ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ମଧ୍ୟ ରାଜ୍ୟର ଅନ୍ୟ ଜିଲାଠାରୁ ଅଧିକ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ ତ ଆଉ କେବେ ରୋଗପୋକ ଉପଦ୍ରବ ଯୋଗୁ ଜିଲାର ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଛି। କେବଳ ସେତିକି ନୁହେଁ, ଜିଲାରେ ଫସଲ ଉପତ୍ାଦନ ଭଲ ହୋଇଥିଲେ ବିକ୍ରି ସମସ୍ୟା ଚାଷୀମାନଙ୍କୁ ଅଡୁଆ ସାଜିଛି। ବର୍ତ୍ତମାନ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନୁରୂପ ସମସ୍ୟା ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଜିଲାର ଚାଷୀମାନେ ମାସେ ପୂର୍ବରୁ ଧାନ ଅମଳ କରି ସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଅମଳ ଧାନ ବିକ୍ରି କରି ପାରି ନ ଥିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାୟ ଏକ ମାସ ବିଳମ୍ବରେ ମଣ୍ଡି ଖୋଲି ଥିଲେ ହେଁ ଜିଲାର ଅଧିକାଂଶ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳି ନାହିଁ। ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀଙ୍କୁ ଧାନବିକ୍ରି ତାରିଖ ବିଳମ୍ବିତ ରହିଛି। ସେହିପରି ଟୋକନ ଆଧାରରେ ମଣ୍ଡିକୁ ଧାନ ନେଉଥିଲେ ସୁଦ୍ଧା ତାହା ବିକ୍ରି ହେଉ ନାହିଁ ଏବଂ ଯେଉଁ ଚାଷୀଙ୍କ ଧାନ ବିକ୍ରି ହୋଇ ସାରଛି, ସେମାନଙ୍କୁ ଏପର୍ଯ୍ୟନ୍ତ ବିକ୍ରିଧାନର ପ୍ରାପ୍ୟରାଶି ମିଳି ପାରି ନ ଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲାର ବରଗଁା ସମେତ ଅନେକ ଧାନମଣ୍ଡି ଉପରେ ନିର୍ଭରଶୀଳ ଚାଷୀଙ୍କ କ୍ଷେତ୍ରରେ ଅନୁରୂପ ସମସ୍ୟା ଲାଗି ରହିଛି ଏବଂ ଜିଲାରେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି।
ସୋମବାର ବରଗଁା ଅଞ୍ଚଳର ଚାଷୀମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଅନୁରୂପ ଅଭିଯୋଗ କରିଥିଲେ। ସେମାନଙ୍କ ସମସ୍ୟା ନେଇ ଜିଲାପାଳ ଗୋୟଲଙ୍କୁ ସେମାନେ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ବରଗାଁ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରେ ଚାଷୀମାନେ ଏପର୍ଯ୍ୟନ୍ତ ପ୍ରାୟ ୧୦ହଜାର କୁଇଣ୍ଟାଲ ଧାନ ଗଚ୍ଛିତ ରଖିଛନ୍ତି। ଆହୁରି ଅନେକ ଚାଷୀ ସ୍ଥାନାଭାବରୁ ମଣ୍ଡିକୁ ଧାନ ଆଣି ପାରୁ ନାହାନ୍ତି। ଚାଷୀଙ୍କ କ୍ଷେତ, ଖଳାରେ ତାହା ପଡ଼ି ରହିଛି। ତେବେ ଏହି ଧାନକ୍ରୟ କେନ୍ଦ୍ରରେ ଧାନବିକ୍ରି ପାଇଁ ୪୮୪ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ୭୨ଜଣଙ୍କ ପାଖକୁ କେବଳ ୨୫୦୦କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ଆସିଛି। ହେଲେ ଧାନବିକ୍ରି ସମସ୍ୟା ଏହି ମଣ୍ଡିରେ ଲାଗି ରହିଛି। ଉକ୍ତ ମଣ୍ଡିରେ ଧାନବିକ୍ରି ଲକ୍ଷ୍ୟ ୪୦ହଜାର କୁଇଣ୍ଟାଲ ରହିଛି। କିନ୍ତୁ ଏତେଦିନ ଧରି ଏଠାରେ ଧାନ କିଣାବିକାରେ ଅଚଳାବସ୍ଥା ଲାଗି ରହିଥିବାରୁ ତୁରନ୍ତ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସ୍ମାରକପତ୍ରରେ ବରଗାଁ ସରପଞ୍ଚ ଋଷଭ ସେଟ୍‌ଙ୍କ ସମେତ ଧୀରେନ୍ଦ୍ର ଖମାରୀ, ଠିକାଦାର ଭୋଇ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।
ସେହିପରି କଟାପାଲି ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥାକୁ ନେଇ ଧାନକ୍ରୟ କେନ୍ଦ୍ରରେ ସୋମବାର ଚାଷୀଙ୍କ ଏକ ବୈଠକ ବସିଥିଲା। ଗତମାସ ୨୮ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଉକ୍ତ ଧାନ କ୍ରୟକେନ୍ଦ୍ରରୁ ଗୋଟିଏ ବସ୍ତା ଧାନବିକ୍ରି ନ ହେବାକୁ ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ବୈଠକକୁ ଜିଲା ଯୋଗାଣ କାର୍ଯ୍ୟାଳୟର କର୍ମଚାରୀ କବିରାଜ ଧରୁଆ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ତେବେ ମଙ୍ଗଳବାର ସୁଦ୍ଧା ଉକ୍ତ ମଣ୍ଡିରେ ଧାନ କିଣାବିକା ସ୍ବାଭାବିକ ନ ହେଲେ ଚାଷୀମାନେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ଏହାପରେ ମଙ୍ଗଳବାରରୁ ଉକ୍ତ ମଣ୍ଡିରୁ ଧାନକିଣା ଆରମ୍ଭ ହେବ ବୋଲି ଧରୁଆ କହିଥିଲେ। ମାତ୍ର ଏହି ପ୍ରତିଶ୍ରୁତିର ଖିଲାପ ହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀମାନେ ରୋକଠୋକ୍‌ ଶୁଣାଇ ଦେଇଥିଲେ। ବୈଠକରେ ଚାଷୀ ବୃନ୍ଦାବନ ଭୋଇ, କିଶୋର ପ୍ରଧାନ, ଭଲ ସାହୁ, ମହେନ୍ଦ୍ର ପ୍ରଧାନ, ସୁଦୀପ୍ତ ଦାସ, ଦଶରଥ ସେଠ, ବୀରବର ମଲ୍ଲିକ, ସଫେଦ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ଅଭିଯୁକ୍ତ

ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍‌ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା…

ଇରାକ୍‌ରେ ଖସିଲା ଆମେରିକା ବିମାନ: ୪ ମୃତ

ଦୁବାଇ,୧୪ା୩: ଇରାନ୍‌ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍‌ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା…

ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ

ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ…

ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ

ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ…

ଏଲ୍‌ପିଜି ଅପେକ୍ଷାରେ ହୃଦ୍‌ଘାତ, ବୃଦ୍ଧ ମୃତ

ଚଣ୍ଡିଗଡ଼,୧୪ା୩: ଇରାନ ଯୁଦ୍ଧକୁ ନେଇ ରନ୍ଧନ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏଲ୍‌ପିଜି ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଶୁକ୍ରବାର…

ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍‌ ଓ୍ବେଭ୍‌ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍‌ ଓ୍ବେଭ୍‌ ଜାରି…

ଏଲ୍‌ପିଜି ସଙ୍କଟ: ପାର୍ଲାମେଣ୍ଟରେ ବିକ୍ଷୋଭ

ନୂଆଦିଲ୍ଲୀ,୧୪ା୩: ଏଲ୍‌ପିଜି ସଙ୍କଟକୁ ନେଇ ବିରୋଧୀ ଏମ୍‌ପିମାନେ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri