Posted inଜାତୀୟ

କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏକ କୃଷକ ସଙ୍ଗଠନର ଓକିଲଙ୍କୁ କହିଛନ୍ତି, ‘ସମସ୍ତ ନାଗରିକଙ୍କର ରାସ୍ତା ଉପରେ ଯାଆସ କରିବାର ଅଧିକାର ରହିଛି । ଆପଣମାନେ ଯେଉଁଠି ବସିଛନ୍ତି ସେଠାରେ ସେହି ଅଞ୍ଚଳର ଲୋକଙ୍କୁ କେବେ ପଚାରିଛନ୍ତି ଏଥିରେ ସେମାନେ ଖୁସି କି ନା । ଆପଣମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି । ଆଉ ଏବେ ସହର ଭିତରେ ପ୍ରବେଶ କରିବାକୁ ଅନୁମତି ମାଗୁଛନ୍ତି । ରାଜସ୍ଥାନର ଏକ ସଙ୍ଗଠନ କୃଷକ ମହାପଞ୍ଚାୟତ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ କି ତାଙ୍କୁ ଦିଲ୍ଲୀର ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ ଅନୁମତି ଦିଆଯାଉ । ଏହାର ଜବାବରେ ଜଷ୍ଟିଶ ଏ ଏମ୍ ଖାନୱିଲକର ଓ ସି ଟି ରବିକୁମାର କହିଛନ୍ତି ସତ୍ୟାଗ୍ରହର ଅର୍ଥ କ’ଣ । ଆପଣମାନେ ଗୋଟିଏ ପଟେ ସୁପ୍ରିମକୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରୁଛନ୍ତି ଓ ଅନ୍ୟପଟେ ବିରୋଧ ପ୍ରଦର୍ଶନ କରୁଛନ୍ତି । କ’ଣ ଏହି ବିରୋଧ ନ୍ୟାୟପାଳିକା ବିରୋଧରେ । ଯଦି କୋର୍ଟକୁ ଆସିଛନ୍ତି ତେବେ ଭରସା ରଖନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ୧୫ ମତ୍ସଜୀବୀଙ୍କ ପତ୍ତା, ବାଲେଶ୍ବରରୁ ରହିଛନ୍ତି ୩ ଭାଇ

ଭୋଗରାଇ,୯।୭(ପ୍ରଦୀପ ଦାସ): ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ସରକାରଙ୍କ ଅଣଦେଖା! ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଆଶାକର୍ମୀ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ ଆଣି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ରଣହୁଙ୍କାର ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟ ମ୍ୟାଚ ସହ ଟସ ବିଷୟରେ କାହିଁକି କହିଲେ? ହସ ରୋକି ପାରିଲେନି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ

ମେଲବୋର୍ନ,୯।୭: ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନରେ ତାଙ୍କ ଭାଷଣ ସମୟରେ କ୍ରିକେଟ ବିଷୟ ଉଠାଇ ପରିବେଶକୁ ହାଲୁକା କରିଥିଲେ। ଏକ ମିଳିତ ପ୍ରେସ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri