ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…

ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ ୧୨ ବର୍ଷ ଧରି ସେ ଗୀତ ଗାଇବାଠାରୁ ଦୂରେଇ ଯାଇଛନ୍ତି। ହେଲେ ଆଜି ବି ତାଙ୍କର ଗୀତ ଶୁଣିଲେ ମନ ଝୁମିଉଠେ। ବୁଧବାର ଗାୟିକା ନିଜର ୬୯ତମ ଜନ୍ମଦିବସ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ତାଙ୍କର ଏହି ଖାସ ଦିନରେ ଆସନ୍ତୁ ଜାଣିବା ଗାୟିକାଙ୍କ ବିଷୟରେ କିଛି ଜଣାଅଜଣା କଥା-

୧୯୯୧ରେ ଫିଲ୍ମ ‘ଦିଲ ହୈ କି ମାନତା ନେହି’ର ସମସ୍ତ ଗୀତ ଅନୁରାଧା ଗାଇଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ମହିଳା ପାର୍ଶ୍ୱ ଗାୟିକାର ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ହେଲେ ୧୯୭୩ରେ ସେ ନିଜର ଗାୟକ ଜୀବନ ଆରମ୍ଭ କରିଥିଲେ। ପରେ ୧୯୭୬ରେ ସୁଭାଷ ଘାଇଙ୍କ ଫିଲ୍ମ ‘କାଳୀଚରଣ’ରେ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ବଲିଉଡ୍‌ ଏବଂ ଭଜନ ସହ ସେ ପଞ୍ଜାବୀ, ମରାଠୀ, ତାମିଲ, ତେଲୁଗୁ, ଓଡ଼ିଆ ଏବଂ ନେପାଳୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି।

ଅନୁରାଧାଙ୍କ ପ୍ରକୃତ ନାମ ଅଳକା ନନ୍ଦକରନୀ। ସେ ଏସ୍‌ଡି ବର୍ମନଙ୍କ ଆସିଷ୍ଟାଣ୍ଟ ତଥା ମ୍ୟୁଜିକ୍‌ କମ୍ପୋଜର ଅରୁଣ ପୌଡ଼ୁଆଲଙ୍କୁ ବିବାହ କରିଥିଲେ। ତାଙ୍କର ଅସମୟରେ ନିଧନ ହୋଇଯାଇଥିଲା। ବିବାହ ପରେ ଗାୟିକା ନିଜ ନାମ ବଦଳାଇ ଅନୁରାଧା କରିଦେଇଥିଲେ। ୮୦ ଏବଂ ୯୦ ଦଶକରେ ଅନୁରାଧା ଜଣାଶୁଣା ନାମ ପାଲଟିଥିଲେ। ତାଙ୍କୁ ଶୁଣିବା ପରେ ଲତାଙ୍କ ସମୟ ଚାଲିଗଲା ବୋଲି ଅନେକ କହିଥିଲେ। ସେତେବେଳେ ଅନୁରାଧା କେବଳ ଟି-ସିରିଜର ସମକକ୍ଷ ଗୀତ ଗାଇବେ ବୋଲି କହିଥିଲେ। ୧୯୯୭ରେ ଗୁଲଶନ କୁମାରଙ୍କୁ ହତ୍ୟା କରିଦିଆଯାଇଥିଲା। ତାଙ୍କ ମୃତ୍ୟୁ ପରେ ଅନୁରାଧା ଫିଲ୍ମରେ ଗୀତ ଗାଇବା ଛାଡ଼ି ଦେଇଥିଲେ। ସେ କେବଳ ଭଜନ ଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?