ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନର ଆବଶ୍ୟକତା: ପ୍ରଶାନ୍ତ ଅଗ୍ରଓ୍ବାଲ

ଡିଜିଟାଲ ଯୁଗରେ ପ୍ରତି କ୍ଷେତ୍ରରେ ଡିଜିଟାଇଜେଶନର ପ୍ରଭାବ ରହିଛି। ଏବେ ସମସ୍ତ ବ୍ୟବସାୟ ଡିଜିଟାଇଜ୍‌ଡ ହୋଇଯାଇଥିବାରୁ କାମକୁ ସ୍ମାର୍ଟ ଉପାୟରେ କରିହେଉଛି। ବ୍ରଡ୍‌ବ୍ୟାଣ୍ଡ୍‌ ହେଉଛି ଡିଜିଟାଲ ୱାଲର୍‌ଡ ଅଧୀନ ଯୋଗାଯୋଗର ଏକ ମାଧ୍ୟମ। ବିଶ୍ୱ ଅଟକେ ନାହିଁ ବୋଲି କୋଭିଡ୍‌ ଆମକୁ ଶିକ୍ଷା ଦେଇଛି। କରୋନା କାଳରେ ବି ଅନେକେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରୁ କାମ କରୁଥିଲେ। ଏପରି କି ଛାତ୍ରୀଛାତ୍ରମାନେ ମଧ୍ୟ ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ। ତେଣୁ ଡିଜିଟାଲ ବ୍ରଡ୍‌ବ୍ୟାଣ୍ଡ୍‌ ବର୍ତ୍ତମାନ ସମୟର ଆବଶ୍ୟକତା। ଆମ ସ୍ମର୍ଟ ସିଟି ବି ଏହାର ଏକ ଅଂଶ। ସ୍ମାର୍ଟ ସିଟିରେ ଡିଜିଟାଲ ବ୍ରଣ୍ଡ୍‌ବ୍ୟାଣ୍ଡର ସୁଯୋଗ ସମ୍ପର୍କରେ ଧରିତ୍ରୀ ଆଗରେ ଏଭଳି ମତ ରଖନ୍ତି ଓ୍ବିଫି ଟେକ୍ନୋଲୋଜି ପ୍ରାଇଭେଟ ଲିଃ ସହପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ଅଗ୍ରଓ୍ବାଲ।

କନେକ୍ଟିଭିଟିର ବର୍ତ୍ତମାନ ସ୍ଥିତି କ’ଣ ଓ ଏହାକୁ ଆପଣ କିପରି ଦେଖୁଛନ୍ତି ?
ଆମ ଶିଳ୍ପରେ ଆମେ ସବୁବେଳେ ସୃଜନଶୀଳତାରେ ବିଶ୍ବାସ କରୁ। ନିଜକୁ ଯୁଗୋପଯୋଗୀ କରିବା ପାଇଁ ନୂଆ ନୂଆ ଜିନିଷକୁ ଗ୍ରହଣ କରୁ। ତେଣୁ ଆପଣ କହିପାରିବେ ଯେ ଆଜି ଓ ପ୍ରତିଦିନ ଆମ ଶିଳ୍ପ ସୃଜନଶୀଳ ଉପାୟରେ ସେବାର ମାନ ବଢ଼ାଇଚାଲିଛି। ୧୦-୧୨ ବର୍ଷ ପୂର୍ବରୁ ୨ ଏମ୍‌ବିପିଏସ୍‌ ସ୍ପିଡ୍‌ ଇଣ୍ଟରନେଟର ଦ୍ରୁତତମ ବେଗ ବୋଲି ଜଣାଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଗୋଟେ ସାଧାରଣ ଏଫ୍‌ଟିଟିଏଚ୍‌ କନେକ୍ସନ୍‌ ୧୦୦୦ ଏମ୍‌ବିପିଏସ୍‌ର ସ୍ପିଡ୍‌ ଦେଉଛି। ତେଣୁ ଆପଣ ଫରକ୍‌ ବୁଝିପାରୁଥିବେ ଏବଂ ଏ କ୍ଷେତ୍ରରେ କେତେ ଶୀଘ୍ର ପରିବର୍ତ୍ତନ ହେଉଛି ଜାଣି ପାରୁଥିବେ।

କାମ କରିବାବେଳେ କେଉଁ କେଉଁ ଚ୍ୟାଲେଞ୍ଜ ଆସିବ ବୋଲି ଭାବୁଛନ୍ତି ?
ଯେମିତିକି ମୁଁ କହିଲି ଆମ ଶିଳ୍ପ ବହୁତ ଶୀଘ୍ର ଅଗ୍ରଗତି କରୁଛି। ଏଥିରେ ପ୍ରତିଦିନ ନୂଆ ନୂଆ ପ୍ରଯୁକ୍ତିର ଉତ୍ପାଦ ବଜାରକୁ ଆସୁଛି। ତେଣୁ ପୁରୁଣା ପ୍ରଯୁକ୍ତି ଖୁବ୍‌ ଶୀଘ୍ର ଆଉଟ୍‌ଡେଟେଡ୍‌ ହୋଇଯାଉଛି। ଫଳରେ ପୁରୁଣା ପ୍ରଯୁକ୍ତି ଲାଗି ହୋଇଥିବା ନିବେଶ ମଧ୍ୟ ଶୂନ ହୋଇଯାଉଛି।

ଆପଣଙ୍କ ଯୋଜନା କ’ଣ ?
ଆମର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଉଚ୍ଚମାନର ଭରସାଯୋଗ୍ୟ ଇଣ୍ଟରନେଟ୍‌ ସେବା ଯୋଗାଇବା। ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିଛୁ। ଆମେ ପ୍ରଥମ ଥର ପାଇଁ ଗିଗା ଫାଇଭର କନ୍‌ସେପ୍ଟ ସହ ଓଡ଼ିଶାକୁ ଆସିଥିଲୁ ଏବଂ ଭୁବନେଶ୍ବରକୁ ରାଜ୍ୟର ପ୍ରଥମ ଗିଗା ସିଟିରେ ପରିଣତ କରିଥିଲୁ।

ଇଣ୍ଟରନେଟ ବ୍ୟବହାର ବଢ଼ିଛି। ଏହାକୁ ଦେଖି ଭାରତୀୟମାନେ ଆଇଏସ୍‌ପି ଏବଂ ଇଣ୍ଟରନେଟ୍‌ ଏକ୍ସଚେଞ୍ଜଗୁଡ଼ିକ ଲାଗି କେତେ ପ୍ରସ୍ତୁତ?
ମହାମାରୀ ବେଳେ ସମସ୍ତେ ଘରେ ବନ୍ଦହୋଇ ରହିଲେ। ବାହାର ବିଷୟରେ ଜାଣିବା ଲାଗି ଏକମାତ୍ର ଉପାୟ ଥିଲା ଇଣ୍ଟରନେଟ୍‌। କିନ୍ତୁ ସେହି ସମୟରେ କର୍ପୋରେଟ୍‌ ଜଗତ ବନ୍ଦ ଥିଲା। ଗୋଟିଏ ପଟେ ଚାହିଦା ବଢ଼ିଚାଲିଲା ଓ ଅନ୍ୟପଟେ କର୍ପୋରେଟ୍‌ ଇଣ୍ଟରନେଟ୍‌ ବ୍ୟବହାର କମିଥିଲା। କିନ୍ତୁ ମୋଟାମୋଟି ଚାହିଦା ଓ ବ୍ୟବହାର ବହୁତ ବଢ଼ିଯାଇଛି। ମୋ ଦୃଷ୍ଟିରେ ଏବେ ଇଣ୍ଟରନେଟ୍‌ ପାଇପ୍‌ରେ ଉଚ୍ଚ ଡାଟା ଟ୍ରାଫିକକୁ ପରିଚାଳନା କରିବା ଏକ ଚ୍ୟାଲେଞ୍ଜ। କିନ୍ତୁ ବର୍ତ୍ତମାନ ବିସ୍ଫୋରଣ ଭଳି ସ୍ଥିତି ଆସିନାହିଁ। ତେଣୁ ମୁଁ ଭାବୁଛି ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି।

ମହାମାରୀ ଆମକୁ କି ଶିକ୍ଷା ଦେଇଛି?
ମୁଁ ଭାବୁଛି ମହାମାରୀରେ ଆମେ ଜୀବନରେ କିଛି ନୂଆ ଶିଖିଲେ। ହୁଏତ ତାହା ଜୀବନ କିମ୍ବା ବ୍ୟବସାୟକୁ ଦେଖିବାର ନୂଆ ଦୃଷ୍ଟିଭଙ୍ଗୀ ହୋଇପାରେ। ମହାମାରୀ ସମସ୍ତଙ୍କ ଜୀବନର ଏକ କଠିନ ସମୟ ହୋଇଥିବା ସତ୍ତ୍ବେ ଏହା ଆମକୁ ଅନେକ ଶିକ୍ଷା ଦେଇଛି। ପ୍ରକୃତି ଆଗରେ ଆମ ଅସ୍ତିତ୍ୱ କିଛି ନୁହେଁ। ତେଣୁ ପ୍ରକୃତି ଓ ପରିବେଶକୁ ରକ୍ଷା କରନ୍ତୁ ଓ ଜୀବନ ବଞ୍ଚାନ୍ତୁ।
ପରେ ଭାରତୀୟ ଅର୍ଥନୀତି ଓ ବ୍ୟବସାୟ ଜଗତର ପୁନରୁଦ୍ଧାର ?

ଆପଣ ଦେଖୁଛନ୍ତି ଯେ ଭାରତୀୟ ଅର୍ଥନୀତି ଟ୍ରାକ୍‌କୁ ଫେରିଛି। ଷ୍ଟକ୍‌ ବଜାର ନୂଆ ଶିଖରକୁ ଛୁଉଁଛି। ତେଣୁ ଆମେ ଠିକ୍‌ ବାଟରେ ଯାଉଛେ। ମହାମାରୀ ସମୟରେ ଉପଯୁକ୍ତ ପଦକ୍ଷେପ ନେଇଥିବାରୁ ସରକାରଙ୍କୁ ଅଶେଷ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri