କାରଗିଲ୍‌ ଯୁଦ୍ଧ ଲଢୁଥିବା ବାପାଙ୍କୁ ନିଜ ବୟଫ୍ରେଣ୍ଡ୍‌ କଥା ଶୁଣାଉଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ଜନ୍ମଗ୍ରହଣ କରିଥିବା ଅନୁଷ୍କାଙ୍କ ପିଲାଦିନ ଆସାମ ଏବଂ କର୍ନାଟକରେ ଅତିବାହିତ ହୋଇଥିଲା। ତାଙ୍କ ବାପା ଅଜୟ କୁମାର ଶର୍ମା ଜଣେ ସେନା ଅଧିକାରୀ ଥିଲେ। ସେ କାରଗିଲ ଯୁଦ୍ଧ ମଧ୍ୟ ଲଢିଥିଲେ। ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ, ବାପାଙ୍କ କାରଗିଲ ପର୍ଯ୍ୟାୟ ବହୁତ କଷ୍ଟସାଧ୍ୟ ଥିଲା। ମୁଁ ସେତେବେଳେ ବହୁତ ଛୋଟ ଥିଲି କିନ୍ତୁ ମୋ ମା’ଙ୍କୁ ଦେଖି ଡରୁଥିଲି। ସେ ସବୁବେଳେ ଦିନସାରା ନ୍ୟୁଜ୍‌ ଚ୍ୟାନେଲ ବଦଳାଉଥିଲେ। ମୃତ୍ୟୁସଂଖ୍ୟା ଖବର ପାଇବା ପରେ ସେ ବହୁତ ଚିନ୍ତିତ ଜଣାପଡୁଥିଲେ। ଯେତେବେଳେ ବି ବାପାଙ୍କ ସହ ଫୋନରେ କଥା ହେଉଥିଲି ଅଧିକ କିଛି କହିପାରୁ ନ ଥିଲି। କିନ୍ତୁ ମୁଁ ସ୍କୁଲ, ବୟଫ୍ରେଣ୍ଡ୍‌ କଥା ତାଙ୍କ ସହ ଶେୟାର୍‌ କରିବାକୁ ଆଦୌ ଭୁଲି ନ ଥିଲି। ସେତେବେଳେ ବାପା ଯୁଦ୍ଧ ଲଢୁଛନ୍ତି ବୋଲି ମୋର ସେତେଟା ଜ୍ଞାନ ନ ଥିଲା।
ଅନୁଷ୍କା ତାଙ୍କ ବାପାଙ୍କ ସହ ଅତି ନିକଟତର। ଯାହା ସେ ଅନ୍ୟ କାହା ସହିତ କରିପାରିବେ ନାହିଁ, ତାହା ସେ ବାପାଙ୍କ ସହ କରନ୍ତି। ନିଜକୁ ଜଣେ ଅଭିନେତ୍ରୀ ବୋଲି କହିବା ଅପେକ୍ଷା, ଜଣେ ସେନା ଅଧିକାରୀଙ୍କ ଝିଅ ବୋଲି କହି ଅତ୍ୟଧିକ ଗର୍ବିତ ଅନୁଭବ କରନ୍ତି ଅନୁଷ୍କା।
ଆଜିକାଲି ଅନୁଷ୍କା ଶର୍ମା ଫିଲ୍ମ ଚକଡା ଏକ୍ସପ୍ରେସ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଅନୁଷ୍କା ଭାରତୀୟ ଦ୍ରୁତ ବୋଲର୍‌ ଗୋସ୍ବାମୀଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ ଥଇଥାନ, ପରେ ଉଚ୍ଛେଦ କର: ସୁଇପର କଲୋନୀବାସୀ ଜିଲାପାଳଙ୍କୁ ଫେରାଦ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ଏହି ପୌରାଞ୍ଚଳର ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡ଼ରେ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ତେବେ ଉଚ୍ଛେଦ ପୂର୍ବରୁ…

ଧାନ ଶୀଘ୍ର ନ ଉଠିଲେ ଆନ୍ଦୋଳନ: ଚାଷୀଙ୍କ ଚେତାବନୀ

ବରଗଡ଼,୬।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ୪ଦିନ ପରେ ଏହି ପ୍ରକ୍ରିୟାକୁ ମାସେ ପୂରିବ। ହେଲେ ଏପର୍ଯ୍ୟନ୍ତ ଧାନ ବିକ୍ରିବଟା…

ଶୌଚ ପାଇଁ ଯାଇଥିଲେ ଜମୁନା, ହଠାତ୍‌ ମାଡ଼ିଆସିଲା ହାତୀ: ଆଉ ତା’ପରେ ଯାହା ଘଟିଲା…

ବଣାଇଁ,୬।୬(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡ ତଥା ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳରେ ଏକ ଛଅ ଟିକିଆ ହାତୀପଲ ଘୁରି ବୁଲୁଥିବାବେଳେ ବନ ବିଭାଗ ତାଙ୍କୁ ଘଡାଇଥିଲେ…

ମମତାଙ୍କ ଟେନ୍‌ସନ୍‌ ବଢିଲା: ଘରେ ଡାକିଥିଲେ ବୈଠକ, ଯୋଗଦେଲେ ମାତ୍ର…

କୋଲକାତା,୬ା୬:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ମମତା ବାନାର୍ଜୀଙ୍କ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ପୂର୍ବରୁ ସେ ଡାକିଥିବା ଏକ…

ଆଜି ଦିଲ୍ଲୀରେ ଗର୍ଜିବ କକ୍‌ରୋଚ୍‌ ଜନତା ପାର୍ଟି: ଧର୍ମେନ୍ଦ୍ର ପ୍ରଧାନଙ୍କ…

ନୂଆଦିଲ୍ଲୀ,୬ା୬:କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶନିବାର ନୂଆଦିଲ୍ଲୀର ଯନ୍ତର ମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ ‘x’ରେ ଶୁକ୍ରବାର ସୂଚନା ଦିଆଯାଇଛି। ଦଳର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri