Categories: ଖେଳ

ଆର୍ଚରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଲଣ୍ଡନ, ୨୧ା୫ (ପି.ଟି.)- ଇଂଲଣ୍ଡ ପେସ୍‌ ବୋଲର ଜୋଫ୍ରା ଆର୍ଚରଙ୍କର ଡାହାଣ କହୁଣିରେ ଶୁକ୍ରବାର ଅସ୍ତ୍ରୋପଚାର ହେବ। ଫଳତଃ ଅଗଷ୍ଟ ୪ରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆର୍ଚର ଇତିମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାଦ୍‌ ପଡ଼ିସାରିଛନ୍ତି। କହୁଣିରେ ତାଙ୍କର ଦ୍ୱିତୀୟ ଥର ଅସ୍ତ୍ରୋପଚାର ହେବାକୁ ଯାଉଛି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି। ୨୬ ବର୍ଷୀୟ ଆର୍ଚର ନିକଟରେ କାଉଣ୍ଟି ଚାମ୍ପିୟନଶିପ୍‌ରେ ସସେକ୍ସ ତରଫରୁ କେଣ୍ଟ ବିପକ୍ଷ ମ୍ୟାଚରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମାତ୍ର ସେ ତାଙ୍କ କହୁଣିରେ ଯନ୍ତ୍ରଣା ଅନୁଭବ କରିବା ପରେ ଜଣେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ସେ ତାଙ୍କୁ ଅସ୍ତ୍ରୋପଚାର ପାଇଁ କହିଥିଲେ।

Share