ସୁଦାନରେ ସେନା ବିଦ୍ରୋହ ଉଦ୍ୟମ

ଖାରତୁମ୍‌, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି। ସେମାନଙ୍କ ଏହି ଯୋଜନା ବିଫଳ ହୋଇଛି ବୋଲି ସୁଦାନର ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଷଡ଼ଯନ୍ତ୍ରକାରୀ ସରକାରୀ ଗଣମାଧ୍ୟମ ଭବନ ଏବଂ ସେନା ମୁଖ୍ୟାଳୟକୁ କବ୍‌ଜା କରିବାକୁ ଚେଷ୍ଟା କରିଥିଲେ। ଦେଶର ରୁଲିଂ କାଉନସିଲ ଏବଂ ମିଲିଟାରି ସରକାରଙ୍କ ନିୟନ୍ତ୍ରଣରେ ରହିଥିବା ଜଣାଯାଇଛି।
ଦଶନ୍ଧିର ଶାସନ ପରେ ୨୦୧୯ ଏପ୍ରିଲରେ ପୂର୍ବତନ ରାଷ୍ଟ୍ରପତି ଓମାର ଅଲ୍‌-ବଶିରଙ୍କୁ ବିଦ୍ରୋହ ବଳରେ ଶାସନରୁ ହଟାଯାଇଥିଲା। ଏହାର ୩ ବର୍ଷ ପରେ ଦେଶରେ ଏହାର ପୁନରାବୃତ୍ତି ଉଦ୍ୟମ ଘଟଣା ସୁଦାନର ଦୁର୍ବଳ ଗଣତନ୍ତ୍ର ବ୍ୟବସ୍ଥା ପୁଣି ସାମ୍‌ନାକୁ ଆସିଛି। ବଶିରଙ୍କ ସମର୍ଥକ, ସେନା ଏବଂ ବାହାର ଲୋକ ଏହି ବିଦ୍ରୋହ ଉଦ୍ୟମ କରିଥିବା ସୁଦାନର ପ୍ରଧାନମନ୍ତ୍ରୀ ଅବଦ୍ଦଲ୍ଲା ହାମ୍‌ଦକ୍‌ କହିଛନ୍ତି। ସେନାର ଏହି ଗୋଷ୍ଠୀର ବିଦ୍ରୋହ ରୋକିବାକୁ ସରକାରୀ ମିଡିଆ ଜନସାଧାରଣଙ୍କୁ ଆହ୍ବାନ ଦେଇଛି। ତେବେ ସବୁକିଛି ନିୟନ୍ତ୍ରଣରେ ଅଛି ବୋଲି ସାମରିକ-ନାଗରିକ ପରିଷଦର ସଦସ୍ୟ ମହମ୍ମଦ ଅଲ-ଫିକି ସୁଲେମାନ ଫେସ୍‌ବୁକରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସାମିଲ ଥିବା ଉଚ୍ଚ ର଼୍ୟାଙ୍କ୍‌ର ଅଫିସରଙ୍କ ସମେତ ସମସ୍ତ ସୈନ୍ୟଙ୍କୁ ଗିରଫ କରାଯାଇଛି। ସବୁଠୁ ଲମ୍ବା ସମୟ ଧରି ସରକାରରେ ଥିବା ରାଷ୍ଟ୍ରପତି ଅଲ୍‌-ବଶିରଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ କ୍ଷମତା ବାଣ୍ଟିବା ପାଇଁ ଏକ ଚୁକ୍ତି ହୋଇଥିଲା। ସାମରିକ, ସାଧାରଣ ନାଗରିକ ପ୍ରତିନିଧି ଏବଂ ବିରୋଧ କରୁଥିବା ଗୋଷ୍ଠୀକୁ ନେଇ ଏକ ସରକାର ଗଠନ ପାଇଁ ସହମତି ହୋଇଥିଲା। ଏବେ ଦେଶରେ ନାଗରିକ ଏବଂ ସେନାର ମିଳିତ ସରକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋର୍‌ଦାର ହେଲା ଆମେରିକା-ଇରାନ ଯୁଦ୍ଧ: ଭୟରେ ଥରହର ସାରା ବିଶ୍ୱ

ଦୁବାଇ,୧୫ା୭: ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ଆମେରିକା ୨୦ ପ୍ରତିଶତ ଟିକସ ଲଗାଇବା ସହ ଇରାନୀୟ ବନ୍ଦରଗୁଡ଼ିକ ଉପରେ ପୁଣିଥରେ ଅବରୋଧ ଲଗାଇବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ

ଭୁବନେଶ୍ୱର,୧୫।୭: ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଏହି ଲଘୁଚାପ। ବୁଧବାର ସକାଳ ୫.୩୦ରେ…

ବ୍ରେକ ଡାଉନ ଟ୍ରକ ପଛ ପଟେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ପଦ୍ମପୁର ରାସ୍ତାର କରକଚିଆ ସ୍କୁଲ ନିକଟରେ ବ୍ରେକ ଡାଉନ ପଡ଼ିଥିବା ଏକ ଟ୍ରକ ପଛପଟେ ମଙ୍ଗଳବାର ରାତିରେ…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଜରାଜୀର୍ଣ୍ଣ ଘରେ ଜୀବନ କାଟୁଛନ୍ତି ତ୍ରିପୁରା: ସରକାରୀ ସହାୟତା ଅପେକ୍ଷାରେ …

ଲୋଇସିଂହା,୧୫।୭(ସୁଶାନ୍ତ ବାରିକ):ବୟସର ଅପରାହ୍ନରେ ଜୀବନ ସହ ଲଢେଇ କରୁଛନ୍ତି ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଲତରପାଲି ଗ୍ରାମର ୭୭ ବର୍ଷୀୟା ଅସହାୟ ବୃଦ୍ଧା ତ୍ରିପୁରା ମହାନନ୍ଦ। ସ୍ବାମୀ…

୨୪ ଘଣ୍ଟାରେ ଲଘୁଚାପ: ୩ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର, ୧୫ା୭ (ବନ୍ଦନା ସେଠୀ):ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ସହ ବିଭିନ୍ନ ସ୍ଥାନରେ ପ୍ରବଳରୁ…

ବିଦ୍ୟୁତ୍‌ ସଂଯୋଗ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri