‘ନିର୍ବାଚନମଣ୍ଡଳୀ ସମସ୍ୟା ସମାଧାନରେ ଅପରାଜିତା ବିଫଳ’

ଭୁବନେଶ୍ୱର,୨୮ା୬(ଅନିଲ ଦାସ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡି ପୁଣି ଟାର୍ଗେଟ କରିଛି। ଗତ ୪ ବର୍ଷ ମଧ୍ୟରେ ଏମ୍‌ପି ଅପରାଜିତା ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ମଙ୍ଗଳବାର ଶଙ୍ଖଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଶ୍ରୀମୟୀ କହିଛନ୍ତି, ଭୁବନେଶ୍ୱର ଏମ୍‌ପିିଙ୍କ ଅପାରଗତା ପଦାରେ ପଡ଼ିଛି। ଯେତେବେଳେ ବର୍ଷା ଆସେ, ଭୁବନେଶ୍ୱରର ଇସ୍କନ୍‌ ମନ୍ଦିର ନିକଟରେ ଥିବା ଜାତୀୟ ରାଜପଥରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୁଏ। ଏହା ଯାତାୟାତ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଗତ ୪ ବର୍ଷ ଧରି ଏହି ଅଞ୍ଚଳର ଏମ୍‌ପି ହୋଇଥିଲେ ମଧ୍ୟ ସମସ୍ୟା ଦୂର କରିବା ପାଇଁ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ଭୁବନେଶ୍ୱରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଜାତୀୟ ରାଜପଥ କାମ ଗତ ୪ବର୍ଷ ଧରି ଚାଲିଥିବାବେଳେ ଏହା ଶେଷ ହେବାର ନଁା ନାହିଁ। ଏମ୍ସକୁ ସଂଯୋଗ କରୁଥିବା ରାସ୍ତା, ପାତ୍ରପଡ଼ା, ଯାଆଁଳା ଏବଂ ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥର ଅନେକ ସ୍ଥାନରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଅବ୍ୟବସ୍ଥା ମଧ୍ୟରେ ରହିଛି। ଜାତୀୟ ରାଜପଥ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ହେତୁ ଏହି ୨ ସହର ମଧ୍ୟରେ ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହୁଛନ୍ତି। ଏନ୍‌ଏଚ୍‌ଏଆଇ ଦ୍ୱାରା କରାଯିବାକୁ ଥିବା ଭୁବନେଶ୍ୱରର କ୍ୟାପିଟାଲ ରିଜିୟନ ଆଉଟର୍‌ ରିଙ୍ଗ୍‌ରୋଡ୍‌ କେବଳ ଫାଇଲ୍‌ରେ ସୀମିତ ଅଛି। ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀରେ ବେଗୁନିଆ, ବୋଲଗଡ଼, ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକ ସହିତ ବରିମୁଣ୍ଡା, କଳାରାହାଙ୍ଗ, ବାସୁଆଘାଇ, ଇଟିପୁର, ଟିକରପଡା, ଧଉଳି, ଶିଶୁପାଳ, ଗଡ଼ହଳଦିଆ, କେରଙ୍ଗ, ମାଳିପୁର, ଟାଙ୍ଗିଆପଡ଼ା, ପୁବୁସାହି, ନାଳିପଡା-ଅର୍ଜୁନପୁର ଭଳି ବହୁ ସ୍ଥାନରେ ଟେଲିକମ୍‌ ସଂଯୋଗ ଦୁର୍ବଳ ରହିଛି। ଗତ ୪ ବର୍ଷରେ ଏହାର ଉନ୍ନତି ପାଇଁ ଏମ୍‌ପି କିଛି କରିନାହାନ୍ତି। ବ୍ୟାଙ୍କିଙ୍ଗ୍‌ ସେବା ମଧ୍ୟ ଖୋର୍ଦ୍ଧା ଜିଲାର ବିଭିନ୍ନ ପଞ୍ଚାୟତ ଯଥା ଚନ୍ଦକା, ଦାରୁଠେଙ୍ଗ, ଅନ୍ଧାରୁଆ, ପାଇକରାପୁର, ମେଣ୍ଢାଶାଳ,ତମାଣ୍ଡୋ, ନାନପୁଟ, ପାଲତୋଟାପଡ଼ା, ବାଜପୁର, ନିଜିଗଡ଼, ତାପଙ୍ଗ, କାନପୁର, ଧଉଳିମୁହଁ, ବ୍ରଜମୋହନପୁର, ନାରଣଗଡ଼, ଗୋଡ଼ିପଡ଼ା, ଜଙ୍କିଆ, ଗୋଳବାଇଶାସନ, ଓରାବରସିଂହ, କୁରାଢ଼ମଲ, ବଙ୍ଗିଦା ଏବଂ କାଇପଦର ପଞ୍ଚାୟତ ଏବଂ ଟାଙ୍ଗି ବ୍ଲକରେ ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ବନ୍ଦ ହେବା ପାଇଁ ଅପରାଜିତା କିଛି ଲୋକଙ୍କ ସହ ଷଡ଼ଯନ୍ତ୍ର ରଚି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରି ପ୍ରକଳ୍ପ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଏପରିକି ସେ ବିଭିନ୍ନ ସ୍ତରର ଲୋକଙ୍କ ସହ ଷଡ଼ଯନ୍ତ୍ର କରି ଏକାମ୍ରକ୍ଷେତ୍ର ଐତିହ୍ୟ ବିକାଶ ପ୍ରକଳ୍ପ କାର୍ଯ୍ୟକୁ ରୋକିବା ପାଇଁ ନିଜ ସ୍ତରରେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ସେ ମଧ୍ୟ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ମଞ୍ଜୁର ନ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି। ଆମେ ଆଶା କରୁଛୁ ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀର ଲୋକମାନେ ଏମ୍‌ପିଙ୍କ ଅସଲ ଚେହେରା ଦେଖନ୍ତୁ। ଗତ ଚାରିବର୍ଷ ମଧ୍ୟରେ ସେ ଲୋକଙ୍କ ପାଇଁ କାମ କରିବା ବଦଳରେ ଆତ୍ମପ୍ରଚାରରେ ସମୟ କାଟିଛନ୍ତି ବୋଲି ଶ୍ରୀମୟୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri