ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ କରିବା ପରିବର୍ତ୍ତେ ନିଜର ଶେଷ ରୀତିନୀତିକୁ ଇକୋ-ଫ୍ରେଣ୍ଡଲି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ତାଙ୍କ ମୃତ ଶରୀରର ‘ଆକ୍ୱାମେସନ୍‌’ କରାଯିବ। ଏହି ପ୍ରକ୍ରିୟାରେ ମୃତ ଶରୀରକୁ ନିଆଁ ବଦଳରେ ପାଣିରେ ପୋଡି ଦିଆଯାଏ।
‘ଆକ୍ୱାମେସନ୍‌’ ପ୍ରକ୍ରିୟାରେ ମୃତ ବ୍ୟକ୍ତିଙ୍କ ଶରୀରକୁ ଏକ ଉଚ୍ଚ ଚାପର ଧାତୁ ସିଲିଣ୍ଡର ଭିତରେ ଜଳ ଏବଂ କ୍ଷାରୀୟ ଉପାଦାନ (ପୋଟାସିୟମ ହାଇଡ୍ରକ୍ସାଇଡ)ର ଭିତରେ ରଖାଯାଇଥାଏ ଏବଂ ସିଲିଣ୍ଡରକୁ ପ୍ରାୟ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ୧୫୦ ଡିଗ୍ରୀ ତାପମାତ୍ରାରେ ଗରମ କରାଯାଏ । ଏହି ପ୍ରକ୍ରିୟାରେ ଶରୀର ସଂପୂର୍ଣ୍ଣ ତରଳ ପଦାର୍ଥରେ ପରିଣତ ହୁଏ ଏବଂ ପାତ୍ରରେ କେବଳ ହାଡ଼ ରହିଥାଏ। ହାଡଗୁଡିକ ଏକ ଗରମ ଚୁଲିରେ ଶୁଖାଯାଏ ଏବଂ ପରେ ସେଗୁଡିକ ପାଉଡରରେ ପରିଣତ କରାଯାଇ ସମ୍ପର୍କୀୟଙ୍କୁ ଦିଆଯାଏ । ବିଶେଷ କଥା ହେଉଛି ଏହି କୌଳ ଏବେ କେବଳ କିଛି ଦେଶରେ ବୈଧ। ଦକ୍ଷିଣ ଆଫ୍ରିକାରେ ଏହାକୁ ନେଇ କୌଣସି ନିୟମ ନାହିଁ।
ନୋବେଲ ଶାନ୍ତି ପୁରସ୍କାର ପାଇଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଆର୍କବିଶପ ଦେସମଣ୍ଡ ଟୁଟୁଙ୍କର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦର ବିରୋଧୀ ପ୍ରତୀକ ଭାବରେ ଜଣାଶୁଣା। କେବଳ ଏତିକି ନୁହେଁ, ଟୁଟୁକୁ ଦେଶର ନୈତିକ କମ୍ପାସ ମଧ୍ୟ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଛି ଭାରତ: ୟୁନେସ୍କୋ

ଜାତିସଂଘ,୬।୨: ଭାରତ ବାଳିକା ଶିକ୍ଷାକ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାରେ ସଫଳତା ହାସଲ କରିପାରିଛି। ଏହି କ୍ଷେତ୍ରରେ ଭାରତ ଯଥେଷ୍ଟ ଆଗୁଆ ରହିଛି ବୋଲି ୟୁନେସ୍କୋ...

ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ

କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି...

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ହାସଲ କରିବାକୁ ହେବ ବିଶ୍ୱାସ ମତ

କାଠମାଣ୍ଡୁ,୨୭ ।୨: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ମାର୍ଚ୍ଚ ୨୮ ସୁଦ୍ଧା ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କୁ ସଂସଦର ନିମ୍ନ ଗୃହ-ପ୍ରତିନିଧି ସଭାରେ...

ଆମେରିକାର ପ୍ରଥମ ମହିଳାଙ୍କ ହେବ କ୍ୟାନ୍‌ସର ସର୍ଜରି

ଓ୍ବାଶିଂଟନ,୫।୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ କ୍ୟାନ୍‌ସର ସର୍ଜରି ହେବ। ରାଷ୍ଟପତିଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା...

ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ...

ଦିଗହରା ଜୀବନ, ପ୍ରତି ସେକେଣ୍ଡରେ ଜଣେ ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…

କ୍ୱିଭ୍‌, ୧୫।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ ଏବେ ଧ୍ୱଂସସ୍ତୁପ ପାଲଟିଛି। ଜୀବନ ବିକଳରେ ଇତିମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଅନ୍ୟ...

ଭାରତ ଆମର ପ୍ରକୃତ ବନ୍ଧୁ: ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ

କଲମ୍ବୋ,୮।୩: ଗତ ବର୍ଷ ଶ୍ରୀଲଙ୍କା ପାଇଁ ସବୁଠାରୁ ଖରାପ ପର୍ଯ୍ୟାୟ ଥିଲା। ଆର୍ଥିକ ବିପର୍ଯ୍ୟୟ ଶ୍ରୀଲଙ୍କାର ମୂଳଦୁଆକୁ ଥରାଇ ଦେଇଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ...

ନିର୍ବାଚନ ଫଳାଫଳ ପରେ ପ୍ରଥମଥର ସାମ୍ନାକୁ ଆସିଲେ ଟ୍ରମ୍ପ

ୱାଶିଂଟନ,୧୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଥମଥର ପାଇଁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ର୍‌ମ୍ପ ସାମ୍ନାକୁ ଆସିଛନ୍ତି । ଏକ ଉଦ୍‌ବୋଧନରେ...

Advertisement
Archives

Model This Week