ଛୋଟ ଛୋଟ କଥାରେ ଘରେ ଅଶାନ୍ତି ସୃଷ୍ଟି ହେଉଛି କି?ଆପଣାନ୍ତୁ ଏହି ସହଜ ଉପାୟ…

ବେଳେବେଳେ ସେମିତି କିଛି କାରଣ ନଥାଇ ଛୋଟ ଛୋଟ କଥାରେ ବି ଘରେ ଅଶାନ୍ତି ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏହା ପଛରେ କିଛି ବାସ୍ତୁଦୋଷ ଥାଏ ବୋଲି ବିଶ୍ୱାସ କରାଯାଏ। ଏହି ବାସ୍ତୁଦୋଷକୁ ସହଜ ଉପାୟରେ କିପରି ଠିକ୍‌ କରିହେବ ଜାଣନ୍ତୁ ସେ ସମ୍ପର୍କରେ…

* ଠାକୁରଘରେ ମା’ ଲକ୍ଷ୍ମୀଙ୍କ ପାଖରେ ଶ୍ରୀଯନ୍ତ୍ର କିମ୍ବା ନାଲି କପଡ଼ାରେ ଗୁଡ଼ା ହୋଇଥିବା ନଡିଆ ରଖିଲେ ବାସ୍ତୁଦୋଷ ଦୂର ହୋଇ ପରିବାରରେ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରଯାଏ।

* ସେହିପରି କୁହାଯାଏ, ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜାଳିଲେ ବାସ୍ତୁଦୋଷ ଖଣ୍ଡନ ହେବା ସହ ଘରେ ଶାନ୍ତି ବଢିଥାଏ।

* ଅନ୍ୟପକ୍ଷେ ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ର କହେ।

* ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇବା ବି ଘର ପାଇଁ ଶୁଭ ହୋଇଥାଏ।

* ଘରର ଉତ୍ତର ଦିଗରେ ତୁଳସୀ କିମ୍ବା ଅଁଳା ଗଛ ଲଗାଇଲେ ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ। ତା’ସହିତ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ବିଶ୍ୱାସ ରହିଛି।

* ପଞ୍ଚମୁଖୀ ହନୁମାନଙ୍କର ପ୍ରତିମା ହେଉ ଅବା ଫଟୋକୁ ଘରର ମୁଖ୍ୟଦ୍ୱାର ନିକଟରେ ରଖିଲେ, ଘରକୁ କୌଣସି ନକରାତ୍ମକ ଊର୍ଜ୍ଜା ପ୍ରବେଶ କରିପାରେନା; ଯଦ୍ଦ୍ବାରା ଘରେ ଶାନ୍ତି ବଜାୟ ରହେ।

* ଯୁଦ୍ଧ ଚିତ୍ର, କାନ୍ଦିବା ଫଟୋ କିମ୍ବା କୌଣସି ଅଶୁଭ ଜିନିଷର ଫଟୋକୁ ଘରେ ଲଗାଇଲେ ବି ପରିବାରରେ ଅଶାନ୍ତି ଦେଖାଦିଏ। ତେଣୁ ଏଥିରୁ ନିବୃତ୍ତ ରହିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri