Posted inଖେଳ

ଅନଓ୍ବର ଅଲୀ ୪ ମାସ ବାସନ୍ଦ

କୋଲକାତା,୧୧ା୯(ପି.ଟି.): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଚୁକ୍ତି ଉଲ୍ଲଂଘନ ମାମଲାରେ ଭାରତୀୟ ଡିଫେଣ୍ଡର ଅନଓ୍ବର ଅଲୀଙ୍କୁ ୪ ମାସ ପାଇଁ ବାସନ୍ଦ କରାଯାଇଛି। ଏହା ସହିତ ଫୁଟବଲ କ୍ଲବ ମୋହନବାଗାନ ସୁପର ଜାଏଣ୍ଟ୍ସକୁ ୧୨.୯୦ କୋଟି ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ମିଳିଛି। ଏଆଇଏଫ୍‌ଏଫ୍‌ର ପ୍ଲେୟର୍ସ ଷ୍ଟାଟସ୍‌ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଏଫ୍‌ସିରୁ ଲୋନ୍‌ରେ ଆସି ମୋହନବାଗାନ ପକ୍ଷରୁ ଖେଳୁଥିଲେ ଅନଓ୍ବର। ଏହା ମଧ୍ୟରେ ଇଷ୍ଟ ବେଙ୍ଗଲ ପକ୍ଷରୁ ଏକ ଲୋଭନୀୟ ଅଫର ମିଳିବା ପରେ ୫ ବର୍ଷ ପାଇଁ ସେ ଚୁକ୍ତି ସ୍ବାକ୍ଷର କରିଥିଲେ। ଏହାକୁ ବିରୋଧ କରି ମୋହନବାଗାନ ପ୍ଲେୟର୍ସ ଷ୍ଟାଟସ୍‌ କମିଟିର ଦ୍ୱାରସ୍ଥ ହୋଇଥିଲା। ଏହି ଆବେଦନର ବିଚାର କରି ଷ୍ଟାଟସ୍‌ କମିଟି ଅନଓ୍ବରଙ୍କୁ ସମସ୍ତ ପ୍ରକାର ପ୍ରଫେଶନାଲ ପ୍ରତିଯୋଗିତାରୁ ୪ ମାସ ପାଇଁ ବାସନ୍ଦ କରିଛି। ଏହା ସହିତ ଦିଲ୍ଲୀ ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ଉପରେ ୨୦୨୪-୨୫ ଓ ୨୦୨୫-୨୬ ସିଜନ ପାଇଁ ଖେଳାଳି ପଞ୍ଜୀକରଣ ଉପରେ ରୋକ ଲଗାଯାଇଛି।
ଅନଓ୍ବରଙ୍କୁ ଦିଲ୍ଲୀ ଏଫ୍‌ସିରୁ ୨ କୋଟି ଟଙ୍କା ଲୋନ୍‌ରେ ଆଣିଥିଲା ମୋହନବାଗାନ। ଚୁକ୍ତି ଖିଲାପ କରିଥିବା କାରଣରୁ ଅନଓ୍ବର ଅଲୀ, ଦିଲ୍ଲୀ ଏଫ୍‌ସି ଓ ଇଷ୍ଟ ବେଙ୍ଗଲକୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚୁକ୍ତି ଖିଲାପ ବାବଦରେ ୮.୪୦ କୋଟି, ଦିଲ୍ଲୀ ଏଫ୍‌ସି ନେଇଥିବା ୨ କୋଟି ଓ ଅନ୍ୟାନ୍ୟ କ୍ଷତି ବାବଦରେ ୨.୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୩ ବର୍ଷୀୟ ଅନଓ୍ବର ଅଲୀ ବିଗତ ସିଜନରେ ମୋହନବାଗାନକୁ ଚାମ୍ପିୟନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୨୬ ମ୍ୟାଚ୍‌ରୁ ସେ ୩ ଗୋଲ୍‌ ସ୍କୋର କରିଥିବା ବେଳେ ଗୋଟିଏ ଆସିଷ୍ଟ କରିଥିଲେ। ମୋହନବାଗାନରେ ଲୋନରେ ଥାଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ କ୍ଲବ ଇଷ୍ଟବେଙ୍ଗଲ ସହ ୫ ବର୍ଷିଆ ଚୁକ୍ତି କରିଥିଲେ ଅନଓ୍ବର। ଅନଓ୍ବରଙ୍କ ଏହି ବାସନ୍ଦାଦେଶ କେବଳ କ୍ଲବ ଗେମ୍‌ ପାଇଁ ଲାଗୁ ହେବ। ଏହି ସମୟରେ ସେ ଭାରତ ପାଇଁ ଖେଳିପାରିବେ ବୋଲି ଷ୍ଟାଟସ୍‌ କମିଟି ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଏଫ୍‌ସି ଏହି ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିବା ସହ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଛି। ଅନ୍ୟପକ୍ଷରେ ଇଷ୍ଟବେଙ୍ଗଲ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?