ଗୁଳିମାଡ଼ରେ ଟଳିପଡ଼ିଛନ୍ତି ୯୩ ନିରୀହ ନିରସ୍ତ୍ର ନାଗରିକ। ସାମରିକ ବଳର ଏହି ଗଣହତ୍ୟାକୁ ନିନ୍ଦା କରିଛି ବିଶ୍ୱ ସମୁଦାୟ।
ମ୍ୟାନ୍‌ମାରରେ ସାମରିକ ଶାସନ ବିରୋଧୀ ବିକ୍ଷୋଭକାରୀଙ୍କ ଉପରକୁ ସୁରକ୍ଷା ବଳ ଗୁଳିମାଡ଼ କରିବାରୁ ୯୩ ଜଣଙ୍କର ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଅନ୍ତର୍ଭୁକ୍ତ। ଶନିବାର ଦେଶର ଜେନେରାଲମାନେ ସଶସ୍ତ୍ର ବାହିନୀ ଦିବସ ପାଳନ କରୁଥିବାବେଳେ ଏହା ସୈନ୍ୟବାହିନୀ ପାଇଁ ଲଜ୍ଜାର ଦିନ ବୋଲି ଆଣ୍ଟି ଜୁଣ୍ଟା ଗ୍ରୁପ୍‌ ସିଆର୍‌ପିଏଚ୍‌ର ମୁଖପାତ୍ର କହିଛନ୍ତି।
ଗତ ଫେବୃୟାରୀ ୧ରେ ମ୍ୟାନ୍‌ମାର ସୈନ୍ୟବାହିନୀ ବିଦ୍ରୋହ ବଳରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ଶାସନରୁ ହଟାଇ କ୍ଷମତା ଦଖଲ କରିଥିଲା। ଏହା ପରଠାରୁ ସେଠାରେ ସାମରିକ ଶାସନ ବିରୋଧରେ ବିକ୍ଷୋଭ ଜାରି ରହିଛି।
ଆନ୍ଦୋଳନକୁ ଦମନ କରିବା ଲାଗି ସାମରିକ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁରକ୍ଷା ବଳ ଗୁଳିମାଡ଼ରେ ଗୋଟିଏ ଦିନରେ ୯୩ ଜଣଙ୍କ ମୃତ୍ୟୁ ଘଟିବା ସର୍ବାଧିକ। ଏହା ପୂର୍ବରୁ ମାର୍ଚ୍ଚ ୧୪ରେ ସୈନ୍ୟଙ୍କ ଗୁଳିରେ ୭୪ରୁ ୯୦ ଜଣ ନିହତ ହୋଇଥିଲେ।
ଶନିବାର ମ୍ୟାନ୍‌ମାର ପାଇଁ ଥିଲା ସବୁଠୁ ରକ୍ତରଞ୍ଜିତ ଦିନ। ଆନ୍ଦୋଳନକାରୀଙ୍କୁ ଗୁଳି କରାଯାଇପାରେ ବୋଲି ସାମରିକ ଶାସକଙ୍କ ଚେତାବନୀ ସତ୍ତ୍ୱେ ଏହାକୁ ଭ୍ରୂକ୍ଷେପ ନ କରି ୟାଙ୍ଗୁନ୍‌, ମାଣ୍ଡାଲେ ଓ ଅନ୍ୟାନ୍ୟ ସହରରେ ହଜାର ହଜାର ବିକ୍ଷୋଭକାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ସୁରକ୍ଷା ବଳ ଗୁଳି ଚଳାଇଥିଲା। ସର୍ବବୃହତ ସହର ୟାଙ୍ଗୁନ୍‌ରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମାଣ୍ଡାଲେରେ ୨୯ ଜଣ ପ୍ରାଣ ହରାଇଛନ୍ତି। ଶନିବାରର ମୃତକଙ୍କୁ ମିଶାଇ ସୁରକ୍ଷା ବାହିନୀ ଗୁଳିମାଡ଼ରେ ବର୍ତ୍ତମାନ ସୁଦ୍ଧା ୪୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ଅନେକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ହିଂସା ସତ୍ତ୍ୱେ ସୈନ୍ୟବାହିନୀ ଲୋକଙ୍କ ସୁରକ୍ଷା କରିବା ସହ ଗଣତନ୍ତ୍ର ପାଇଁ ପ୍ରୟାସ କରିବ ବୋଲି ସାମରିକ ସରକାର ମୁଖ୍ୟ ବରିଷ୍ଠ ଜେନେରାଲ ମିନ୍‌ ଅଙ୍ଗ୍‌ ଲାଇଙ୍ଗ୍‌ ଦୋହରାଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସାରା ଦେଶ ସହ ସୈନ୍ୟବାହିନୀ ଏକାଠି କାର୍ଯ୍ୟ କରିବାକୁ ଚାହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆମେ ନିଜ ପାଇଁ ନୁହେଁ ବରଂ…ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ପାକିସ୍ତାନ ରାଜି ପରେ ମୁହଁ ଖୋଲିଲେ ନକ୍‌ବି

ଇସଲାମାବାଦ୍‌,୧୦।୨: ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ ନକବିଙ୍କ ICC T20 ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବା ସମ୍ପର୍କରେ ବୟାନ ପରେ ଏହା…

କଳସ ଯାତ୍ରା ସମୟରେ ଦଳାଚକଟା, ମହିଳା ମୃତ

ଗ୍ବାଲିୟର,୧୦।୨: ମଧ୍ୟ ପ୍ରଦେଶ ଗ୍ବାଲିୟରର ନବଗ୍ରହ ପୀଠ ମନ୍ଦିରରେ ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ କଳସ ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା। ଶୋଭାଯାତ୍ରାରେ…

ନଗଦ କାରବାର, ସମ୍ପତ୍ତି ଏବଂ ଯାନବାହାନ କ୍ରୟ ପାଇଁ ପ୍ୟାନ୍ ନିୟମରେ ପରିବର୍ତ୍ତନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୨: ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଆୟକର ନିୟମର ଡ୍ରାଫ୍ଟରେ ଅନେକ ନୂତନ ଏବଂ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପରାମର୍ଶ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ନଗଦ…

ଉଡ଼ିବ ପାକିସ୍ତାନର ନିଦ, ଆଉ ୧୧୪ ରାଫାଲ୍‌ କିଣିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୧୦।୨: ଭାରତୀୟ ବାୟୁସେନା ଆଉ ୧୧୪ ରାଫାଲ୍‌ ଯୁଦ୍ଧବିମାନ କିଣିବ। ଏଥିପାଇଁ ବାୟୁସେନା ପକ୍ଷରୁ ଡିଫେନ୍ସ ଆକ୍ୱିଜେଶନ କାଉନ୍‌ସିଲ୍‌(ଡିଏସି)କୁ ପ୍ରସ୍ତାବ ଦିଆଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ…

ଦୁଃଖ ବଖାଣିଲେ ରାଜପାଲ: କାନ୍ଦି କାନ୍ଦି କହିଲେ…

ବଲିଉଡ ଅଭିନେତା ରାଜପାଲ ଯାଦବ ଆଜିକାଲି ଚେକ ବାଉନ୍ସ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିନେତା ର ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ…

ନାବାଳିକା ଭଉଣୀକୁ ବ୍ଲାକମେଲ କରି ବଳାତ୍କାର କରିବା ପରେ କରିଥିଲେ ମିଛ ବିବାହ, ଏବେ କୋର୍ଟ ଦେଲେ ଏମିତି ରାୟ

ଅମରାବତୀ,୧୦।୨: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ଯୁବକ ପ୍ରତାରଣା ଏବଂ ବ୍ଲାକମେଲ ମାଧ୍ୟମରେ ତାଙ୍କ ନିଜ ନାବାଳିକା ଭଉଣୀକୁ ବାରମ୍ବାର ବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri