ଗର୍ଲଫ୍ରେଣ୍ଡଙ୍କ ସହ ତୁଳନାକୁ ନେଇ ରାଗିଗଲେ ଅର୍ଜୁନ କପୁର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଉଭୟଙ୍କ ନେଇ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଥମୁନି। ନିକଟରେ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପତ୍ତିକୁ ନେଇ ମିଡିଆରେ ବେଶ୍‌ ଆଲୋଚନା ହୋଇଥିଲା। ମଲାଇକା କୁଆଡେ ଅର୍ଜୁନଙ୍କ ଅପେକ୍ଷା ଅଧିକ ଟଙ୍କା ରୋଜଗାର କରନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଖପ୍ପା ହୋଇଯାଇଛନ୍ତି ଅର୍ଜୁନ। ସୋସିଆଲ ମିଡିଆରେ ସେ ନିଜ ରାଗ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, ୨୦୨୧ରେ ଏହିପରି ଖବର ପଢିବା ଦୁଃଖଦାୟକ ଏବଂ ଲଜ୍ଜାଜନକ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସେ ଭଲ ରୋଜଗାର କରନ୍ତି ଏବଂ ଏଠାକୁ ଆସିବା ପରେ ସେ ଅନେକ ବର୍ଷ ଧରି କାମ କରିଛନ୍ତି। ଏହାକୁ କାହା ସହ ତୁଳନା କରାଯିବା ଉଚିତ ନୁହେଁ। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମଲାଇକାଙ୍କ ମୋଟ ଆୟ ୧୦୦ କୋଟି ଟଙ୍କା ହୋଇଥିବାବେଳେ ଅର୍ଜୁନ କପୁରଙ୍କ ମୋଟ ଆୟ ୮୮ କୋଟି ଟଙ୍କା। ଏହା ମଧ୍ୟ କୁହାଯାଇଛି ଯେ ଗୋଟିଏ ଚଳଚ୍ଚିତ୍ରରେ ଆଇଟମ ଗୀତ କରିବା ପାଇଁ ମଲାଇକା ୧.୭୫ କୋଟି ଟଙ୍କା ନେଉଛନ୍ତି। ଅର୍ଜୁନ ଏବଂ ମଲାଇକା ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ସେମାନେ ପ୍ରାୟତଃ ଏକାଠି ସମୟ ବିତାଉଥିବାର ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

IPL ବେଟିଂ, ୮ ଗିରଫ: ଏକାଧିକ ସ୍ଥାନରେ ଏକକାଳୀନ ଚଢ଼ାଉବେଳେ ମିଳିଲା…

ଝାରସୁଗୁଡା/ବ୍ରଜରାଜନଗର, ୨୫।୫(ଆଶିଷ ରଞ୍ଜନ ଦାଶ/ବିଜୟ ବରା ): ଝାରସୁଗୁଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ଆଇପିଏଲ ୨୦୨୬ ମ୍ୟାଚଗୁଡ଼ିକରେ ବେଆଇନ ଅନଲାଇନ କ୍ରିକେଟ…

ଚାଷ ଜମିରୁ ଫେରୁଥିବାବେଳେ କାମୁଡିଲା ସାପ, ମେଡିକାଲ ନେବାବେଳେ ଚାଲିଗଲା ଜୀବନ, ପରିବାର ଅସହାୟ

ଥୁଆମୂଳ ରାମପୁର, ୨୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅଧୀନ ସମାପଲା ଗାଁରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ସାପ…

OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଭୁବନେଶ୍ୱର,୨୩।୫: OERC ଅଧ୍ୟକ୍ଷ ପଦରୁ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri