Posted inଜାତୀୟ

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ ନେଇ ଏକ କମିଟି ଗଠନ କରି ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପରିବେଶ ଉପରେ କ’ଣ ପ୍ରଭାବ ପଡ଼ିବ ଜଣାଇବାକୁ କହି ଛନ୍ତି ସର୍ବୋଚ୍ଚ କୋର୍ଟ। ବ୍ୟୁରୋକ୍ରଟ୍‌ସଙ୍କୁ ନେଇ ଗଠିତ କମିଟି ରିପୋର୍ଟ ଉପରେ କୋର୍ଟ ଉକ୍ତ ରାୟ ପ୍ରଦାନ କରିଥିଲେ। ଜାନୁଆରୀ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ କୋର୍ଟ ଦିନଧାର୍ଯ୍ୟ କରିଛନ୍ତି।

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏଜି ମସିହଙ୍କ ଏକ ଛୁଟିଦିନ ଖଣ୍ଡପୀଠ ମଧ୍ୟ ଆରାବଳିର ପରିଭାଷା ଦୃଷ୍ଟିରୁ ଯାଞ୍ଚ କରିବାକୁ ଆବଶ୍ୟକୀୟ ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ନୂତନ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ପୂର୍ବରୁ ଅନୁମୋଦିତ ପରିଭାଷା ଉପରେ ସ୍ପଷ୍ଟୀକରଣ ଆବଶ୍ୟକ, ଏବଂ ନଭେମ୍ବର ୨୦ ରାୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଉ।  କୋର୍ଟ କେନ୍ଦ୍ର ଏବଂ ଚାରି ଆରାବଳି ରାଜ୍ୟ, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ ଏବଂ ହରିୟାଣାକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି, ଏହି ପ୍ରସଙ୍ଗରେ ସ୍ୱତଃପ୍ରବୃତ୍ତ ମାମଲାର ଜବାବ ମାଗିଛନ୍ତି।

ସୂଚନାଥାଉକି, ଆରାବଳି ସୁରକ୍ଷାକୁ ନେଇ ରାଜସ୍ଥାନରେ ଆନ୍ଦୋଳନ ତୀବ୍ର ହୋଇଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri