ଘରେ ଝିଟିପିଟି ହେଉଛନ୍ତି କି…ବିଦା କରିବାକୁ ଆପଣାନ୍ତୁ ଏହି ସହଜ ଉପାୟ

ଘରୁ ଦୂରାନ୍ତୁ ଝିଟିପିଟି ଝିଟିପିଟି ପ୍ରାୟ ଅଧିକାଂଶଙ୍କ ଘରେ ଥିବା ଦେଖିବାକୁ ମିଳିଥାଏ। କେହି କେହି ଏହାକୁ ଦେଖିଲେ ଭୟ ମଧ୍ୟ କରିଥାନ୍ତି। ଯଦି ଆପଣଙ୍କ ଘରେ ବି ଅଧିକ ଝିଟିପିଟି ଅଛନ୍ତି ଏବଂ ତାଙ୍କୁ ନ ମାରି ଘରୁ ବାହାର କରିବାକୁ ଚାହାନ୍ତି ତେବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ…
କର୍ପୂରର ଗନ୍ଧ ଝିଟିପିଟିକୁ ପସନ୍ଦ ନୁହେଁ। ତେଣୁ ୪ଟି କର୍ପୂରକୁ ଗୁଣ୍ଡକରି ୧୫୦ମି.ଲି. ପାଣିରେ ମିଶାନ୍ତୁ। ସେଥିରେ ଅଳ୍ପ ଡେଟଲ ମିଶାଇ ସ୍ପ୍ରେ ବଟଲରେ ରଖି ଘରର ସବୁ କାନ୍ଥରେ ସ୍ପ୍ରେ କରନ୍ତୁ, ଝିଟିପିଟି କିମ୍ବା ଅନ୍ୟ ପୋକ ମଧ୍ୟ ଆସିବେ ନାହିଁ।
ଯଦି କେମିକାଲ ବ୍ୟବହାର ପସନ୍ଦ ନୁହେଁ ତେବେ ପିଆଜ ଏବଂ ରସୁଣ ଆପଣଙ୍କ ପାଇଁ ସବୁଠୁ ସହଜ ପ୍ରାକୃତିକ ଉପାୟ। ଗୋଟିଏ ବଡ଼ ପିଆଜକୁ କାଟି ଦିଅନ୍ତୁ। ସେଥିରେ ଗୋଟିଏ ରସୁଣର ୧୦-୧୨ କୋଲା ମିଶାଇ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାକୁ ଏକ କପଡ଼ାରେ ଚିପୁଡି ରସ ବାହାର କରନ୍ତୁ। ସେଥିରେ ସମ ପରିମାଣର ପାଣି ମିଶାଇ ସ୍ପ୍ରେ ବଟଲ୍‌ରେ ରଖି ଘରେ ସ୍ପ୍ରେ କରନ୍ତୁ। ଏହାର ତୀବ୍ର ଗନ୍ଧରେ ଘରୁ ଝିଟିପିଟି ଚାଲିଯିବେ।
ସେହିପରି ପିପରମିଣ୍ଟ ଅଏଲ ୧୦-୧୫ ଟୋପା ନେଇ ପାଣିରେ ମିଶାଇ ସ୍ପ୍ରେ ବଟଲ୍‌ରେ ରଖି ଝିଟିପିଟି ହେଉଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ଦେଖିବେ ଝିଟିପିଟି ଆଉ ଆସିବେ ନାହିଁ।
ଘରର ବିଭିନ୍ନ ସ୍ଥାନରେ ଅଣ୍ଡା ଖୋଳ ରଖିଲେ ବି ଝିଟିପିଟି ଘରକୁ ଆସି ନ ଥାନ୍ତି। ଝିଟିପିଟି ନ ଆସିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘରକୁ ସଫା ରଖିବା। ତେଣୁ ନିୟମିତ ସମୟ ଅନ୍ତରାଳରେ ଘରର ଛାତ, ଆଲମିରା ଓ କପ୍‌ବୋର୍ଡ ପଛପଟ, ବିଭିନ୍ନ ଫର୍ନିଚରର ପଛପଟ ଆଦିକୁ ସଫା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?