ସମ୍ମାନ ରଖିବାକୁ ସମରସଜ୍ଜା

ଢେଙ୍କାନାଳ ଅଫିସ, ୧୮ା୩-ପାଖେଇ ଆସୁଛି ପୌର ନିର୍ବାଚନ। କମ୍ପୁଛି ପ୍ରଚାର ମଇଦାନ। ପ୍ରତିପକ୍ଷଙ୍କୁ ପରାସ୍ତ କରିବାକୁ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି ଚଳାଇଥିବାବେଳେ ସରଗରମ ହୋଇଉଠିଛି ଢେଙ୍କାନାଳ ସହରାଞ୍ଚଳ ରାଜନୈତିକ ବାତାବରଣ। ଏସବୁ ମଧ୍ୟରେ ସମସ୍ତଙ୍କ ନଜର ଅଟକିଛି ୪, ୫ ଏବଂ ୬ନଂ. ଓ୍ବାର୍ଡ ଉପରେ। ୪ନଂ. ଓ୍ବାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ସବୁ ରାଜନୈତିକ ଦଳ ନୂଆ ପ୍ରାର୍ଥୀଙ୍କୁ ନେଇ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେହିପରି ୫ ଓ ୬ନଂ. ଓ୍ବାର୍ଡରେ ଦଳଡିଅଁାଙ୍କ ମଧ୍ୟରେ ଲଢ଼େଇ ହେଉଛି। ତେଣୁ ଏହିସବୁ ଓ୍ବାର୍ଡକୁ କରାୟତ୍ତ କରିବା ଉଭୟ ବିଜେଡି ଏବଂ ଭାଜପା ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
ଗୁଡିଆନାଳି, ଭାଗିରଥୀ ବିହାର ‘ଏ’ ଓ ‘ବି’ ବ୍ଲକ, ଟାଉନ ଥାନା ପଛ ପାର୍ଶ୍ୱ ଆଦି ଅଞ୍ଚଳକୁ ନେଇ ଗଠିତ ୪ନଂ ଓ୍ବାର୍ଡର ଭୋଟର ସଂଖ୍ୟା ୨ ହଜାର ୪୩୮। ୨୦୦୩ରେ ଏହି ଓ୍ବାର୍ଡ କଂଗ୍ରେସ କବ୍‌ଜାରେ ଥିଲା। ଏଥର ବିଜେଡିର ଲିପିକା ଦାସ, ଭାଜପାର ରତ୍ନପ୍ରଭା ଆଏଚ୍‌, କଂଗ୍ରେସର ସୋନାଲି ସ୍ବାଇଁ ଏବଂ ସ୍ବାଧୀନ ଭାବେ ଐଶ୍ୱର୍ଯ୍ୟା ମହାନ୍ତି ନିର୍ବାଚନ ଲଢୁଛନ୍ତି। ଏହି ଓ୍ବାର୍ଡ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବା ସମ୍ଭାବନା ରହିଛି। ପାନୀୟ ଜଳ, ଶୋଚନୀୟ କଂକ୍ରିଟ୍‌ ରାସ୍ତା ଓ୍ବାର୍ଡବାସୀଙ୍କ ଦୀର୍ଘଦିନର ସମସ୍ୟା ପାଲଟିଛି।
ଗତ ନିର୍ବାଚନରେ ୫ନଂ. ଓ୍ବାର୍ଡକୁ ହାତେଇ ନେଇଥିଲା କଂଗ୍ରେସ। ହେଲେ ଚଳିତ ଥର କଂଗ୍ରେସ ଶୂନ୍ୟ ରହିଛି ଏହି ଓ୍ବାର୍ଡ। ଶେଷ ସମୟରେ ଦଳୀୟ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ନେବା ପରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ପ୍ରକାଶ ଚନ୍ଦ୍ର କୁଅଁର, ଭାଜପାର ନୂଆ ମୁହଁ ରୁଦ୍ରନାରାୟଣ ତ୍ରିପାଠୀ ଏବଂ ସ୍ବାଧୀନ ପ୍ରାର୍ଥୀ ଦେବେଶ କୁମାର ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଅମଲାପଡ଼ା ବସ୍‌ଷ୍ଟାଣ୍ଡ, ଚାନ୍ଦମାରିସାହି ଆଦି ଅଞ୍ଚଳକୁ ନେଇ ଗଠିତ ଏହି ଓ୍ବାର୍ଡର ଭୋଟର ସଂଖ୍ୟା ୧,୫୫୦। ରାସ୍ତାଘାଟ, ଡ୍ରେନେଜ୍‌, ପାନୀୟଜଳ ସମସ୍ୟାକୁ ନେଇ ଏହି ଓ୍ବାର୍ଡରେ ତୀବ୍ର ଅସନ୍ତୋଷ ଲାଗି ରହିଥିବାବେଳେ ସମସ୍ୟା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୩(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri