ନିଯୁକ୍ତିର ମରୀଚିକା

ପଯୁକ୍ତ ଜୀବିକା ଓ କର୍ମନିଯୁକ୍ତି ପ୍ରତ୍ୟେକ ମନୁଷ୍ୟକୁ ବିକାଶ ଦିଗକୁ ଟାଣି ନେଇଥାଏ। ନିଯୁକ୍ତି ଦେଇଥାଏ ନୂଆ ଆଶାର ଆଲୋକ, ଯାହା ଫଳରେ ବ୍ୟକ୍ତିଟିଏ ନିଜ ପରିବାରର ଭରଣପୋଷଣ କରିବାରେ ସକ୍ଷମ ହୋଇଥାଏ। ସମାଜରେ ବଞ୍ଚତ୍ବା ପାଇଁ ହେଲେ ସମସ୍ତଙ୍କର ଆବଶ୍ୟକତା ଥାଏ କର୍ମନିଯୁକ୍ତି, ଯେଉଁଥିରୁ ମିଳୁଥିବା ପାରିଶ୍ରମିକରେ ସେ ନାନା ପ୍ରକାର ଦାୟିତ୍ୱ ବହନ କରିଥାଏ। ପ୍ରତ୍ୟେକ ପରିବାର, ଯାହାର ଗୋଟେ କିମ୍ବା ଦୁଇଟି ପୁଅ କିମ୍ବା ଝିଅ ଥାଏ, ତା’ଠାରୁ ତା’ର ମା’ବାପା ବୃଦ୍ଧ ବୟସରେ କର୍ମ ନିଯୁକ୍ତିର ଆଶା ରଖିଥାଆନ୍ତି। ଏମିତି ଅନେକ ପରିବାରର ପିଲା କର୍ମନିଯୁକ୍ତି ଆଶାରେ ଦିନ ମଜୁରିଆ ରୂପେ ବାହାରେ ଖଟି ପରିବାରର ଭାର ବହନ କରିଥାନ୍ତି। ଉପଯୁକ୍ତ ସରକାରୀ ନିଯୁକ୍ତି ପାଇ ନ ପାରି ଯୌବନ ଅବସ୍ଥାରେ ଭାରାକ୍ରାନ୍ତ ହୋଇ ପଡ଼ନ୍ତି। ନିଯୁକ୍ତିକୁ ଚାହିଁ ଚାହିଁ ଝିଅଟିଏର ବୟସ ଯଦି ୨୧ ବର୍ଷ ଛୁଇଁଯାଏ ଓ ଯଦି ସେ କୌଣସି ନିଯୁକ୍ତି ନ ପାଇଥାଏ, ତାକୁ ବିବାହ ବନ୍ଧନରେ ଛନ୍ଦି ଦବାରେ ମା’ବାପା ଲାଗିପଡ଼ନ୍ତି। ଓଡ଼ିଶାରେ ନିଯୁକ୍ତି ଉପଯୁକ୍ତ ଭାବରେ ନ ବାହାରୁ ଥିବାରୁ ବେରୋଜଗାରି ଓ ବେକାରି ସମସ୍ୟା ବଢ଼ି ଚାଲିଛି। ରାଜ୍ୟରେ ମୋଟ ୧୧ ଲକ୍ଷ ୯୭ ହଜାର ୪୯୭ ଜଣ ବେରୋଜଗାରୀ ଯୁବତୀ ଯୁବକ ନାମ ପଞ୍ଜୀକରଣ କରିଛନ୍ତି। ଏହି ସଂଖ୍ୟା ଗତ ୫ ବର୍ଷରେ ୩ ଲକ୍ଷ ୧୩ ହଜାର ୮୫୮କୁ ବଢ଼ିଛି। ଏହି ତଥ୍ୟ ବିଧାନସଭାରେ ସରକାର ଉପସ୍ଥାପନ କରିଛନ୍ତି।
ନିଯୁକ୍ତି କ୍ଷେତ୍ରରେ ଅଧିକ ପଦବୀ ଖାଲି ପଡ଼ିଥିବା ସତ୍ତ୍ବେ କମ୍‌ ସଂଖ୍ୟକ ପଦବୀ ବାହାର କରି ସରକାରଗୁଡ଼ିକ ଯୁବତୀ ଯୁବକମାନଙ୍କୁ ହତୋତ୍ସାହିତ କରି ଦେଉଛନ୍ତି। କମ୍‌ ସଂଖ୍ୟକ ପଦବୀକୁ ମାତ୍ରାଧିକ ଯୁବତୀ ଯୁବକଙ୍କ ସଂଖ୍ୟା ଯୋଗୁ ଚାକିରି ପ୍ରାପ୍ତ କରିବା ଏବେ କଷ୍ଟକର ବିଷୟ ପାଲଟିଛି। ବିଭିନ୍ନ ବିଭାଗରେ ଦୁଇ ଲକ୍ଷରୁ ଅଧିକ ପଦବୀ ଖାଲିପଡ଼ିଛି। ନିଯୁକ୍ତିକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଧାନସଭାରେ ସରକାର ଦର୍ଶାଇଥିଲେ ଯେ, ନାନା ସଂଖ୍ୟକ ପଦବୀ ଖାଲିପଡ଼ିଛି; କିନ୍ତୁ ତାହା ପୂରଣ କରିବା ଉଦ୍ୟମର ଅଭାବ ଦେଖାଦେଇଛି। ରାଜ୍ୟର ପ୍ରଶାସନିକ ସେବା କ୍ଷେତ୍ରରେ ଖାଲିପଡ଼ିଛି ବହୁ ପଦବୀ ଯଥା: ୬୭ ଆଇଏଏସ୍‌, ୬୯ ଆଇପିଏସ୍‌, ୨୫୩ ଓଏଏସ୍‌, ୨୭୪ ଓଡ଼ିଶା ଅର୍ଥ ସେବା, ୬୧୧ ଓଡ଼ିଶା ବନ ସେବା, ୨୬୩ ଓଡ଼ିଶା ରାଜସ୍ବ ସେବା।
ଯୁବକ ଓ ଯୁବତୀମାନଙ୍କ ମନରେ ନିଯୁକ୍ତି ପାଇବାର ଆଶା କିଛିକ୍ଷଣ ପାଇ ଉଇଁ ଉଠୁଛି, ଉପଯୁକ୍ତ ପଦବୀ ପୂରଣ ନ ହେଉଥିବାରୁ ତାହା ମଉଳି ଯାଉଛି। ଓଡ଼ିଶା ପୋଲିସ ସର୍ଭିସର ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୨୦୧୬ରେ ୧୪ ପଦବୀ, ୨୦୧୭ରେ ୯, ୨୦୧୮ରେ ୧୫, ୨୦୧୯ରେ ୭, ୨୦୨୦ ଓ ୨୦୨୧ ମସିହାରେ ଏହାର ସଂଖ୍ୟା ୬ ଥିଲା। ୨୦୨୩ରେ ମଧ୍ୟ ସେହି ସଂଖ୍ୟା ୬ ଥିଲା। କ୍ରମେ ଏହାର ପଦବୀ ୨୦୨୨ ମସିହାରେ ଶୂନ୍ୟ(୦) ଥିଲା ଏବଂ ୨୦୨୪ରେ ବି ଶୂନ୍ୟ(୦) ଅଛି। ଏତେ କମ୍‌ ଓଡ଼ିଶା ପୋଲିସ ସେବା ପଦବୀର ବିଜ୍ଞପ୍ତି ହବାର କାରଣ କ’ଣ । ଓଡ଼ିଶାରେ ସରକାରୀ ଚାକିରି ପରୀକ୍ଷା ନିମନ୍ତେ ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ କରୁଥିବା ଯୁବକ ଓ ଯୁବତୀମାନେ ପଦବୀ ସଂଖ୍ୟା କମ୍‌ ହୋଇଥିବା ଯୋଗୁ ହତାଶ ହୋଇଯାଉଛନ୍ତି। ଓଡ଼ିଶାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଜିଲା ପାଠାଗାର, ଉପଖଣ୍ଡ ପାଠାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଗ୍ରନ୍ଥାଗାର ପଦବୀ ମଧ୍ୟ ବହୁତ ବର୍ଷ ହେଲା ଖାଲିପଡ଼ିଛି ତାହା ମଧ୍ୟ ପୂରଣ କରିବାର ନା ଧରୁନାହାନ୍ତି। ସରକାର ମାଗଣା ବାଣ୍ଟିବା ବଦଳରେ କର୍ମ ନିଯୁକ୍ତି ଦିଅନ୍ତେ ସେଟା ସବୁଠାରୁ ଭଲହୁଅନ୍ତା। ନିଯୁକ୍ତି ଆଶାରେ ଯୁବତୀ ଯୁବକମାନେ ବି ଏ, ବି.ଏସ୍‌.ସି, ଏମ୍‌ଏ, ଗ୍ରନ୍ଥାଗାର ସୂଚନା ବିଜ୍ଞାନରେ ସ୍ନାତକୋତ୍ତର ହୋଇ ମଧ୍ୟ ଅଧିକ ପଦବୀ ନ ବାହାରୁ ଥିବାରୁ କିମ୍ବା ପଦବୀ ଖାଲି ପଡ଼ୁଥିବାରୁ ସେମାନେ ନିଯୁକ୍ତି ପାଇ ପାରୁନାହାନ୍ତି । କିନ୍ତୁ ସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କିନ୍ତୁ ଏପର୍ଯ୍ୟନ୍ତ ସେମିତି କିଛି ପଦକ୍ଷେପ ନେଇନାହାନ୍ତି। ତେଣୁ ପଦବୀ ପୂରଣ ହବ କି ନାହିଁ ଆଉ ଭରସା କରିପାରିନାହାନ୍ତି।
ନିଯୁକ୍ତିର ଅଭାବ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଶିକ୍ଷା ଓ ଦକ୍ଷତାର ଅପଚୟ ଘଟୁଛି। ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଠିକ୍‌ ସମୟରେ ନିଯୁକ୍ତି ନ ପାଇ ଯୁବକ ଓ ଯୁବତୀମାନଙ୍କର ବୟସ ସୀମା ବଢ଼ିବା ସହିତ ସେମାନେ କେତେକ ପଦବୀରେ ଆବେଦନ କରିବାକୁ ସକ୍ଷମ ହୋଇ ପାରୁନାହାନ୍ତି। ଅନ୍ୟ ରାଜ୍ୟମାନଙ୍କ ପରି ଓଡ଼ିଶାରେ ସରକାରୀ ଚାକିରି ଆବେଦନ କରିବାର ବୟସ ସୀମା ୪୩ ବର୍ଷକୁ ବୃଦ୍ଧି କରିବାରେ ଅସମର୍ଥ। ଯଦି ଭିତ୍ତିଭୂମି ସୁଦୃଢ଼ ନ ରହିଲେ ସୁନ୍ଦର ଘରଟିଏ କେମିତି ଗଢ଼ିଉଠିବ? ଯଦି ସରକାର ଅସଂଖ୍ୟ ଯୁବତୀ ଯୁବକମାନଙ୍କ ଡାକରା ନ ଶୁଣିବେ, ତେବେ କିଏ ଶୁଣିବ? ଏ ଡାକରା କେବେ ସରକାରଙ୍କ କର୍ଣ୍ଣପାତ ହବ ଓ ଉପଯୁକ୍ତ ନିଯୁକ୍ତି ବାହାରିବା ସହିତ ମାତ୍ରାଧିକ ଖାଲିଥିବା ପଦବୀଗୁଡ଼ିକ ମଧ୍ୟ ପୂରଣ ହେବ। ”ଧୁଆ ମୂଳା ଅଧୁଆ ମୂଳା ସମାନ“ ଅର୍ଥାତ୍‌ ଯେଉଁଠି ଭଲ ମନ୍ଦ ଉତ୍କୃଷ୍ଟ ନିକୃଷ୍ଟ ବିଚାର ହୁଏ ନାହିଁ । ଓଡ଼ିଶାରେ ବାରମ୍ବାର ଏହିପରି ପରିସ୍ଥିତି ଉପୁଜି ଚାଲିଛି। ଆମ ରାଜ୍ୟ ସରକାର ବହୁତ କମ ପରିମାଣର ନିଯୁକ୍ତି ସୃଷ୍ଟି କରିବା ଓ ଆମ ରାଜ୍ୟର (public sector undertaking) କମ୍ପାନୀମାନଙ୍କରେ ୨୦,୦୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲିପଡ଼ିଛି, କିନ୍ତୁ ବିଗତ ରାଜ୍ୟ ସରକାର ତାକୁ ପୂରଣ କରିବାକୁ ଇଚ୍ଛା ପ୍ରକାଶ କରିନଥିଲେ ଆଉ ଉପସ୍ଥିତ ସରକାର କ’ଣ କରୁଛନ୍ତି ସେଟା ଦେଖିବା ବାକି ରହିଲା।
ମୋ: ୯୭୭୬୮୪୨୬୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri