ସୁଦାନରେ ସେନା ବିଦ୍ରୋହ ଉଦ୍ୟମ

ଖାରତୁମ୍‌, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି। ସେମାନଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି ସୁଦାନର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଷଡ଼ଯନ୍ତ୍ରକାରୀ ସରକାରୀ ଗଣମାଧ୍ୟମ ଭବନ ଏବଂ ସେନା ମୁଖ୍ୟାଳୟକୁ କବ୍‌ଜା କରିବାକୁ ଚେଷ୍ଟା କରିଥିଲେ। ଦେଶର ରୁଲିଂ କାଉନସିଲ ଏବଂ ମିଲିଟାରି ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଜଣାଯାଇଛି।
ଦଶନ୍ଧିର ଶାସନ ପରେ ୨୦୧୯ ଏପ୍ରିଲରେ ପୂର୍ବତନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କୁ ବିଦ୍ରୋହ ବଳରେ ଶାସନରୁ ହଟାଯାଇଥିଲା। ଏହାର ୩ ବର୍ଷ ପରେ ଦେଶରେ ଏହାର ପୁନରାବୃତ୍ତି ଉଦ୍ୟମ ଘଟଣା ସୁଦାନର ଦୁର୍ବଳ ଗଣତନ୍ତ୍ର ବ୍ୟବସ୍ଥା ପୁଣି ସାମ୍‌ନାକୁ ଆସିଛି। ବଶିରଙ୍କ ସମର୍ଥକ, ସେନା ଏବଂ ବାହାର ଲୋକ ଏହି ବିଦ୍ରୋହ ଉଦ୍ୟମ କରିଥିବା ସୁଦାନର ପ୍ରଧାନମନ୍ତ୍ରୀ ଅବଦ୍ଦଲ୍ଲା ହାମ୍‌ଦକ୍‌ କହିଛନ୍ତି। ସେନାର ଏହି ଗୋଷ୍ଠୀର ବିଦ୍ରୋହ ରୋକିବାକୁ ସରକାରୀ ମିଡିଆ ଜନସାଧାରଣଙ୍କୁ ଆହ୍ବାନ ଦେଇଛି। ତେବେ ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି ସାମରିକ-ନାଗରିକ ପରିଷଦର ସଦସ୍ୟ ମହମ୍ମଦ ଅଲ-ଫିକି ସୁଲେମାନ ଫେସ୍‌ବୁକରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସାମିଲ ଥିବା ଉଚ୍ଚ ର଼୍ୟାଙ୍କ୍‌ର ଅଫିସରଙ୍କ ସମେତ ସମସ୍ତ ସୈନ୍ୟଙ୍କୁ ଗିରଫ କରାଯାଇଛି। ସବୁଠୁ ଲମ୍ବା ସମୟ ଧରି ସରକାରରେ ଥିବା ରାଷ୍ଟ୍ରପତି ଅଲ୍‌-ବଶିରଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ କ୍ଷମତା ବାଣ୍ଟିବା ପାଇଁ ଏକ ଚୁକ୍ତି ହୋଇଥିଲା। ସାମରିକ, ସାଧାରଣ ନାଗରିକ ପ୍ରତିନିଧି ଏବଂ ବିରୋଧ କରୁଥିବା ଗୋଷ୍ଠୀକୁ ନେଇ ଏକ ସରକାର ଗଠନ ପାଇଁ ସହମତି ହୋଇଥିଲା। ଏବେ ଦେଶରେ ନାଗରିକ ଏବଂ ସେନାର ମିଳିତ ସରକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?