Posted inରାଜ୍ୟ

୮ ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ: ବିନିଯୋଗ ହେବ ୧୨୧୪ କୋଟି

ଭୁବନେଶ୍ୱର, ୧୩ା୩(ବ୍ୟୁରୋ): ଓଡିଶାରେ ବ୍ୟବସାୟ ଅନୁକୂଳ ବାତାବରଣ ଓ ସ୍ବଚ୍ଛ ବ୍ୟବସ୍ଥା ଯୋଗୁ ରାଜ୍ୟ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ସମର୍ଥ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ ଓ୍ବିଣ୍ଡୋ କମିଟି ବୈଠକରେ ୮ ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ମିଳିଛି। ଅନୁମୋଦନ ଲାଭ କରିଥିବା ଉକ୍ତ ୮ ପ୍ରକଳ୍ପରେ ସମୁଦାୟ ୧୨୧୪ କୋଟି ଟଙ୍କା ବିନିଯୋଗ ହେବା ସହ ୨୪୨୭ ବ୍ୟକ୍ତିଙ୍କ ଲାଗି ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ। ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସମ୍ପର୍କିତ ବିଷୟ ଉପସ୍ଥାପନ କରିଛନ୍ତି। ପ୍ରକଳ୍ପଗୁଡ଼ିକର ନୀତିଗତ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଏଥିପାଇଁ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେବା ସହ ଶିଳ୍ପ ପାଇଁ ଆବଶ୍ୟକ ପଡୁଥିବା ଜମି ଓ ଜଳର ସଠିକ ଆକଳନ ଏବଂ ଅଧିକ ନିଯୁକ୍ତିଭିତ୍ତିକ ଶିଳ୍ପଗୁଡିକୁ ଅଗ୍ରାଧିକାର ଦେବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମଧ୍ୟରେ ଏନର୍ଜି ମିନେରାଲସ୍‌ ପ୍ରାଇଭେଟ ଲିମିଟେଡ ୨୫୬ କୋଟି ଟଙ୍କା ବିନିଯୋଗରେ ଲୁହା ପଥର ବେନିଫିକେସନ ଓ ପେଲେଟ ପ୍ଲାଣ୍ଟ ପ୍ରକଳ୍ପ କରିବ ଏଥିରେ ୨୭୪ ଜଣ ନିଯୁକ୍ତି ସୁଯୋଗ ପାଇବେ। ସେହିପରି ଆଇ.ୟି.ସି ଲିମିଟେଡ ୫ ତାରକା ବିଶିଷ୍ଟ ହୋଟେଲ କରିବ ଏଥିରେ ୧୪୧.୧୪ କୋଟି ପୁଞ୍ଜି ବିନିଯୋଗ ହେବାକୁ ଥିବାବେଳେ ୧୨୦ ଜଣ ନିଯୁକ୍ତି ସୁଯୋଗ ପାଇବେ। ଫାଲକନ ରିଅଲ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଏକ ୫ ତାରକା ବିଶିଷ୍ଟ ହୋଟେଲ କରିବାକୁ ଥିବାବେଳେ ଏଥିଲାଗି ୧୨୦.୨୬ କୋଟି ଟଙ୍କା ବିନିଯୋଗ ହେବ ଏବଂ ୯୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ବ୍ରିଟାନିକା ଇଣ୍ଡଷ୍ଟ୍ରିଜ ଲିମିଟେଡ ଖୋର୍ଦ୍ଧାରେ ଥିବା ବିସ୍କୁଟ ଓ କେକ୍‌ ପ୍ରକଳ୍ପର ସମ୍ପ୍ରସାରଣ ଲାଗି ୯୩.୬୦ କୋଟି ଖର୍ଚ୍ଚ କରିବ ଏହାଦ୍ୱାରା ୩୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ। ଇନ୍ଦାଲକ୍‌ ସ୍ବିରିଟ୍‌ ପ୍ରାଇଭେଟ ଲିମିଟେଡ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ ପ୍ଲାଣ୍ଟ କରିବାକୁ ଥିବାବେଳେ ଏଥିଲାଗି ୨୦୪.୬୦ କୋଟି ଟଙ୍କା ଖର୍ଚ୍ଚ କରିବ ଏବଂ ଏହାଦ୍ୱାରା ୧୮୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମାସ୍‌ ସ୍ପିରିଟ୍‌ସ ପ୍ରାଇଭେଟ ଲିମିଟେଡ ମଧ୍ୟ ଏକ ଶସ୍ୟ ଭିତ୍ତିକ ଡିଷ୍ଟିଲାରୀ ଏବଂ ବଟଲିଂ କାରଖାନା ୨୦୪.୬୦ କୋଟି ଟଙ୍କା ବିନିଯୋଗରେ କରିବାକୁ ଥିବାବେଳେ ଏହାଦ୍ୱାରା ୧୮୫ଜଣଙ୍କୁ ନିଯୁକ୍ତି ମିଳିବ। ସର୍ବେଶ ରିଫାକ୍ଟୋରିଜ ପ୍ରାଇଭେଟ୍‌ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲାସ୍ଥିତ ରିଫ୍ରାକ୍ଟୋରୀ କାରଖାନାର ସମ୍ପ୍ରସାରଣ ୧୨୩.୨୫ କୋଟି ଟଙ୍କା ବିନିଯୋଗରେ କରିବ। ଏହାଦ୍ୱାରା ୨୯୯ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୁରବ ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ୍‌ ପଲି ପ୍ରପେଲିନ୍‌ କାରଖାନା କରିବାକୁ ଥିବାବେଳେ ଏଥିଲାଗି ୬୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହାଦ୍ୱାରା ୬୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri