ସଂଶୋଧନ ହେଲା ଆପାର୍ଟମେଣ୍ଟ ମାଲିକାନା ଆଇନ

ଭୁବନେଶ୍ୱର,୪ା୩(ଅନିଲ ଦାସ): ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ଆଇନ-୨୦୨୩ରେ ସଂଶୋଧନ କରିଛନ୍ତି। ଏଣିକି ବାସଗୃହ ପ୍ରକଳ୍ପର କମନ ଏରିଆ(ସର୍ବସାଧାରଣ ଅଞ୍ଚଳ) ରକ୍ଷଣାବେକ୍ଷଣ ପାଇଁ ଆପାର୍ଟମେଣ୍ଟ ମାଲିକମାନଙ୍କୁ ନିଜ ଏରିଆ ଅନୁସାରେ ଖର୍ଚ୍ଚ (ମେଣ୍ଟେନାନ୍ସ ଚାର୍ଜ) ଦେବାକୁ ପଡ଼ିବ। ଅର୍ଥାତ୍‌ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଦେବେ। ୨୦୨୩ ଜୁନ୍‌ରେ ରାଜ୍ୟରେ ପ୍ରଚଳନ ହୋଇଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନରେ ସମସ୍ତ ବାସଗୃହ କ୍ରେତାଙ୍କୁ ସମାନ ପରିମାଣର ମେଣ୍ଟେନାନ୍ସ ଦେୟ ଦେବାର ବ୍ୟବସ୍ଥା ଥିଲା। ଏନେଇ ଆପତ୍ତି ହେବାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଏହି ଆଇନରେ ସଂଶୋଧନ କରିଛି। ଆଇନ ଲାଗୁ ପୂର୍ବରୁ କେତେକ ଆପାର୍ଟମେଣ୍ଟ ନିର୍ମାତା ଗୋଟିଏ କମନ ଏରିଆରେ ଏକାଧିକ ବାସଗୃହ ପ୍ରକଳ୍ପ ତିଆରି କରିଛନ୍ତି। ଏଭଳି କ୍ଷେତ୍ରରେ ସବୁ ପ୍ରକଳ୍ପ ପାଇଁ ଅଲଗା ଅଲଗା ଆସୋସିଏଶନ(ସଂଘ) କରି କମନ ଏରିଆ ଭାଗ କରିବା ସମ୍ଭବ ହେଉ ନାହିଁ। ସମସ୍ତ ପ୍ରକଳ୍ପ ପାଇଁ ଗୋଟିଏ ମାତ୍ର ଆସୋସିଏଶନ କରିବାକୁ ଉକ୍ତ ଆଇନରେ ପରିବର୍ତ୍ତନ ଅଣାଯାଇଛି।
ସେହିପରି ଆପାର୍ଟମେଣ୍ଟ ଆଇନରେ ‘ପରିବାର’ ଶବ୍ଦର ସଂଜ୍ଞା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏଥିରେ ପରିବାର ଅର୍ଥ ସ୍ତ୍ରୀ-ସ୍ବାମୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ଝିଅ ଓ ପୁଅ ବୋଲି ଅଭିହିତ କରାଯାଇଛି। ଏଣିକି ଯଦି କୌଣସି ପରିବାରର ରୋଜଗାରିଆ ଝିଅ କିମ୍ବା ପୁଅ ସମାନ ପ୍ରକଳ୍ପରେ ବାସଗୃହ କିଣନ୍ତି, ସେମାନଙ୍କର ମଧ୍ୟ ଆସୋସିଏଶନ ପାଇଁ ଭୋଟିଂ ଅଧିକାର ରହିବ।
ଅନ୍ୟପକ୍ଷରେ ଉକ୍ତ ଆଇନରେ ଆସୋସିଏଶନ ଗଠନକୁ ଅନୁମୋଦନ କରିବାକୁ ଥିବା କମ୍ପିଣ୍ଟେଣ୍ଟ ଅଥରିଟି ଗଠନ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଏ ଯାଏ ଆପାର୍ଟମେଣ୍ଟ ପଞ୍ଜୀକରଣ ଆରମ୍ଭ ହୋଇପାରି ନାହିଁ। ଏହାକୁ ନେଇ ରିୟଲ ଇଷ୍ଟେଟ୍‌ ଶିଳ୍ପ ଚିନ୍ତାରେ ପଡ଼ିଛିି। ରିୟଲ ଇଷ୍ଟେଟ ମାଲିକଙ୍କ ଅଭିଯୋଗ ଯେ ପ୍ରାୟ ୨ ବର୍ଷ ହେବ ଆପାର୍ଟମେଣ୍ଟ ପଞ୍ଜୀକରଣ ବନ୍ଦ ରହିଛି। ପ୍ରାୟ ୧୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଅଟକି ରହିଥିବା ବେଳେ ରିୟଲ ଇଷ୍ଟେଟ୍‌ କ୍ଷେତ୍ରକୁ ନୂଆ ପୁଞ୍ଜିନିବେଶ ଆସିବା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କମ୍ପିଣ୍ଟେଣ୍ଟ ଅଥରିଟି ଲାଗି ତୁରନ୍ତ ଭିତ୍ତିଭୂମି ଯୋଗାଇ ଦେବା ଆବଶ୍ୟକ। ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ଯେ କମ୍ପିଣ୍ଟେଣ୍ଟ ଅଥରିଟିଙ୍କୁ ନିଯୁକ୍ତି ଦିଆସରିଛି। ଖୁବ୍‌ଶୀଘ୍ର ପଞ୍ଜୀକରଣ ଆରମ୍ଭ ହେବ।
ଏଠାରେ ଉଲ୍ଲେଖଯୋଗ୍ୟ, ଆପାର୍ଟମେଣ୍ଟ ମାଲିକମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନ-୨୦୨୩ କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ରାଜ୍ୟରେ ଥିବା ୮ଟି ଉନ୍ନୟନ କର୍ତ୍ତୃପକ୍ଷ (ଭେଭଲପମେଣ୍ଟ ଅଥରିଟି) ଅଞ୍ଚଳ ପାଇଁ ସମ୍ପୃକ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସଚିବ ଏବଂ ଏହା ବାହାରେ ଥିବା ଅଞ୍ଚଳ ପାଇଁ ଉପଜିଲାପାଳଙ୍କୁ କ୍ଷମତାପ୍ରାପ୍ତ ଅଧିକାରୀ (କମ୍ପିଣ୍ଟେଣ୍ଟ ଅଥରିଟି) ଭାବେ ନିଯୁକ୍ତି ଦେଇଛନ୍ତି। ଆଇନକୁ କାର୍ଯ୍ୟକାରୀ କରିବା କିମ୍ବା କୌଣସି ସମସ୍ୟା ଦେଖାଦେଲେ ଉକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯାଇ ପାରିବ। ଏ ନେଇ ୨୦୨୪ ଫେବୃୟାରୀ ୧୬ ତାରିଖରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଆପାର୍ଟମେଣ୍ଟ ମାଲିକ ସଂଘର ବାଇ-ଲ’ ଅନୁଯାୟୀ ଆପାର୍ଟମେଣ୍ଟ ପରିଚାଳିତ ହେବ। ତେବେ ବାଇ-ଲ’କୁ ସଂଘ ମନଇଚ୍ଛା ବଦଳାଇପାରିବେ ନାହିଁ। ସେଥିପାଇଁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ହେବ। ନୂଆ ବ୍ୟବସ୍ଥା ଅନୁଯାୟୀ, ବିଲ୍‌ଡର କିମ୍ବା ପ୍ରମୋଟର କ୍ରେତାମାନଙ୍କୁ ଅକୁପାନ୍ସି ସାର୍ଟିଫିକେଟ ଦେବାର ୩୦ ଦିନ ମଧ୍ୟରେ ସଂଘକୁ କମନ ଏରିଆର ସମସ୍ତ ମୂଳ ପ୍ରମାଣପତ୍ର ଦେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri