ଅନିଦ୍ରାରୁ ଚିନ୍ତା, ଚିନ୍ତାରୁ ଅନିଦ୍ରା

ଡା. ସମ୍ରାଟ୍‌ କର

 

ଆଜିର ସହରୀ ଜୀବନ ବିଷୟରେ ଲେଖିବାକୁ ବସିଲେ ଅନେକ କଥା ମନକୁ ଆସେ। ଗମନାଗମନରେ ଅସୁବିଧା, ଅନିଶ୍ଚିତତା, ଦୀର୍ଘସମୟର ଟ୍ରାଫିକ ଜାମ୍‌, ଶବ୍ଦ ଓ ବାୟୁ ପ୍ରଦୂଷଣ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ଜନାକୀର୍ଣ୍ଣ ବାସସ୍ଥାନ, ଧୂଳି, ଧୂଆଁ ଓ ଧ୍ୱନିର ଶ୍ୱାସରୋଧକାରୀ ପରିବେଶ ସବୁ କଥାରେ ଏଠି ଲମ୍ବାଧାଡ଼ି ଓ ସମୟ ସହିତ ଦୌଡ଼ ପ୍ରତିଯୋଗିତା।
ଏସବୁ ଫେଣ୍ଟି ହୋଇ ସହରୀ ମଣିଷର ଜୀବନକୁ ଫେଣ୍ଟି ଦେଉଛି। ପ୍ରବଳ ମାନସିକ ଚାପ ପାଇଁ ଏସବୁ ବଢ଼ିଆ ଉପାଦାନ ଏବଂ ଏହି ଚାପ ଯୋଗୁ ତାକୁ ଠିକ୍‌ଭାବେ ନିଦ ହେଉନାହିଁ । ନିଦ ନ ହେବାରୁ ଚିନ୍ତା ବଢ଼ିଯାଉଛି। ଫଳରେ ନିଦ ତା’ଠାରୁ ଆହୁରି ଦୂରେଇ ଯାଉଛି। ଶିଳ୍ପୋନ୍ନତ ଆମେରିକାରେ ତରୁଣ ବୟସରୁ ଊର୍ଦ୍ଧ୍ୱ ସମସ୍ତ ଆମେରିକାବାସୀଙ୍କ ମଧ୍ୟରୁ ୪୦% ଅର୍ଥାତ୍‌ ପ୍ରାୟ ୮ କୋଟି ୨୦ ଲକ୍ଷ ବ୍ୟକ୍ତି ଏହି ଅନିଦ୍ରା ବା ନିଦ୍ରାହୀନତା ରୋଗରେ ପୀଡ଼ିତ। ଆମ ଦେଶରେ ଏଭଳି ପରିସଂଖ୍ୟାନ ଉପଲବ୍ଧ ନ ହେଲେ ମଧ୍ୟ ସମସ୍ତ ମେଟ୍ରୋନଗରୀ ସମେତ ଅନ୍ୟାନ୍ୟ ବଡ଼ ସହରରେ ଏମିତିକା ରୋଗୀଙ୍କ ସଂଖ୍ୟା ଆପଣ ଭାବୁଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ। ଅନିଦ୍ରା ରୋଗୀ ଦୁଇ ପ୍ରକାର ଯଥା: ପୁରାତନ ରୋଗୀ ଏବଂ ସାମୟିକ ରୋଗୀ। ଅନିଦ୍ରା ରୋଗର ପରିଣାମ କିପରି ଭୟଙ୍କର ହୁଏ, ସେ ବିଷୟରେ ‘ଫସ୍ଲିପ୍‌ଥିଭ୍‌ସ’ ପୁସ୍ତକର ରଚୟିତା ଷ୍ଟାନ୍‌ଲେ କୋରେନ୍‌ କରିଥିବା ଗବେଷଣାର ଫଳାଫଳରୁ ସହଜରେ ଅନୁମାନ କରିହୁଏ। ପ୍ରଶାନ୍ତ ମହାସାଗରରେ ଏକ୍ସନଭାଲଡେରି ତୈଳବାହୀ ଜାହାଜ ଦୁର୍ଘଟଣା ଯୋଗୁ ହୋଇଥିବା ପରିବେଶର ଅକଳନୀୟ କ୍ଷତି, ଚେର୍ନୋବିଲ ଆଣବିକ ଦୁର୍ଘଟଣା, ଚ୍ୟାଲେଞ୍ଜର ଅନ୍ତରୀକ୍ଷଯାନ ଦୁର୍ଘଟଣା ଏବଂ ନିକଟ ଅତୀତରେ ଥ୍ରୀମାଇଲ୍‌ ଦ୍ୱୀପରେ ଏକ ଆସନ୍ନ ଆଣବିକ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚତ୍ୟାଇଥିବା ଘଟଣା ସବୁ ଅନିଦ୍ରା ରୋଗର ପରିଣାମ ବୋଲି କୋରେନ୍‌ ପ୍ରକାଶ କରିଛନ୍ତି। ପରୀକ୍ଷାରୁ ଜଣାପଡ଼ିଛି, ଗୋଟିଏ ମୂଷାକୁ ନିରବଚ୍ଛିନ୍ନ ଭାବେ ୧୦/୧୨ ଦିନ ଶୋଇବାକୁ ଦିଆ ନ ଯିବା ଫଳରେ ତା’ର ମୃତ୍ୟୁ ହୋଇଥାଏ।
ନିଦ୍ରା ଗଭୀର ହେଲେ ଆବଶ୍ୟକ ହରମୋନ ଠିକ୍‌ ଭାବରେ ନିଃସୃତ ହୁଏ ଏବଂ ଶରୀରରେ ପ୍ରୋଟିନ୍‌ ତିଆରି ଆବଶ୍ୟକ ମତେ ହୋଇଥାଏ। ତେଣୁ ବଢ଼ିବା ପିଲାଙ୍କ ପାଇଁ ଉପଯୁକ୍ତ ନିଦ୍ରା ଅପରିହାର୍ଯ୍ୟ। ଶରୀରରୁ ସୃଷ୍ଟି ଶକ୍ତି ସଂରକ୍ଷଣ ପାଇଁ ଉପଯୁକ୍ତ ନିଦ୍ରା ଆବଶ୍ୟକ। ସୁପ୍ତ ଅବସ୍ଥାରେ ମସ୍ତିଷ୍କ ଜାଗ୍ରତ ରହିଥିଲେ ମଧ୍ୟ ଏଥିପାଇଁ କମ୍‌ ପରିମାଣ ଶକ୍ତି ଖର୍ଚ୍ଚ ହୁଏ। କାରଣ ସେତେବେଳେ ଶରୀରର ଉତ୍ତାପ କମ୍‌ ଥାଏ ଏବଂ ପାଚନ ପ୍ରକ୍ରିୟା ପ୍ରାୟ ୨୦% କମ୍‌ ହୋଇଥାଏ।
ଜାଗ୍ରତ ଅବସ୍ଥାରେ ମସ୍ତିଷ୍କ ମଧ୍ୟରେ ଘାତ ପ୍ରେରକ ସ୍ନାୟୁକୋଷର ହୋଇଥିବା କ୍ଷତି ନିଦ୍ରା ସମୟରେ ଭରଣ ବା ମରାମତି ହୋଇଥାଏ।
କର୍ମକ୍ଷେତ୍ରରେ ଏକାଧିକ କାରଣ ଯୋଗୁ ହେଉଥିବା ମାନସିକ ଚାପର ଜୀବନଶୈଳୀ ସହିତ ସମ୍ପର୍କ ରହିଛି। ଜଣେ ବ୍ୟକ୍ତିର ଜୀବନଯାପନ ଢଙ୍ଗ ଓ ଦୃଷ୍ଟିଭଙ୍ଗୀ ସହିତ ମାନସିକ ଚାପ ଅନିଦ୍ରା ଓତପ୍ରୋତ ଭାବେ ଜଡ଼ିତ। ଶୋଇବା ପୂର୍ବରୁ କୌଣସି ପ୍ରକାର ବ୍ୟାୟାମ ଏବଂ ଟିଭି ଦେଖିଲେ ନିଦ୍ରା ବ୍ୟାଘାତ ହୁଏ। ଶୟନକକ୍ଷ, ବିଛଣା ଚାଦର, ପର୍ଦ୍ଦା ସବୁ ସଫାସୁତୁରା ରଖିଲେ ଏବଂ ଶୟନକକ୍ଷରେ ବାୟୁ ସଞ୍ଚାଳନ ଠିକ୍‌ ଭାବେ ହେଲେ ଭଲ ନିଦ ହୁଏ।
ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇଲେ ଏବଂ ନିର୍ଦ୍ଦିଷ୍ଟ ସମୟରେ ନିଦରୁ ଉଠିବା ଦ୍ୱାରା ମସ୍ତିଷ୍କରେ ଥିବା ନିଦ୍ରାକେନ୍ଦ୍ର ଏକ ଅଭ୍ୟାସରେ ପଡ଼ିଥାଏ। ଖାଇବାର ସମୟାନୁବର୍ତ୍ତିତା ରକ୍ଷାକଲେ ଯେପରି ଠିକ୍‌ ସମୟରେ ଭୋକ ଲାଗେ, ନିଦ୍ରା ସେହିଭଳି ଅଭ୍ୟାସଗତ ହେଲେ ଅନିଦ୍ରା ରୋଗ ହୋଇ ନ ଥାଏ।
ନିଦ୍ରା ନ ହେଲେ ନିଦ ଔଷଧ ଅନେକେ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହାର କୁପରିଣାମ ଅନେକ। ଯୋଗ ଅଭ୍ୟାସ ନିୟମିତ ଭାବେ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୁଏ। ଅବଶ୍ୟ ପୁରାତନ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରିବା ଉଚିତ। ଇତିହାସରେ କେତେକ ବିଖ୍ୟାତ ବ୍ୟକ୍ତି ଅନିଦ୍ରା ରୋଗରେ ପୀଡ଼ିତ ଥିଲେ। ନେପୋଲିୟନ ଦିନକୁ ମାତ୍ର ତିନିଘଣ୍ଟା ଶୋଉଥିଲେ ବୋଲି କୁହାଯାଏ। ଚର୍ଚ୍ଚିଲ, ଆଇଜାକ୍‌ ନିଉଟନ, ଥମାସ ଏଡିସନ, ବେଞ୍ଜାମିନ୍‌ ଫ୍ରାଙ୍କଲିନ, ଆବ୍ରାହମ୍‌ ଲିଙ୍କନ୍‌, ସେକ୍ସପିଅର, ଚାର୍ଲସ ଡିକେନ୍ସ ଓ ମ୍ୟାରିଲିନ ମନରୋ ସମସ୍ତେ ଅନିଦ୍ରା ରୋଗୀ ଥିଲେ। କଥାରେ ଅଛି ‘ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି’। ଯଥାର୍ଥରେ ଏକ ନିୟମରେ ବନ୍ଧା ଜୀବନ ସମ୍ପୂର୍ଣ୍ଣ ଆନନ୍ଦମୟ ଜୀବନ ପ୍ରଦାନ କରେ। ସୁଷମ ଖାଦ୍ୟ, ଯୋଗ ପ୍ରାଣାୟାମ, ଆହାର ଓ ବିଶ୍ରାମରେ ନିୟମିତତା, ଚାପମୁକ୍ତି ଓ କ୍ରୋଧମୁକ୍ତ ଜୀବନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ।
ମାନସିକ ରୋଗ ବିଶେଷଜ୍ଞ, ଦି’ ବ୍ରେନ୍‌, ପୁରୀଘାଟ ରୋଡ଼, କଟକ, ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri