ଅନିଦ୍ରାରୁ ଚିନ୍ତା, ଚିନ୍ତାରୁ ଅନିଦ୍ରା

ଡା. ସମ୍ରାଟ୍‌ କର

 

ଆଜିର ସହରୀ ଜୀବନ ବିଷୟରେ ଲେଖିବାକୁ ବସିଲେ ଅନେକ କଥା ମନକୁ ଆସେ। ଗମନାଗମନରେ ଅସୁବିଧା, ଅନିଶ୍ଚିତତା, ଦୀର୍ଘସମୟର ଟ୍ରାଫିକ ଜାମ୍‌, ଶବ୍ଦ ଓ ବାୟୁ ପ୍ରଦୂଷଣ, ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା, ଜନାକୀର୍ଣ୍ଣ ବାସସ୍ଥାନ, ଧୂଳି, ଧୂଆଁ ଓ ଧ୍ୱନିର ଶ୍ୱାସରୋଧକାରୀ ପରିବେଶ ସବୁ କଥାରେ ଏଠି ଲମ୍ବାଧାଡ଼ି ଓ ସମୟ ସହିତ ଦୌଡ଼ ପ୍ରତିଯୋଗିତା।
ଏସବୁ ଫେଣ୍ଟି ହୋଇ ସହରୀ ମଣିଷର ଜୀବନକୁ ଫେଣ୍ଟି ଦେଉଛି। ପ୍ରବଳ ମାନସିକ ଚାପ ପାଇଁ ଏସବୁ ବଢ଼ିଆ ଉପାଦାନ ଏବଂ ଏହି ଚାପ ଯୋଗୁ ତାକୁ ଠିକ୍‌ଭାବେ ନିଦ ହେଉନାହିଁ । ନିଦ ନ ହେବାରୁ ଚିନ୍ତା ବଢ଼ିଯାଉଛି। ଫଳରେ ନିଦ ତା’ଠାରୁ ଆହୁରି ଦୂରେଇ ଯାଉଛି। ଶିଳ୍ପୋନ୍ନତ ଆମେରିକାରେ ତରୁଣ ବୟସରୁ ଊର୍ଦ୍ଧ୍ୱ ସମସ୍ତ ଆମେରିକାବାସୀଙ୍କ ମଧ୍ୟରୁ ୪୦% ଅର୍ଥାତ୍‌ ପ୍ରାୟ ୮ କୋଟି ୨୦ ଲକ୍ଷ ବ୍ୟକ୍ତି ଏହି ଅନିଦ୍ରା ବା ନିଦ୍ରାହୀନତା ରୋଗରେ ପୀଡ଼ିତ। ଆମ ଦେଶରେ ଏଭଳି ପରିସଂଖ୍ୟାନ ଉପଲବ୍ଧ ନ ହେଲେ ମଧ୍ୟ ସମସ୍ତ ମେଟ୍ରୋନଗରୀ ସମେତ ଅନ୍ୟାନ୍ୟ ବଡ଼ ସହରରେ ଏମିତିକା ରୋଗୀଙ୍କ ସଂଖ୍ୟା ଆପଣ ଭାବୁଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ। ଅନିଦ୍ରା ରୋଗୀ ଦୁଇ ପ୍ରକାର ଯଥା: ପୁରାତନ ରୋଗୀ ଏବଂ ସାମୟିକ ରୋଗୀ। ଅନିଦ୍ରା ରୋଗର ପରିଣାମ କିପରି ଭୟଙ୍କର ହୁଏ, ସେ ବିଷୟରେ ‘ଫସ୍ଲିପ୍‌ଥିଭ୍‌ସ’ ପୁସ୍ତକର ରଚୟିତା ଷ୍ଟାନ୍‌ଲେ କୋରେନ୍‌ କରିଥିବା ଗବେଷଣାର ଫଳାଫଳରୁ ସହଜରେ ଅନୁମାନ କରିହୁଏ। ପ୍ରଶାନ୍ତ ମହାସାଗରରେ ଏକ୍ସନଭାଲଡେରି ତୈଳବାହୀ ଜାହାଜ ଦୁର୍ଘଟଣା ଯୋଗୁ ହୋଇଥିବା ପରିବେଶର ଅକଳନୀୟ କ୍ଷତି, ଚେର୍ନୋବିଲ ଆଣବିକ ଦୁର୍ଘଟଣା, ଚ୍ୟାଲେଞ୍ଜର ଅନ୍ତରୀକ୍ଷଯାନ ଦୁର୍ଘଟଣା ଏବଂ ନିକଟ ଅତୀତରେ ଥ୍ରୀମାଇଲ୍‌ ଦ୍ୱୀପରେ ଏକ ଆସନ୍ନ ଆଣବିକ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚତ୍ୟାଇଥିବା ଘଟଣା ସବୁ ଅନିଦ୍ରା ରୋଗର ପରିଣାମ ବୋଲି କୋରେନ୍‌ ପ୍ରକାଶ କରିଛନ୍ତି। ପରୀକ୍ଷାରୁ ଜଣାପଡ଼ିଛି, ଗୋଟିଏ ମୂଷାକୁ ନିରବଚ୍ଛିନ୍ନ ଭାବେ ୧୦/୧୨ ଦିନ ଶୋଇବାକୁ ଦିଆ ନ ଯିବା ଫଳରେ ତା’ର ମୃତ୍ୟୁ ହୋଇଥାଏ।
ନିଦ୍ରା ଗଭୀର ହେଲେ ଆବଶ୍ୟକ ହରମୋନ ଠିକ୍‌ ଭାବରେ ନିଃସୃତ ହୁଏ ଏବଂ ଶରୀରରେ ପ୍ରୋଟିନ୍‌ ତିଆରି ଆବଶ୍ୟକ ମତେ ହୋଇଥାଏ। ତେଣୁ ବଢ଼ିବା ପିଲାଙ୍କ ପାଇଁ ଉପଯୁକ୍ତ ନିଦ୍ରା ଅପରିହାର୍ଯ୍ୟ। ଶରୀରରୁ ସୃଷ୍ଟି ଶକ୍ତି ସଂରକ୍ଷଣ ପାଇଁ ଉପଯୁକ୍ତ ନିଦ୍ରା ଆବଶ୍ୟକ। ସୁପ୍ତ ଅବସ୍ଥାରେ ମସ୍ତିଷ୍କ ଜାଗ୍ରତ ରହିଥିଲେ ମଧ୍ୟ ଏଥିପାଇଁ କମ୍‌ ପରିମାଣ ଶକ୍ତି ଖର୍ଚ୍ଚ ହୁଏ। କାରଣ ସେତେବେଳେ ଶରୀରର ଉତ୍ତାପ କମ୍‌ ଥାଏ ଏବଂ ପାଚନ ପ୍ରକ୍ରିୟା ପ୍ରାୟ ୨୦% କମ୍‌ ହୋଇଥାଏ।
ଜାଗ୍ରତ ଅବସ୍ଥାରେ ମସ୍ତିଷ୍କ ମଧ୍ୟରେ ଘାତ ପ୍ରେରକ ସ୍ନାୟୁକୋଷର ହୋଇଥିବା କ୍ଷତି ନିଦ୍ରା ସମୟରେ ଭରଣ ବା ମରାମତି ହୋଇଥାଏ।
କର୍ମକ୍ଷେତ୍ରରେ ଏକାଧିକ କାରଣ ଯୋଗୁ ହେଉଥିବା ମାନସିକ ଚାପର ଜୀବନଶୈଳୀ ସହିତ ସମ୍ପର୍କ ରହିଛି। ଜଣେ ବ୍ୟକ୍ତିର ଜୀବନଯାପନ ଢଙ୍ଗ ଓ ଦୃଷ୍ଟିଭଙ୍ଗୀ ସହିତ ମାନସିକ ଚାପ ଅନିଦ୍ରା ଓତପ୍ରୋତ ଭାବେ ଜଡ଼ିତ। ଶୋଇବା ପୂର୍ବରୁ କୌଣସି ପ୍ରକାର ବ୍ୟାୟାମ ଏବଂ ଟିଭି ଦେଖିଲେ ନିଦ୍ରା ବ୍ୟାଘାତ ହୁଏ। ଶୟନକକ୍ଷ, ବିଛଣା ଚାଦର, ପର୍ଦ୍ଦା ସବୁ ସଫାସୁତୁରା ରଖିଲେ ଏବଂ ଶୟନକକ୍ଷରେ ବାୟୁ ସଞ୍ଚାଳନ ଠିକ୍‌ ଭାବେ ହେଲେ ଭଲ ନିଦ ହୁଏ।
ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଶୋଇଲେ ଏବଂ ନିର୍ଦ୍ଦିଷ୍ଟ ସମୟରେ ନିଦରୁ ଉଠିବା ଦ୍ୱାରା ମସ୍ତିଷ୍କରେ ଥିବା ନିଦ୍ରାକେନ୍ଦ୍ର ଏକ ଅଭ୍ୟାସରେ ପଡ଼ିଥାଏ। ଖାଇବାର ସମୟାନୁବର୍ତ୍ତିତା ରକ୍ଷାକଲେ ଯେପରି ଠିକ୍‌ ସମୟରେ ଭୋକ ଲାଗେ, ନିଦ୍ରା ସେହିଭଳି ଅଭ୍ୟାସଗତ ହେଲେ ଅନିଦ୍ରା ରୋଗ ହୋଇ ନ ଥାଏ।
ନିଦ୍ରା ନ ହେଲେ ନିଦ ଔଷଧ ଅନେକେ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହାର କୁପରିଣାମ ଅନେକ। ଯୋଗ ଅଭ୍ୟାସ ନିୟମିତ ଭାବେ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୁଏ। ଅବଶ୍ୟ ପୁରାତନ ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରିବା ଉଚିତ। ଇତିହାସରେ କେତେକ ବିଖ୍ୟାତ ବ୍ୟକ୍ତି ଅନିଦ୍ରା ରୋଗରେ ପୀଡ଼ିତ ଥିଲେ। ନେପୋଲିୟନ ଦିନକୁ ମାତ୍ର ତିନିଘଣ୍ଟା ଶୋଉଥିଲେ ବୋଲି କୁହାଯାଏ। ଚର୍ଚ୍ଚିଲ, ଆଇଜାକ୍‌ ନିଉଟନ, ଥମାସ ଏଡିସନ, ବେଞ୍ଜାମିନ୍‌ ଫ୍ରାଙ୍କଲିନ, ଆବ୍ରାହମ୍‌ ଲିଙ୍କନ୍‌, ସେକ୍ସପିଅର, ଚାର୍ଲସ ଡିକେନ୍ସ ଓ ମ୍ୟାରିଲିନ ମନରୋ ସମସ୍ତେ ଅନିଦ୍ରା ରୋଗୀ ଥିଲେ। କଥାରେ ଅଛି ‘ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି’। ଯଥାର୍ଥରେ ଏକ ନିୟମରେ ବନ୍ଧା ଜୀବନ ସମ୍ପୂର୍ଣ୍ଣ ଆନନ୍ଦମୟ ଜୀବନ ପ୍ରଦାନ କରେ। ସୁଷମ ଖାଦ୍ୟ, ଯୋଗ ପ୍ରାଣାୟାମ, ଆହାର ଓ ବିଶ୍ରାମରେ ନିୟମିତତା, ଚାପମୁକ୍ତି ଓ କ୍ରୋଧମୁକ୍ତ ଜୀବନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ।
ମାନସିକ ରୋଗ ବିଶେଷଜ୍ଞ, ଦି’ ବ୍ରେନ୍‌, ପୁରୀଘାଟ ରୋଡ଼, କଟକ, ମୋ:୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri