ଏହି ଗାୟିକାଙ୍କୁ କୁହାଯାଉଥିଲା ଦ୍ୱିତୀୟ ଲତା ମଙ୍ଗେସକର; ଆଜି ବି ଅସଲ ନାମ ଜାଣିନାହାନ୍ତି କେହି…

ବମ୍ବେ: ହିନ୍ଦି ସିନେମାର ଶ୍ରେଷ୍ଠ ଗାୟିକାଙ୍କ ମଧ୍ୟରୁ ଅନୁରାଧା ପୌଡ଼ୁଆଲ ଜଣେ। ଏକ ସମୟରେ ତାଙ୍କ ତୁଳନା ଲତା ମଙ୍ଗେସକର ବୋଲି କୁହାଯାଉଥିଲା। ଏବେ ଦୀର୍ଘ ୧୨ ବର୍ଷ ଧରି ସେ ଗୀତ ଗାଇବାଠାରୁ ଦୂରେଇ ଯାଇଛନ୍ତି। ହେଲେ ଆଜି ବି ତାଙ୍କର ଗୀତ ଶୁଣିଲେ ମନ ଝୁମିଉଠେ। ବୁଧବାର ଗାୟିକା ନିଜର ୬୯ତମ ଜନ୍ମଦିବସ ପାଳନ କରୁଥିବା ବେଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ତେବେ ତାଙ୍କର ଏହି ଖାସ ଦିନରେ ଆସନ୍ତୁ ଜାଣିବା ଗାୟିକାଙ୍କ ବିଷୟରେ କିଛି ଜଣାଅଜଣା କଥା-

୧୯୯୧ରେ ଫିଲ୍ମ ‘ଦିଲ ହୈ କି ମାନତା ନେହି’ର ସମସ୍ତ ଗୀତ ଅନୁରାଧା ଗାଇଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ମହିଳା ପାର୍ଶ୍ୱ ଗାୟିକାର ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ହେଲେ ୧୯୭୩ରେ ସେ ନିଜର ଗାୟକ ଜୀବନ ଆରମ୍ଭ କରିଥିଲେ। ପରେ ୧୯୭୬ରେ ସୁଭାଷ ଘାଇଙ୍କ ଫିଲ୍ମ ‘କାଳୀଚରଣ’ରେ ତାଙ୍କୁ ବଡ଼ ବ୍ରେକ୍‌ ମିଳିଥିଲା। ସେବେଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ବଲିଉଡ୍‌ ଏବଂ ଭଜନ ସହ ସେ ପଞ୍ଜାବୀ, ମରାଠୀ, ତାମିଲ, ତେଲୁଗୁ, ଓଡ଼ିଆ ଏବଂ ନେପାଳୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି।

ଅନୁରାଧାଙ୍କ ପ୍ରକୃତ ନାମ ଅଳକା ନନ୍ଦକରନୀ। ସେ ଏସ୍‌ଡି ବର୍ମନଙ୍କ ଆସିଷ୍ଟାଣ୍ଟ ତଥା ମ୍ୟୁଜିକ୍‌ କମ୍ପୋଜର ଅରୁଣ ପୌଡ଼ୁଆଲଙ୍କୁ ବିବାହ କରିଥିଲେ। ତାଙ୍କର ଅସମୟରେ ନିଧନ ହୋଇଯାଇଥିଲା। ବିବାହ ପରେ ଗାୟିକା ନିଜ ନାମ ବଦଳାଇ ଅନୁରାଧା କରିଦେଇଥିଲେ। ୮୦ ଏବଂ ୯୦ ଦଶକରେ ଅନୁରାଧା ଜଣାଶୁଣା ନାମ ପାଲଟିଥିଲେ। ତାଙ୍କୁ ଶୁଣିବା ପରେ ଲତାଙ୍କ ସମୟ ଚାଲିଗଲା ବୋଲି ଅନେକ କହିଥିଲେ। ସେତେବେଳେ ଅନୁରାଧା କେବଳ ଟି-ସିରିଜର ସମକକ୍ଷ ଗୀତ ଗାଇବେ ବୋଲି କହିଥିଲେ। ୧୯୯୭ରେ ଗୁଲଶନ କୁମାରଙ୍କୁ ହତ୍ୟା କରିଦିଆଯାଇଥିଲା। ତାଙ୍କ ମୃତ୍ୟୁ ପରେ ଅନୁରାଧା ଫିଲ୍ମରେ ଗୀତ ଗାଇବା ଛାଡ଼ି ଦେଇଥିଲେ। ସେ କେବଳ ଭଜନ ଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri