ପୁରୀ,୨୫।୬(ଅଜିତ୍ ମହାନ୍ତି)ଅନଲାଇନ୍ ଆପ୍ ‘ଉତ୍ସବ’ରେ ଶ୍ରୀମନ୍ଦିର ନଁାରେ ଠକେଇ ହେଉଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ମହାପ୍ରଭୁଙ୍କ ନଁାରେ ବିଭିନ୍ନ ପ୍ରକାର ପୂଜା ଏବଂ ଭୋଗ ପ୍ରଦାନ କରିବା ନଁାରେ ସମ୍ପୃକ୍ତ ସଂସ୍ଥା ଭକ୍ତଙ୍କୁ ଭୂଆଁ ବୁଲାଇ ବିଭିନ୍ନ ଉପାୟରେ ଟଙ୍କା ଆଦାୟ କରୁଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏ ସଂକ୍ରାନ୍ତରେ ଚିଠି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଉକ୍ତ ଫ୍ରଡ୍ ଆପ୍ ବିଷୟରେ ସୂଚନା ନେବାକୁ ଚିଠି କରିଥିଲା ପୋଲିସ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଏ ନେଇ ଅଭିଯୋଗ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଆପ୍ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ। ଯଦି ଏହି ଆପ୍ ଫ୍ରଡ୍ ହୋଇଥାଏ, ତାହା ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୂଚନା ଦିଆଯିବା ସହ ଉକ୍ତ ଆପର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯିବ। ଯେତେବେଳେ ବି ଏପରି ଘଟଣା ଦୃଷ୍ଟିକୁ ଆସିବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସନ ଦାସ କହିଛନ୍ତି। ଅନ୍ୟପଟେ ଶନିବାର ରାତିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ଭୋଗ ଲଗାଇବା ଏବଂ ପୂଜା କରିବା ପାଇଁ ଭକ୍ତଙ୍କଠାରୁ ଟଙ୍କା ନିଆଯାଇଥିବା ନେଇ ଅନଲାଇନର ଉତ୍ସବ ଆପ୍ରେ ଦେଖିବାକୁ ମିଳିଥିଲା। ଆପ୍ରେ ଦର୍ଶାଯାଇଛି କି ଘରେ ବସି ମହାପ୍ରଭୁଙ୍କ ଭୋଗ ପାଇବା ସହ ପୂଜା କରିପାରିବ। ଦେଶରେ ଯେକୌଣସି ସ୍ଥାନରୁ ଭକ୍ତ ଏହି ଆପ ସାହାଯ୍ୟରେ ଟଙ୍କା ପଇଠ କରି ମହାପ୍ରଭୁଙ୍କ ଭୋଗ ପାଇବା ସହ ପୂଜା କରିପାରିବ। ବୁକିଂ ପରେ ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବ ବୋଲି ମଧ୍ୟ ଅଫର ଦିଆଯାଇଥିଲା। ଅପରପକ୍ଷେ ଦର୍ଶାଯାଇଛି ବିଭିନ୍ନ ପୂଜା ପାଇଁ ଭିନ୍ନ ଭିନ୍ନ ମୂଲ୍ୟ ରହିଛି। ତେବେ ଏହି ଅନ୍ଲାଇନରେ ବିଜ୍ଞାପନ ଦିଆଯାଇ ଭକ୍ତଙ୍କ ଭାବନା ସହ ଖେଳ ଖେଲାଯାଉଛି, ଯାହାକୁ ଜଗନ୍ନାଥ ପ୍ରେମୀମାନେ ଗ୍ରହଣ କରି ପାରୁନାହାନନ୍ତି। ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ସେହିଭଳି ପରିବାର ପାଇଁ ପୂଜା କରିବା ପାଇଁ ୨୪୦୧ ଟଙ୍କା , ଶ୍ରୀମନ୍ଦିରରେ ବାନା ବାନ୍ଧିବା ପାଇଁ ୨୧୫୧ ଟଙ୍କା ଏବଂ ମହାପ୍ରଭୁଙ୍କ ମସ୍ତକରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି ମଧ୍ୟ କୁହାଯାଇଛି। ହେଲେ ଶ୍ରୀମନ୍ଦିରରେ ଏଭଳି କୌଣସି ନୀତି ନାହିଁ। ଏହିପରି ୯ଟି ବିଭାଗରେ ପୂଜା ପାଇଁ ଏପରି ଠକାମି କରି ଭକ୍ତଙ୍କଠାରୁ ଟଙ୍କା ଆଦାୟ କରାଯାଉଛି ବୋଲି ଜାଣିବା ପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।
କାର-ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା…
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…
ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…
ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?
ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
Archives

