ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅର୍ଜୁନ ବିବାହର ୨୧ ବର୍ଷ ପରେ ପଡ଼ିଥିଲେ ପ୍ରେମରେ। ଦୁଇଟି ସନ୍ତାନର ଜନକ ଥିବା ସତ୍ତ୍ୱେ ୪୮ ବର୍ଷ ବୟସରେ ଡେଟ୍‌ କରିବା ଆରମ୍ଭ କରିଥିଲେ। ନିକଟରେ ତାଙ୍କ ପ୍ରେମିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯାହା ବେଶ୍‌ ଚର୍ଚ୍ଚାରେ ରହିଥିଲା।

୧୯୭୨ ମସିହା ଆଜିର ଦିନରେ ଅର୍ଜୁନଙ୍କ ଜନ୍ମ । ସେ ଯେତେବେଳେ ଛୋଟ ଥିଲେ, ତାଙ୍କ ବାପାମା’ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ସେ ମା’ଙ୍କ ପାଖରେ ରହି ବଡ଼ ହୋଇଥିଲେ। ୧୯୯୮ରେ ଜଣାଶୁଣା ମଡେଲ ମେହର ଜେସିଆଙ୍କ ସହ ବିବାହ କରିଥିଲେ ଅର୍ଜୁନ। ଉଭୟଙ୍କ ଦୁଇ ଝିଅ ମାହିୟା ଏବଂ ମାୟରା ଅଛନ୍ତି।

ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ବିବାହ କରିନେଇଥିଲେ ଅର୍ଜୁନ। ବିବାହର ୨୦ ବର୍ଷ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହା ପଛରେ କାରଣ ଥିଲେ ଗେବ୍ରିଏଲା। ଛାଡ଼ପତ୍ର ନେବା ପରେ ଏବେ ଗେବ୍ରିଏଲାଙ୍କୁ ଡେଟ୍‌ କରୁଛନ୍ତି ଅର୍ଜୁନ। ସେ ପ୍ରେମିକାଙ୍କଠାରୁ ୧୪ ବର୍ଷ ବଡ। ଇତିମଧ୍ୟରେ ସେମାନେ ବିବାହ କରି ନ ଥିଲେ ହେଁ ଉଭୟଙ୍କ ପୁଅ ହେବାକୁ ନେଇ ଚର୍ଚ୍ଚାରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ହାଉସ୍‌ଫୁଲ୍‌-୪’

ମୁମ୍ବାଇ: ଗତ ଧନତେରସରେ ରିଲିଜ ହୋଇଥିବା ବଲିଉଡ୍‌ ମୁଭି ‘ହାଉସ୍‌ଫୁଲ-୪’ ଏବେ ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଅକ୍ଷୟ କୁମାର, ବବି ଦେଓଲ,...

ଏହି ଲୋକପ୍ରିୟ ଅଭିନେତାଙ୍କୁ ଗୁଳିକରି ହତ୍ୟା: ପ୍ରେମିକାଙ୍କ ଘର ସମ୍ମୁଖରୁ ମିଳିଲା ମୃତଦେହ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ଏଡି ହୈଜଲଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ଏହି ଅଭିନେତାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଟେକ୍ସାସର ଗ୍ରାଣ୍ଡ ପ୍ରିରିରେ...

ରଣବୀରଙ୍କ ମା’ଙ୍କ ଭୂମିକାରେ ନଜର ଆସିପାରନ୍ତି ରତ୍ନା

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂଙ୍କ ଷ୍ଟାର କାଷ୍ଟରେ ନିର୍ମାଣ ହେବାକୁ ଯାଉଛି ବଲିଉଡ୍‌ ମୁଭି ‘ଜୟେଶଭାଇ ଜୋରଦାର’। ଏଥିରେ ତାଙ୍କ ମାତାପିତାଙ୍କ ଭୂମିକାରେ ନଜର...

ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତାଙ୍କୁ ଘରକୁ ଆସିଲେ ଦୁଇ କୁନି ଅତିଥି

ନୂଆଦିଲ୍ଲୀ: ଦିଗଂବତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୌଖଣ୍ଡେ ବହୁତ ଦିନ ହେବ ଦୁଃଖୀ ଥିଲେ।...

ଡ୍ରାଇଭରଙ୍କଠାରୁ ଜାହ୍ନବୀ ଧାରନେଲେ ଟଙ୍କା

ବିନା ଟଙ୍କାରେ ଅଭିନେତ୍ରୀ ଜାହ୍ନବୀ କପୁର ଘରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଏମିତି ଘଟିଲା ସେ ବାଧ୍ୟ ହୋଇ ତାଙ୍କ ଡ୍ରାଇଭରଙ୍କଠାରୁ ଧାର ନେଲେ। ଜାଣିଲେ...

କ୍ରିକେଟ ଖେଳୁଛନ୍ତି ତୈମୁର: ମା’ କରୀନା କହିଲେ ଏମିତି

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଏ ନେଇ ଏବେ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଦ୍ୱିତୀୟ ଥର ପାଇଁ...

ମା’ଙ୍କ ମୃତ୍ୟୁପରେ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଭାଜପା ନେଥା ବାବୁଲ ସୁପ୍ରିୟୋଙ୍କ ମା’ଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମା’ଙ୍କ...

ଶେଷ ବିଦାୟରେ ରଖିଲେ ଅନୁରୋଧ: ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ କଲେ ମେକ୍‌ଅପ୍‌

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୪ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ...

Play 250+ Trending Games
Archives

Model This Week

Why Dharitri