ମାସ୍କ ପିନ୍ଧିବାରେ ଅସୁବିଧା ହେଉଛି କି? ଏସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ..

ସାରା ବିଶ୍ୱରେ ଏବେ କରୋନାର ଭୟାବହତା। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହେଉଛନ୍ତି। ଭାରତରେ ଏହି ସଂଖ୍ୟା ୧୧ଲକ୍ଷ ଟପିଲାଣି। ଏପରିସ୍ଥିତିରେ ଔଷଧ ବାହାରି ନ ଥିବାରୁ ଲୋକମାନଙ୍କୁ ଘରୁ ନବାହାରିବାକୁ କୁହାଯାଉଛି। ଏହାଛଡ଼ା ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି।

ଗୋଟିଏପଟେ ମାସ୍କର ବ୍ୟବହାର ଜରୁରୀ ହୋଇପଡ଼ିଥିବା ବେଳେ ନାନାଦି ଅସୁବିଧା ସୃଷ୍ଟି ହେଉଛି। ଲଗାତାର ଭାବେ ମାସ୍କ ପିନ୍ଧିବା ଅନେକଙ୍କୁ କଷ୍ଟ ଦେଉଛି। ଆଜି ଆପଣଙ୍କ ସୁବିଧା ଲାଗି ମାସ୍କ ପିନ୍ଧିବା, ଧୋଇବା, ଶୁଖାଇବା ଏବଂ ସାନିଟାଇଜ୍‌ କରିବାର ଉପାୟ ବିଷୟରେ ଜଣାଇବୁ।

– ଲଗାତାର ଭାବେ ମାସ୍କ ପିନ୍ଧିବା ଦ୍ୱାରା ଅନେକ ଲୋକଙ୍କ କାନରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେଉଛି। କିଛି ଲୋକଙ୍କ କାନ ଲାଲ ପଡ଼ିଯାଉଥିବା ହେତୁ ଏହାକୁ ପିନ୍ଧିବାକୁ ସେମାନେ ପ୍ରସ୍ତୁତ ହେଉନାହାନ୍ତି। ଏଣୁ ଯଦି ଏପରି ସମସ୍ୟାରୁ ରକ୍ଷା ପାଇବାକୁ ଚାହାନ୍ତି, ତେବେ କ୍ଲିପ୍‌ର ବ୍ୟବହାର କରିପାରିବେ। ମାସ୍କର ଦୁଇ ମୁଣ୍ଡକୁ କ୍ଲିପ୍‌ରେ ଧରି ଚୁଟିରେ ଲଗାଇ ଦିଅନ୍ତୁ।

– କିଛି ଲୋକଙ୍କ ମୁହଁ ଛୋଟ ରହିଥାଏ। ସେମାନଙ୍କୁ ମାସ୍କ ପିନ୍ଧିବାରେ ଅସୁବିଧା ହୋଇଥାଏ। କାରଣ ତାହା ଫିଟ୍‌ ହୋଇ ନ ଥାଏ। ଏପରିସ୍ଥିତିରେ କ୍ଲିପ୍‌ ସାହାଯ୍ୟରେ ତାକୁ ଚୁଟିରେ ଲଗାଇ ନିଅନ୍ତୁ।

– ମାସ୍କ ଅପରିଷ୍କାର ହେବା ଯୋଗୁ ତାକୁ ଡେଟୋଲରେ ଧୋଇ ଦିଅନ୍ତୁ। ଏଥିପାଇଁ ଏକ ଜାଗାରେ ପାଣି ନିଅନ୍ତୁ। ସେଥିରେ ଡେଟୋଲ୍‌ର କିଛି ଟୋପା ପକାନ୍ତୁ। ଏଥିରେ ମାସ୍କକୁ ୧୦ ମିନିଟ ପାଇଁ ବୁଡ଼ାଇ ରଖନ୍ତୁ। ପରେ ଖରାରେ ଶୁଖାଇ ନିଅନ୍ତୁ।

– ମାସ୍କ ଓହ୍ଲାଇବା ପରେ ମୁହଁକୁ ଭଲଭାବେ ପାଣିରେ ଧୋଇବା ସହ ଫେସଓ୍ବାସ୍‌ ବ୍ୟବହାର କରନ୍ତୁ।

– ମଝିରେ ମଝିରେ ମାସ୍କ ଓହ୍ଲାଉଥିଲେ ଏହାକୁ ସାନିଟାଇଜ୍‌ କରି ପୁଣି ପିନ୍ଧନ୍ତୁ।

-କେହି ଚଷମା ପିନ୍ଧୁଥିଲେ ମାସ୍କକୁ ଚଷମା ଉପରେ ପିନ୍ଧନ୍ତୁ। ଏହାଦ୍ୱାରା ଗ୍ଲାସରେ ଜଳବୁନ୍ଦା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri