Categories: ଖେଳ

ମନୋରଞ୍ଜନ କଲେ ଅର୍ଚ୍ଚିତା-ସବ୍ୟସାଚୀ

ଭାରତ-ୱେଲ୍ସ ମ୍ୟାଚର ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦୁହେଁ ପଡ଼ିଆ ମଧ୍ୟକୁ ଆସି ଚିୟର ଗର୍ଲଙ୍କ ସହ ବିଶ୍ୱକପ୍‌ ସଙ୍ଗୀତର ତାଳେତାଳେ ନୃତ୍ୟ କରିଥିଲେ। ଇଣ୍ଡିଆ, ଇଣ୍ଡିଆ ଧ୍ୱନି ସହ ଉପସ୍ଥିତ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ। ଦର୍ଶକମାନେ ମଧ୍ୟ ସେମାନଙ୍କ ସହ ସ୍ବର ମିଳାଇ ଇଣ୍ଡିଆ ଇଣ୍ଡିଆ ଧ୍ୱନିରେ ଷ୍ଟାଡିୟମକୁ ପ୍ରକମ୍ପିତ କରିଥିଲେ।

Share