Posted inଖେଳ

RCBର ବିଜୟ ପରେ ବୃନ୍ଦାବନରେ ପହଞ୍ଚିଲେ ଅନୁଷ୍କା, କୋହଲି

ମଥୁରା,୨ା୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସଫଳ ଅଭିଯାନ ପରେ କ୍ରିକେଟର ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା ମଙ୍ଗଳବାର ବୃନ୍ଦାବନସ୍ଥିତ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରି ତାଙ୍କ ଆଶୀର୍ବାଦ ନେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।

ଆଶ୍ରମ ସୂତ୍ରରୁ ପ୍ରକାଶ ଦମ୍ପତି ମୁହଁରେ ମାସ୍କ ଲଗାଇଥିଲେ। ସକାଳ ପ୍ରାୟ ୭ଟା ବେଳେ କାର୍‌ ଯୋଗେ ଆସି ବୃନ୍ଦାବନ ପରିକ୍ରମା ମାର୍ଗସ୍ଥିତ ଶ୍ରୀ ହିତ ରାଧା କେଳିକୁଞ୍ଜ ଆଶ୍ରମରେ ପହଞ୍ଚି ଥିଲେ। ସେମାନେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବା ପରେ ଆଶ୍ରମରେ ପାଖାପାଖି ଦୁଇ ଘଣ୍ଟା ସମୟ ଅତିବାହିତ କରିଥିଲେ। ଆଶ୍ରମ ପକ୍ଷରୁ ଦମ୍ପତ୍ତିଙ୍କୁ ଏକ ପୁସ୍ତକ ପ୍ରଦାନ କରାଯାଇଥିଲା। କୋହଲି ଓ ଅନୁଷ୍କା ପରେ ହିତ ଗୋବିନ୍ଦ ଶରଣଙ୍କ ଆଶ୍ରମ ପରିଦର୍ଶନ କରି ତାଙ୍କର ମଧ୍ୟ ଆଶୀର୍ବାଦ ନେଇଥିଲେ।

ସୂଚନାଯୋଗ୍ୟ, ମେ ୩୧ରେ ଅହମଦାବାଦଠାରେ ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ଫାଇନାଲରେ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ତରଫରୁ ଏକ ମ୍ୟାଚ ବିଜୟୀ ଅପରାଜିତ ୭୫ ରନର ଏକ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ୧୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟକୁ ୫ଉଇକେଟରେ ହରାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀ,୧୮।୭: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶନିବାର ଘୋଷଣା କରାଯାଇଛି। ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମାମୁଟ୍ଟି…

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ

ବେଙ୍ଗାଲୁରୁ,୧୮।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ଶନିବାର ସନ୍ଧ୍ୟାରେ ବେଙ୍ଗାଲୁରୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ଅପରାହ୍ନ ୪ଟାରେ ତାଙ୍କର ହୃଦଘାତରେ…

ଭାଇ ସହ ହେଲା କଳି ଏମତି କାଣ୍ଡ କରିଦେଲେ ୧୩ ବର୍ଷର …

ଛତ୍ରପୁର, ୧୮।୭ (ଦିଲ୍ଲୀପ ସାମଲ): ଛତ୍ରପୁର ଅଞ୍ଚଳରେ ଶନିବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

ମାଉଜର,ଗଞ୍ଜେଇ ସହ ୬ ଗିରଫ ପୋଲିସକୁ ଚକମା ଦେଇ ଖସିଯାଉଥିଲେ

ଭଞ୍ଜନଗର,୧୮।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଅପରାଧି ଦମନରେ ବିଗତ କିଛି ମାସ ହେବ ଲାଗିପଡ଼ିଛି। ଏହିଭଳି ଶନିବାର ପୋଲିସ ଦୁଇଟି ମାମଲାରେ ୬ ଜଣଙ୍କୁ…

ଥମୁନି ଦାଦନ ଦୁଃଖ, କର୍ନାଟକରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କୋକସରା,୧୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମ ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକ ଯାଇଥିବା କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଶରଧାପୁର ଗ୍ରାମର ଜଣେ…

ନିଟ୍-ୟୁଜି ପ୍ରବେଶିକାରେ ନିର୍ଲିପ୍ତାଙ୍କ କୃତିତ୍ୱ: ପରିଶ୍ରମର ମିଳିଲା ଫଳ

ଅମରପାଲି, ୧୮୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମର ମେଧାବୀ ଛାତ୍ରୀ ନିର୍ଲିପ୍ତା କୁରକୁରିଆ ଚଳିତ ବର୍ଷର ନିଟ୍-ୟୁଜି (NEET-UG) ପ୍ରବେଶିକା…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri