Posted inଫୁରସତ

ସ୍ଥାପତ୍ୟ କହେ କଥା

କାରିଗରର ହାତର ସ୍ପର୍ଶରେ ଗଢି ଉଠେ କେତେ ଯେ ସ୍ଥାପତ୍ୟ। ସେଇ ସ୍ଥାପତ୍ୟ କେବେ ମଣିଷର ଭାବକୁ ଦର୍ଶାଏ ତ କେବେ କହେ କାହାର କାହାଣୀ। ଠିକ ଯେମିତି ଏଇ ସବୁ ସ୍ଥାପତ୍ୟ, ଯାହା ଦେଖିବାକୁ ଅଜବ ହେଲେ ବି କହେ ଅନେକ କଥା..

ଅପ୍‌ ସାଇଡ୍‌ ଡାଉନ୍‌ ଚାର୍ଲସ୍‌ ଲା ଟ୍ରୋବ୍‌ ପ୍ରତିମୂର୍ତ୍ତି: ସାଧାରଣତଃ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ସହରର ଛକ ସ୍ଥାନ ଗୁଡିକରେ ଏକ ଉଚ୍ଚ ସ୍ଥାନରେ ଠିଆ ହୋଇଥିବା ଦେଖିବାକୁ ମିଳେ। ସେସବୁ ବିଭିନ୍ନ ଭଙ୍ଗୀରେ ବି ଥାଆନ୍ତି। ତେବେ ଅଷ୍ଟ୍ରେଲିଆ, ମେଲବର୍ନରେ ଥିବା ଲା ଟ୍ରୋବ୍‌ ବିଶ୍ୱ ବିଦ୍ୟାଳୟ, ବୁନ୍ଦୁରା କ୍ୟାମ୍ପସ୍‌ରେ ଥିବା ଚାର୍ଲସ୍‌ ଲା ଟ୍ରୋବ୍‌ଙ୍କ ପ୍ରତିମୂର୍ତ୍ତି ବେଶ୍‌ ଅଜବ। କାରଣ ଏହି ପ୍ରତିମୂର୍ତ୍ତିଟି ସାଧାରଣ ଭାବେ ଗୋଡରେ ଦଣ୍ଡାୟମାନ ନୁହେଁ ବରଂ ଓଲଟା ତଥା ମୁଣ୍ଡରେ ଠିଆ ହୋଇଥିବା ପ୍ରତିମୂର୍ତ୍ତି ଅଟେ। ପ୍ରତିମୂର୍ତ୍ତିଗୁଡିକ ଯେଉଁ ଭିତ୍ତି ପ୍ରସ୍ତର ଉପରେ ଠିଆ ହୁଏ ତାହା ଉପର ପଟକୁ ଅଛି। ତେବେ ଏଭଳି ହେବା ପଛର କାରଣ ହେଉଛି ଲଣ୍ଡନରେ ଜନ୍ମିତ ଚାର୍ଲସ ଲା ଟ୍ରୋବ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଲିଉଟନାଣ୍ଟ ଗଭର୍ନର ଥିଲେ। ସେତେବେଳେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ତଥାପି ଇତିହାସ ପୃଷ୍ଠାରେ ସେ ଜଣେ ଅସଫଳ ଲିଡର ଭାବେ ବର୍ଣ୍ଣିତ। ତେଣୁ ଲୋକେ ଭୁଲି ଯାଇଥିବା ତାଙ୍କ କାମକୁ ପୁଣିଥରେ ମନେ ପକାଇ ଦେବା ପାଇଁ ପ୍ରତିମୂର୍ତ୍ତି ତିଆରି କରିଥିବା ସ୍ଥପତି ଏହାକୁ ଚିରାଚରିତ ଧାରାରେ ସ୍ଥାପନ ନ କରି ଓଲଟା ସ୍ଥାପନ କରିଥିଲେ। ଆଉ ସତକୁ ସତ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ବି କଲା।
ଦ ମୁସ୍ତାଙ୍ଗସ୍‌ ଅଫ ଲସ୍‌ କୋଲିନାସ୍‌: ଆମେରିକା, ଟେକ୍ସାସସ୍ଥ ଲସ୍‌ କୋଲିନସ୍‌ରେ ଦେଖିବାକୁ ମିଳେ ଦୌଡୁଥିବା ଘୋଡାର କିଛି ପ୍ରତିମୂର୍ତ୍ତି। ଏହାକୁ ପୃଥିବୀର ଘୋଡା ପ୍ରତିମୂର୍ତ୍ତିର ସବୁଠାରୁ ବଡ଼ ଗ୍ରୁପ୍‌ ବୋଲି ଧରାଯାଏ। ବ୍ରୋଞ୍ଜରେ ନିର୍ମିତ ଏହି ପ୍ରତିମୂର୍ତ୍ତି ଗୁଡିକ ଅସଲି ଘୋଡାଠାରୁ ଆକାରରେ ଦେଢଗୁଣ ବଡ଼। ଏହି ଘୋଡାଗୁଡିକ ଦୌଡିକି ନଦୀ ପାର୍‌ ହେଉଥିବା ପରି ଲାଗନ୍ତି। ଏହି ଦୃଶ୍ୟକୁ ଜୀବନ୍ତ କରିବା ଲାଗି ପାଣି ଭିତରେ ଥିବା ଘୋଡାଗୁଡିକର ଗୋଡ ତଳେ ଏମିତି ଜଳର ଫୁଆରା କରାଯାଇଛି ଯାହାଦ୍ୱାରା ଲାଗୁଛି ଘୋଡାଗୁଡିକ ନଦୀରେ ଦୌଡିବା ଯୋଗୁ ସତରେ ପାଣି ଛିଟ୍‌କୁଛି।
ମନୁମେଣ୍ଟ ଟୁ ଦ ଅନ୍‌ନୋନ୍‌ ବ୍ୟୁରୋକ୍ରାଟ୍‌: ବିଜନେସ୍‌୍‌ ସୁଟ୍‌ ପିନ୍ଧି ହାତରେ ବ୍ରିଫକେସ୍‌ ଧରି ଯାଉଥିବା ଏକ ବ୍ୟକ୍ତି, ଯାହାର ଗଣ୍ଡି ଭାଗ ମଣିଷର କିନ୍ତୁ ମୁଣ୍ଡ ଭାଗ ଏକ ବଡ଼ ପଥର। ଏଭଳି ଏକ ଅଜବ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ଆଇସ୍‌ଲାଣ୍ଡର ରିକଜାଭିକ୍‌ରେ। ଉକ୍ତ ପ୍ରତିମୂର୍ତ୍ତି ହେଉଛି ଜଣେ ସରକାରୀ କର୍ମଚାରୀର ପ୍ରତୀକ। ଯିଏକି ପ୍ରତିଦିନ ଅନେକ ଚାପ, ନିନ୍ଦା, ଅପମାନ ସହି ବହୁ କଷ୍ଟରେ କାମ କରିଥାଏ। ୧୯୯୪ରେ ସ୍ଥପତି ମାଗ୍ନସ୍‌ ଟୋମାସନ୍‌ ଏହାକୁ ଗଢିଥିଲେ।
କର୍ପୋରେଟ୍‌ ହେଡ୍‌: କାନ୍ଥ ଭିତରେ ମୁଣ୍ଡ ପଶି ଯାଇଥିବା ଜଣେ ବ୍ୟୁରୋକ୍ରାଟଙ୍କର ଏହି ପ୍ରତିମୂର୍ତ୍ତି ପାଶ୍ଚାତ୍ୟ ସମାଜକୁ ଦର୍ଶାଏ। ଯେଉଁଠି ଲୋକେ ଅଧିକ ରୋଜଗାର ଅଧିକ ଲାଭ ପାଇଁ ନିଜ ମୁଣ୍ଡରେ ଚାପ ପକାଇ ତାକୁ ଅଫିସ୍‌ର ଚାରି କାନ୍ଥ ଭିତରେ ବାନ୍ଧି ରଖନ୍ତି। ଲସ୍‌ ଆଞ୍ଜେଲସ୍‌ରେ ଦେଖିବାକୁ ମିଳେ ଉକ୍ତ ପ୍ରତିମୂର୍ତ୍ତି।
ଓ୍ବାକିଂ ଟୁ ଦ ସ୍କାଏ: ଉଚ୍ଚାଭିଳାଷୀ, ଉଚ୍ଚ ମନା ହେବା ଓ ସଫଳତାର ଶୀର୍ଷରେ ପହଞ୍ଚତ୍ବାର ଏକ ସକାରାତ୍ମକ ଭାବ ରଖିବାକୁ ଦର୍ଶାଏ ଏହି ସ୍ଥାପତ୍ୟ। ଯେଉଁଥିରେ ୭୫ଂ କୋଣ କରି ରହିଥିବା ଏକ ୧୦୦ ଫୁଟ୍‌ ଉଚ୍ଚ ଲମ୍ବ ଖମ୍ବ ଉପରେ ଚାଲି ଚାଲି ଆକାଶ ପର୍ଯ୍ୟନ୍ତ ଯାଉଥିବା ଜଣେ କୁନି ଝିଅ, ବିଜନେସ୍‌ ଓମେନ, ଜଣେ ଯୁବକଙ୍କ ସହ ଆହୁରି କେତେଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ। ଉକ୍ତ ସ୍ଥାପତ୍ୟ ପିଟ୍‌୍‌ସବର୍ଗ ପେନ୍‌ସିଲଭାନିଆରେ ଅଛି।
ମେମୋରିଆଲ ଟୁ ନେଲସନ୍‌ ମଣ୍ଡେଲା: ଦକ୍ଷିଣ ଆଫ୍ରିକାର ସ୍ଥପତି ମାର୍କୋ ସିଆନଫାନେଲି ୫୦ଟି ଷ୍ଟିଲ୍‌ର ଖମ୍ବକୁ କଂକ୍ରିଟ୍‌ ଭୂମିରେ ପୋତି ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲସନ୍‌ ମଣ୍ଡେଲାଙ୍କ ଚେହେରାକୁ ଗଢିଛନ୍ତି। ଏହି ସ୍ଥାପତ୍ୟଟିର କେବଳ ଗୋଟିଏ କୋଣରୁ ଦେଖିଲେ ନେଲସନ୍‌ ମଣ୍ଡେଲାଙ୍କ ଚେହେରା ଦେଖାଯାଏ। ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିବା ତଥା କଷ୍ଣକାୟଙ୍କ ଅଧିକାର ପାଇଁ ଲଢିଥିବା ନେଲସନ୍‌ ମଣ୍ଡେଲା ୨୮ ବର୍ଷ ଜେଲରେ କାଟିଥିଲେ। ତାଙ୍କ ଜେଲ ରହଣୀ ୧୯୬୨ରେ ଆରମ୍ଭ ହେଇଥିଲା। ଜେଲ ରହଣୀର ୫୦ ତମ ବାର୍ଷିକୀକୁ ଦର୍ଶାଏ ଏହି ୫୦ଟି ଖମ୍ବ।
ଫୋର୍ସ ଅଫ୍‌ ନେଚର୍‌: ଇଟାଲିର ସ୍ଥପତି ଲୋରେଞ୍ଜୋ କୁଇନ୍‌ ଗଢିଛନ୍ତି ଏକ ସିରିଜ୍‌ ସ୍ଥାପତ୍ୟ। ଯାହା ଫୋର୍ସ ଅଫ୍‌ ନେଚର୍‌ ଭାବେ ପରିଚିତ।ଏଥିରେ ଜଣେ ମହିଳା ଏକ ଲମ୍ବା କପଡାରେ ପୃଥିବୀକୁ ଟାଣି ଧରିଥିବା ଦେଖିବାକୁ ମିଳେ। ଏହି ପ୍ରତିମୂର୍ତ୍ତି ପୃଥିବୀର ବିଭିନ୍ନ ସହରରେ ସ୍ଥାପନ କରାଯାଇଛି। ଯେଉଁଥିରେ ଆମେରିକା, ଲଣ୍ଡନ, ମୋନାକୋ, ସିଙ୍ଗାପୁର ଆଦି ଅନ୍ତର୍ଭୁକ୍ତ।
ଦ ନଟେଡ୍‌ ଗନ୍‌: ଏକ ରିଭଲ୍‌ଭର୍‌ର ନଳୀକୁ ମୋଡି ବାନ୍ଧି ଦିଆଯାଇଥିବା ଦୃଶ୍ୟ ଦେଖିବାକୁ ମିଳେ ଏହି ସ୍ଥାପତ୍ୟରେ। ଅହିଂସାର ପ୍ରତୀକ ଏହି ସ୍ଥାପତ୍ୟଟି ନ୍ୟୁୟର୍କସ୍ଥ ୟୁନାଇଟେଡ ନେସନ୍‌ସର ହେଡକ୍ୱାର୍ଟର୍‌ରେ ଅଛି। ବ୍ରୋଞ୍ଜରେ ନିର୍ମିତ ଉକ୍ତ ସ୍ଥାପତ୍ୟକୁ ସ୍ବିଜରଲାଣ୍ଡର ସ୍ଥପତି କାର୍ଲ ଫ୍ରେଡ୍ରିକ୍‌ ରିଉଟରସ୍ବାର୍ଡ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri