ଅନୁମୋଦନ ନା ଅନୁକମ୍ପା

ଯୋଡ଼ା,୪ା୪(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳ ତଥା ଚମ୍ପୁଆ ରେଞ୍ଜ ଅଧୀନରେ ଥିବା ଇଙ୍ଗାଣିଝରଣ ଖଣିରେ ବନାଞ୍ଚଳ ରାସ୍ତାରେ ଖଣିଜ ପରିବହନ ହେଉଛି। ଏ ନେଇ ଅଭିଯୋଗ ପରେ ବନ ବିଭାଗ ଉକ୍ତ ରାସ୍ତାକୁ ଖୋଳି ଦେଇଥିଲା। ମାତ୍ର କିଛି ଦିନ ପରେ ପୁଣି ଖାଲ ପୋତାଯାଇ ଖଣିଜ ପରିବହନ ହେଉଥିବା ଦେଖାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ୧୩ ନମ୍ବର ୱାର୍ଡ କାଉନ୍‌ସିଲର ଦୀପ୍ତିରଞ୍ଜନ ବେହେରା, ଖୁଣ୍ଟପାଣି ଅଞ୍ଚଳର ଚର୍ଚ୍ଚିଲ ମହାକୁଡ ତଥା ଗ୍ରାମବାସୀ ଲିଖିତ ଭାବେ ବନ ବିଭାଗକୁ ଅବଗତ କରିଥିବା ପ୍ରକାଶ କରିଛନ୍ତି। ଫରେଷ୍ଟ ରାଇଟ ଆକ୍ଟ (ଏଫ୍‌ଆରଏ୍‌)ଅନୁଯାୟୀ, ଗ୍ରାମସଭା କରା ନ ଯାଇ ଏହାକୁ ବିଧିବଦ୍ଧ ଭାବେ ଖଣିଜ ପରିବହନ ପାଇଁ କିପରି ଅନୁମତି ଦିଆ ଯାଇଛି, ଏହାର ତଦନ୍ତ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ଖଣି କମ୍ପାନୀ ଜଙ୍ଗଲ ଜମିରୁ ଗଛ କାଟି ରାସ୍ତା ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୧୫ ତାରିଖରେ ବନାଞ୍ଚଳରେ ଥିବା ରାସ୍ତାଟିକୁ ଯୋଡ଼ା ବନପାଳ ଖୋଳି ଦେଇ ପରିବହନ ବନ୍ଦ କରିଥିଲା। ତେବେ ପୁଣି କିଛି ଦିନ ବ୍ୟବଧାନରେ ଖାଲ ପୋତାଯାଇ ଉକ୍ତ ରାସ୍ତା ଦେଇ ଖଣିଜ ପରିବହନ ଆରମ୍ଭ ହୋଇଥିଲା। ହସ୍ତଗତ ହୋଇଥିବା କେନ୍ଦୁଝର ଡିଏଫ୍‌ଓଙ୍କ ଚିଠି (ସଂଖ୍ୟା ୨୪୦୫/୬ ଏଫ – ମାଇନିଂ -୫୩/୨୦୦୪/୧୯ ମାର୍ଚ୍ଚ ୨୦୨୪)ରେ ବି.ସି ଦେବ ଇଙ୍ଗାଣୀଝରଣ ଖଣିକୁ ବନାଞ୍ଚଳରେ ଥିବା ଗ୍ରାମ୍ୟ ରାସ୍ତାକୁ ବ୍ୟବହାର କରି ଖଣିଜ ପରିବହନ ପାଇଁ ଅନୁମୋଦନ ଦିଆଯାଇଛି। ଚିଠିରେ ଉଲ୍ଲେଖ ଅଛି ଯେ, ବୈତରଣୀ (କ) ଏବଂ (ଖ) ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୧.୭ କି.ମି. ରାସ୍ତା ରହିଛି। ଏହି ରାସ୍ତାକୁ ବ୍ୟବହାର କରିବା ପାଇଁ ଅସ୍ଥାୟୀ ଭାବେ ଅନୁମତି ଦିଆଯାଇଛି। ଏପରିକି ଏହାଦ୍ୱାରା ବନାଞ୍ଚଳରେ ଥିବା ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ଯେପରି ପ୍ରଭାବିତ ନ ହୁଅନ୍ତି, ଏଥିପ୍ରତି ଧ୍ୟାନ ଦେବାକୁ ଉଲ୍ଲେଖ ରହିଛି। ତେବେ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ରାସ୍ତା ଖୋଳାଯାଇଥିଲା, ପୁଣି ଡିଏଫଓଙ୍କ ନିର୍ଦ୍ଦେଶରେ ଏହାକୁ ପୋତି ଖଣିଜ ପରିବହନ ପାଇଁ ଅନୁମତି କିପରି ଦିଆଗଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ଏହି ଖଣିରେ ଗଚ୍ଛିତ ଖଣିଜକୁ ବିକ୍ରି କରି, ବେଆଇନ ଖଣି ଖନନରେ ହୋଇଥିବା ଜରିମାନା ଅର୍ଥକୁ ପୈଠ କରିବା ପାଇଁ ୨୦୨୩ ଫେବୃଆରୀ ୨୭ରେ ସୁପ୍ରିମକୋର୍ଟ ୨,୭୭,୯୭୯ ମେଟ୍ରିକ ଟନ୍‌ ବିକ୍ରି କରିବା ପାଇଁ କମ୍ପାନୀକୁ ଅନୁମତି ଦେଇଛନ୍ତି। ତେବେ ଅତୀତରେ ଖଣି ଚାଲୁଥିବା ସମୟରେ ଖଣିଜ ପରିବହନ ମୁଖ୍ୟତଃ ଯୋଡା ୱାର୍ଡ ନଂ. ୭ ବାଚୁହଟିଂ ସାଇ ମନ୍ଦିର ରାସ୍ତା ଦେଇ ପରିବହନ ହେଉଥିଲା। ଏବେ ବନାଞ୍ଚଳ ରାସ୍ତାରେ ବିପୁଳ ପରିମାଣର ଖଣିଜ ପରିବହନ ହେଲେ ଜୈବ ବିବିଧତା ଓ ବନ୍ୟପ୍ରାଣୀଙ୍କୁୁ ପ୍ରଭାବିତ କରିବ ବୋଲି ପରିବେଶବିତ୍‌ ମତ ପୋଷଣ କରିଛନ୍ତି। ବନାଞ୍ଚଳ ଦେଇ ଖଣିଜ ପରିବହନ ଅନୁମୋଦନକୁ ବନ ବିଭାଗର ଅନୁକମ୍ପା ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ କେନ୍ଦୁଝର ଡିଏଫ୍‌ଓଙ୍କ ସହ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରୀ-ଠିକାଦାରଙ୍କୁ ଏକାଠି ବସାଇ ବୁଝାମଣା ପ୍ରୟାସ: ୩ ଘଣ୍ଟା ପରେ ବି କେସ୍‌ ରୁଜୁ କରିନି ପୋଲିସ

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

ଲାଇଭ୍‌ ଇଭେଣ୍ଟରେ ଖସିପଡ଼ିଲା ମୃଣାଳଙ୍କ କାନ ଝୁମୁକା: ଆଉ ତା’ପରେ…ଦେଖନ୍ତୁ Video

ଅଭିନେତ୍ରୀ ମୃଣାଲ ଠାକୁର ରୂପରେ ଯେମିତି, ଅଭିନୟରେ ବି ସେମିତି ନିପୂଣ। ଖୁବ୍‌ କମ୍‌ ଦିନରେ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଛନ୍ତି। ସେ ଏବେ ବଲିଉଡ୍‌ର…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ

ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ…

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା, ଟଙ୍କା…

ଭୁବନେଶ୍ୱର,୨୧।୨: ଗତବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପଥ୍ବୀରଜ ହରିଚନ୍ଦନଙ୍କ…

ଯନ୍ତ୍ରୀ-ଠିକାଦାର ମୁହାଁମୁହିଁ: ଜାତିଆଣ ଟିପ୍ପଣୀ ଧମକ ଦେଇ…

ବଲାଙ୍ଗୀର,୨୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାସ୍ତା ଓ କୋଠା ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରମାନେ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ବିରୋଧରେ ଉଭୟ ପକ୍ଷ ଟାଉନ ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri