ନାଁ ନନେଇ କଟାକ୍ଷ କଲେ ଅପରାଜିତା, ”ଯୋ ଡରଗୟା, ୱ ମରଗୟା”

ଭୁବନେଶ୍ୱର,୨୭।୩: ୯ ଲୋକ ସଭା ଆସନ ପାଇଁ ବିଜୁ ଜନତା ଦଳ(ବିଜେଡି) ବୁଧବାର ଟିକେଟ ଘୋଷଣା କରିଛି। ପୂର୍ବରୁ ବହୁ ଆଲୋଚନା ହେଉଥିଲେ ମଧ୍ୟ ଶ୍ରିମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଟିକେଟ୍ ମିଳିନାହିଁ। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡିରୁ ଟିକେଟ୍ ମିଳିଛି। ଅନ୍ୟପଟେ ଭାଜପା ପ୍ରାର୍ଥୀଭାବେ ଅପରାଜିତାଙ୍କୁ ଟିକେଟ୍ ମିଳିସାରିଥିବା ବେଳେ ଶ୍ରିମୟୀଙ୍କୁ ଏପର୍ଯ୍ୟନ୍ତ କୌଣସି ଟିକେଟ୍ ମିଳିନାହିଁ।

ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ଲଢ଼ିବା ପାଇଁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ବୁଧବାର ସେ ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାପରେ କର୍ମୀ ଓ ସମର୍ଥକଙ୍କୁ ନେଇ ସେ ବିଶାଳ ରାଲି କରି ଏୟାରପୋର୍ଟରୁ ପଦଯାତ୍ରାରେ ଲିଙ୍ଗରାଜ ଯାଇଥିଲେ।

କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖି ଅପରାଜିତା କହିଛନ୍ତି, ”ବିଗତ ୫ ବର୍ଷ ହେଲା ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦୀଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ଅପରାଜିତା କହିଛନ୍ତି।”

ସେ ଏହା ଅମଧ୍ୟ କହିଛନ୍ତି ”ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତ ମହିଳା ବି ବିଭିନ୍ନ ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏହାଛଡ଼ା ବିଜେଡି ଉଦ୍ଦେଶ୍ୟରେ ଅପରାଜିତା ଚର୍ଚ୍ଚିତ ଗବର ସିଂ ଡାଏଲଗ ବି କହିଛନ୍ତି । ”ଯୋ ଡରଗୟା, ୱ ମରଗୟା”(ଯିଏ ଡରିଗଲା ସିଏ ମରିଗଲା) ବୋଲି କହି ଅପରାଜିତା କଟାକ୍ଷ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?