ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ଦେଖାଯାଉଛି। ଏଥିରେ ସ୍ବାମୀ ବିରାଟ କୋହଲି ତାଙ୍କୁ ସାହାଯ୍ୟ କରୁଛନ୍ତି। ବିରାଟ ବହୁତ ଯତ୍ନଶୀଳ ହୋଇ ତାଙ୍କ ଗୋଡକୁ ଧରଥିବା ଦେଖାଯାଇଛି। ଅନୁଷ୍କା ଫଟୋ ଶେୟାର କରି ଲେଖିଛନ୍ତି, ଏହା ହ୍ୟାଣ୍ଡସ-ଡାଉନ ଏବଂ ଲେଗ୍ସ ଅପ ବ୍ୟାୟାମ। ଯୋଗ ମୋ ଜୀବନର ଏକ ବଡ ଅଂଶ୍‌। ଗର୍ଭାବସ୍ଥାରେ ଡାକ୍ତର ମୋତେ ଯୋଗାସନ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଯେଉଁ ଆସନରେ ଅଧିକ ମୋଡ଼ି ହେବା କିମ୍ବା ଅଧିକ ବଙ୍କା ହେବାକୁ ପଡିବ ସେ ଆସନ ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ନିଶ୍ଚିତ ଭାବରେ ସଠିକ ଏବଂ ଆବଶ୍ୟକ ସମର୍ଥନ ସହିତ ଏହି ସମୟରେ ହେଡଷ୍ଟାଣ୍ଡ କରୁଛି। ମୁଁ ଏହାକୁ ବହୁ ବର୍ଷ ଧରି କରିଆସୁଛି। କାନ୍ଥକୁ ସମର୍ଥନ ଭାବରେ ବ୍ୟବହାର କରି ଏହା କରିଥିଲି ଏବଂ ମୋର ଅତି ଦକ୍ଷ ସ୍ବାମୀ ମୋତେ ସନ୍ତୁଳନ କରିବାରେ ସାହାଯ୍ୟ କରିଥିଲେ। ଏହାସହ ଯୋଗ ଗୁରୁଙ୍କ ତତ୍ତ୍ୱାବଧାନରେ ଏହା କରିଥିଲି। ମୁଁ ବହୁତ ଖୁସି ଯେ ଗର୍ଭାବସ୍ଥାରେ ମଧ୍ୟ ମୁଁ ମୋର ଅଭ୍ୟାସ ଜାରି ରଖିଛି ବୋଲି ଅନୁଷ୍କା କହିଛନ୍ତି। ମାତ୍ର ୧୨ ମିନିଟରେ ୩ ଲକ୍ଷରୁ ଅଧିକ ଲୋକ ଅନୁଷ୍କାଙ୍କ ଏହି ଫଟୋକୁ ପସନ୍ଦ କରିଛନ୍ତି ଏବଂ ଶେୟାର କରିଛନ୍ତ। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଅନୁଷ୍କା ଶର୍ମା ଗର୍ଭାବସ୍ଥାରେ ମଧ୍ୟ ବେଶ୍‌ ସକ୍ରିୟ ରହିଛନ୍ତି। ସେ କେବଳ ନିଜ କାର୍ଯ୍ୟକୁ ଯଥାସମ୍ଭବ ଚଳାଇବାକୁ ଚେଷ୍ଟା କରୁନାହାଁନ୍ତି ବରଂ ଶାରୀରିକ ସ୍ତରରେ ମଧ୍ୟ ସେ ବହୁତ ସକ୍ରିୟ ରହିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri