ପ୍ରେମର ବାସ୍ତବ ଅର୍ଥ ଯିଏ ବୁଝିଛି, ସେ ଭବବାନଙ୍କୁ ପାଇ ସାରିଛି: ଜାଣନ୍ତୁ କେଉଁ ମୂଲ୍ୟବୋଧ ବିଷୟରେ…

ଚାଣକ୍ୟ ନୀତିର ଶିକ୍ଷା ଜୀବନର ପ୍ରତିଟି ସୋପାନରେ କାମରେ ଆସିଥାଏ। ଏହାକୁ ଅଧ୍ୟୟନ କରିବା ଦ୍ୱାରା ବ୍ୟକ୍ତିକୁ କେବେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ। କାରଣ ଚାଣକ୍ୟ ଜଣେ ଯୋଗ୍ୟ ଶିକ୍ଷକ ସହ କୁଶଳ ଅର୍ଥଶାସ୍ତ୍ରୀ ଏବଂ ପରାମର୍ଶଦାତା ଥିଲେ। ସେଭଳି ନିଜର ନୀତିରେ ଚାଣକ୍ୟ ପ୍ରେମ ବିଷୟରେ ସୁନ୍ଦର କଥା କହିଛନ୍ତି। ଆସନ୍ତୁ ଜାଣିବା..

ଚାଣକ୍ୟଙ୍କ ମତରେ ଯିଏ ପ୍ରେମ କ’ଣ ଜାଣିନେଇଛି, ଧରିନିଅ ସେ ଈଶ୍ୱରଙ୍କୁ ବୁଝି ସାରିଛି। ପ୍ରେମ କରୁଥିବା ବ୍ୟକ୍ତି କାହାରିକୁ ଘୃଣା କରନ୍ତି ନାହିଁ। ଏଭଳି ଲୋକ ହିଂସା ବିଷୟରେ ଭାବନ୍ତି ନାହିଁ। ପ୍ରକୃତ ପ୍ରେମ ବ୍ୟକ୍ତିକୁ ମହାନ କରିଥାଏ। ପ୍ରେମ କାହାକୁ ବି ହୋଇପାରେ। ଏହା ଏଭଳି ଏକ ଅନୁଭୂତି ଯାହା ସଜୀବ ଏବଂ ନିର୍ଜୀବ କାହାସହ ହୋଇପାରେ। ଏହାକୁ ଅନୁଭବ କରିହେବ। ଯେଉଁଭଳି ବାୟୁକୁ ଦେଖିହୁଏ ନାହିଁ କେବଳ ଅନୁଭବ କରିହୁଏ, ସେହିଭଳି ପ୍ରେମକୁ କେବଳ ଅନୁଭବ କରିହୁଏ।

ଯେତେବେଳେ ବ୍ୟକ୍ତିକୁ ବାସ୍ତବରେ ପ୍ରେମ ହୋଇଯାଏ ତେବେ ସେ ଭଗବାନଙ୍କ ନିକଟତର ହୋଇଥାଏ। ପ୍ରେମ କରୁଥିବା ବ୍ୟକ୍ତି ସର୍ବଦା ସକରାତ୍ମକ ଉର୍ଜା ସମ୍ପନ୍ନ ହୋଇଥାଏ। ଏଭଳି ବ୍ୟକ୍ତି ଅନ୍ୟମାନଙ୍କ ଅପେକ୍ଷା କାମକୁ ଭଲ ଭାବେ ସମ୍ପାଦନ କରିଥାନ୍ତି। ଏମାନଙ୍କୁ ସର୍ବଦା ସମ୍ମାନ ମିଳିଥାଏ।

ଚାଣକ୍ୟ କୁହନ୍ତି, ଯେତେବେଳେ ପୃଥିବୀରେ ହିଂସା ବୃଦ୍ଧି ପାଏ, ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ଉତ୍ପନ୍ନ ହୁଏ ଏବଂ ବ୍ୟକ୍ତି ନିଜେ କୌଣସି ନିଷ୍କର୍ସରେ ପହଞ୍ଚିପାରେ ନାହିଁ, ଠିକ୍‌ ସେତିକିବେଳେ ପ୍ରେମ ହିଁ ସେହି ଶକ୍ତି ଯିଏ ବ୍ୟକ୍ତିକୁ ସଠିକ୍‌ ମାର୍ଗଦର୍ଶନ କରାଏ। ପ୍ରେମ କରୁଥିବା ବ୍ୟକ୍ତି ସୃଷ୍ଟିକୁ ସୁନନ୍ଦର କରିବାରେ ନିଜର ଯୋଗଦାନ ଦିଅନ୍ତି। ଏହାଦ୍ୱାରା ଭେଦଭାବ ଦୂର ହୁଏ। ପ୍ରେମ ଭାବ ମନରେ ଆସିବା ଦ୍ୱାରା ସେ ଅପରାଧମୁକ୍ତ ହୋଇଥାଏ। ସେ ସଜାଗ ହୋଇଉଠେ। ରାଜ୍ୟର ବିକାଶ ପାଇଁ ଲୋକମାନଙ୍କୁ ସଜାଗ ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri