ପିଲାଙ୍କର ପାଠପଢାରେ ମନ ଲାଗୁନି? ଏକାଗ୍ରତା ଆସୁନି? ଘରେ ବାସ୍ତୁଦୋଷ ଥିଲେ ଏଭଳି ସମସ୍ୟା ଦେଖାଦିଏ ବୋଲି ବାସ୍ତୁବିଦ୍ କୁହନ୍ତି। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍ ଜାଣନ୍ତୁ ସେ ସମ୍ପର୍କରେ…
*ବାସ୍ତୁଶାସ୍ତ୍ର ଅନୁଯାୟୀ, ପିଲାଙ୍କ ବେଡ୍ରୁମ୍ ପଶ୍ଚିମ ଦିଗରେ ରହିଲେ ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ।
* ପିଲାଙ୍କ ବେଡ୍ରୁମ୍ର କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ସହ କବାଟର ଠିକ୍ ବିପରୀତ ଦିଗରେ ଝରକା ରହିଲେ ଅତି ଉତ୍ତମ ହୋଇଥାଏ।
* ସବୁଜ ରଙ୍ଗ ପିଲାଙ୍କ ରୁମ୍ ପାଇଁ ଶୁଭ। ଏହା ଶାନ୍ତି ପ୍ରଦାନ କରିବା ସହ ସେମାନଙ୍କ ମନରେ ସକାରାତ୍ମକ ଭାବନା ଆଣିଥାଏ।
* ପିଲାଙ୍କ ବେଡ୍କୁ ରୁମ୍ର ଦକ୍ଷିଣ ପାର୍ଶ୍ୱରେ ପକାଇବା ଦରକାର। ସେ ପୁଣି କାନ୍ଥକୁ ନ ଲାଗି କାନ୍ଥରୁ ଟିକେ ଛାଡିକି ରଖିଲେ ଭଲ।
* ସେହିପରି ଶୋଇବା ସମୟରେ ପିଲାଙ୍କ ମୁଣ୍ଡ ପୂର୍ବ ଦିଗକୁ ରହିଲେ ସେମାନଙ୍କର ସ୍ମରଣ ଶକ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।
* ଅନ୍ୟପକ୍ଷେ ପିଲାଙ୍କ ରୁମ୍ରେ ଷ୍ଟଡି ଟେବୁଲ୍କୁ ଏପରି ରଖିବା ଦରକାର, ଯେମିତିକି ସେଥିରେ ବସି ପଢିବା ସମୟରେ ପିଲାଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହୁଥିବ। କୁହାଯାଏ, ଏପରି କଲେ ପିଲାଙ୍କର ପଢା ପ୍ରତି ଏକାଗ୍ରତା ବଢିଥାଏ।


